ଶୁଭ ଦେଲେ ଗୋଟିଏ ଜାଗାରେ, କାମହେଉଛି ଅନ୍ୟ ଜାଗାରେ

ଶୁଭ ଦେଲେ ଗୋଟିଏ ଜାଗାରେ, କାମହେଉଛି ଅନ୍ୟ ଜାଗାରେ

ବୀରମିତ୍ରପୁର: ସୁନ୍ଦରଗଡ଼ ହକି ଖେଳ ପାଇଁ ସାରା ବିଶ୍ୱରେ ପ୍ରସିଦ୍ଧି ଲାଭ କରିଛି। ସେଥିପାଇଁ ରାଜ୍ୟ ସରକାର କ୍ରୀଡ଼ା ପ୍ରତିଭାମାନଙ୍କୁ ବିଶ୍ୱସ୍ତରରେ ପହଞ୍ଚାଇବା ପାଇଁ ସୁଦରଗଡ଼ ଜିଲ୍ଲାର ୧୭ଟି ବ୍ଲକ୍‌ରେ ୧୭ଟି ହକି ମିନି ଷ୍ଟାଡିୟମ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହିକ୍ରମରେ ସବୁ ବ୍ଲକ୍‌ରେ ହକି ମିନିଷ୍ଟାଡିୟମ ନିର୍ମାଣ କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଛି। ତତ୍କାଳୀନ ରାଜ୍ୟ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା କୁଆରମୁଣ୍ଡା ବ୍ଲକ୍‌ର କାଦବାହାଲ ପଞ୍ଚାୟତରେ ଏକ ହକି ମିନିଷ୍ଟାଡିୟମ ନିର୍ମାଣର ଶୁଭ ଦେଇଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ତାହା ଝୁରମୁର ପଞ୍ଚାୟତରେ ନିର୍ମାଣ କରାଯାଉଛି। ଏହାକୁ ନେଇ ଅଞ୍ଚଳବସୀଙ୍କ ମଧ୍ୟ୍ୟରେ ଅସ୍ତୁଷ୍ଟ ଦେଖଯାଇଛି। ଏଠାରେ ସବୁଠୁ ଆଶ୍ଚର୍ଯ୍ୟର କଥା ହେଲା ଏହି ମିନିଷ୍ଟାଡିୟମ କେଉଁ ଏଜେନ୍ସି ଦ୍ୱାରା ନିର୍ମାଣ କରାଯାଉଛି ଏବଂ ଏହାର ବ୍ୟୟ ଅଟକଳ ମୁଲ୍ୟ କେତେ ରହିଛି ତାହା ଗ୍ରାମବାସୀ କିମ୍ବା ସ୍ଥାନୀୟ ଜନପ୍ରତିନିଧି ମଧ୍ୟ୍ ଜାଣି ପାରୁନାହାନ୍ତି।

କାର୍ଯ୍ୟସ୍ଥଳରେ ସୂଚନା ଫଳକ ଲଗାଯାଇ ନାହିଁ। ଷ୍ଟାଡିୟମରେ ଲଗାଯାଉଥିବା ଇଟା ଅତି ନିମ୍ନମାନର ବୋଲି ଅଭିଯୋଗ ହୋଇଛି। ଝୁରମୁର ସରପଞ୍ଚ ମେସନ ଗୁଡ଼ିଆ ଝୁରମୁର ଠାରେ ହକି ମିନିଷ୍ଟାଡିୟମ ତିଆରିକୁ ସ୍ୱାଗତ କରିବା ସହ କେଉଁ ଏଜେନ୍ସି ଏହି କାର୍ଯ୍ୟ କରୁଛି ଏବଂ ବ୍ୟୟ ଅଟକଳ କେତେ ତାହା ସେ ମଧ୍ୟ୍ୟ ଜାଣି ନାହାନ୍ତି। ଏଠାରେ କାର୍ଯ୍ୟ କରୁଥିବା କର୍ମଚାରୀକୁ ପଚରା ଯିବାରୁ ଏହା ଇଡ଼କୋ ସଂସ୍ଥା ଦ୍ୱାରା କରାଯାଉଥିବା ସୂଚନା ଦେଇଥିଲେ।

ଇଡ଼କୋ ସଂସ୍ଥାର କନିଷ୍ଠ ଯନ୍ତ୍ରୀ ପ୍ରତାପ ନାୟକଙ୍କୁ ଫୋନ ଯୋଗେ ପଚାରିବାରୁ ମୁମ୍ବାଇ ସ୍ଥିତ ଏକ ସଂସ୍ଥାକୁ ଏହି କାର୍ଯ୍ୟ ଦିଆଯାଇଛି। ଝୁରମୁର ଠାରେ ଚାଲିଥିବା ହକି ମିନି ଷ୍ଟାଡିୟମ କାର୍ଯ୍ୟ ତାଙ୍କ ତଦାରଖରେ ଚାଲିଛି କିନ୍ତୁ ବ୍ୟୟ ଅଟକଳ ମୂଲ୍ୟ କେତେ ରହିଛି ତାହା ଜାଣିନଥିବା ପ୍ରକାଶ କରିଛନ୍ତି। ବିନା ସୂଚନା ଫଳକ ଲଗାଯାଇ କୋଟିକୋଟି ଟଙ୍କାର ପ୍ରକଳ୍ପ ଚାଲିଥିବାକୁ ନେଇ ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ପ୍ରକାଶ ଥାଉକି ଝୁରମୁର ଓ କାଦବାହାଲ ଅଞ୍ଚଳରେ ହକି ଖେଳ ପ୍ରତି ଯୁବକଯୁବତୀଙ୍କ ମଧ୍ୟ୍ୟରେ ବେଶ ଆଗ୍ରହ ଦେଖିବାକୁ ମିଳିଥାଏ। ଏହି ଅଞ୍ଚଳରୁ ଅନେକ ପ୍ରତିଭାବାନ ଖେଳାଳି ରାଜ୍ୟ, ଦେଶ ତଥା ଅନ୍ତର୍ଜାତୀୟ ସ୍ତରରେ ବେଶ ସୁନାମ ଅର୍ଜନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe