ସର୍ବଦଳୀୟ ବୈଠକରେ ନିଷ୍ପତ୍ତି : ୯୫ ମିନିଟ୍‌ ହେବ ମୁଲତବୀ ଆଲୋଚନା

ବିଧାନସଭାର ଶୀତ ଅଧିବେଶନ ପାଇଁ ଯାନବାହାନ କଟକଣା ଜାରି

Odisha News Insight

ଭୁବନେଶ୍ବର : ଏଣିକି ବିଧାନସଭାରେ ମୁଲତବୀ ଆଲୋଚନା ୯୦ ମିନିଟ୍‌ ବଦଳ‌େର ୯୫ ମିନିଟ୍‌ କରାଯିବ। ଆଜି ସକାଳେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ଅପରାହ୍ନ ଅଧିବେଶନରେ ଗୃହରେ ଏ ସମ୍ପର୍କରେ ଘୋଷଣା କରି ବାଚସ୍ପତି କହିଥିଲେ ଯେ ବିରୋଧୀଙ୍କୁ ୬୫ ମିନିଟ୍‌ କହିବା ପାଇଁ ସୁଯୋଗ ଦିଆଯିବ। ଶାସକ ଦଳ ସଭ୍ୟଙ୍କୁ ୧୫ ମିନିଟ୍‌ ଓ ବିଭାଗୀୟ ମନ୍ତ୍ରୀଙ୍କୁ ଉତ୍ତର ରଖିବା ପାଇଁ ୧୫ ମିନିଟ୍‌ ସମୟ ଦିଆଯିବ।

ପ୍ରକାଶ ଥାଉ କି ଗତକାଲି ସୀମା ବିବାଦ ସଂକ୍ରାନ୍ତ ମୁଲତବୀ ଆଲୋଚନା ବେଳେ ବିଜେପି ସଭ୍ୟମାନେ ୫୦ ମିନିଟ୍‌ କହିବାରୁ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଗୃହରେ ଆପତ୍ତି ଉଠାଇଥିଲେ। ଏ ନେଇ ସମୟ ଧାର୍ଯ୍ୟ କରିବାକୁ ସେ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଶ୍ରୀ ମିଶ୍ରଙ୍କ କହିବା ଅନୁଯାୟୀ ଗୁରୁବାର ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ମୁଖ୍ୟ ବିରୋଧୀ ଦଳ ବିଜେପିକୁ ୩୯ ମିନିଟ୍‌ ଓ କଂଗ୍ରେସକୁ ୨୬ ମିନିଟ୍‌ କହିବା ପାଇଁ ଧାର୍ଯ୍ୟ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe