ଆର୍ଥିକ ସଂସ୍ଥା ଦ୍ୱାରା କ୍ଷତିଗ୍ରସ୍ତଙ୍କ ମିଳିତ ମଞ୍ଚର ବୈଠକ: ଜମାକାରୀଙ୍କ ଆନ୍ଦୋଳନ ନିଷ୍ପତ୍ତି

୨୭ର ଭାରତ ବନ୍ଦକୁ ନୈତିକ ସମର୍ଥନ ଘୋଷଣା

ଆର୍ଥିକ ସଂସ୍ଥା ଦ୍ୱାରା କ୍ଷତିଗ୍ରସ୍ତଙ୍କ ମିଳିତ ମଞ୍ଚର ବୈଠକ: ଜମାକାରୀଙ୍କ ଆନ୍ଦୋଳନ ନିଷ୍ପତ୍ତି

ବଲାଙ୍ଗୀର : ଆର୍ଥିକ ସଂସ୍ଥାମାନଙ୍କ ଦ୍ୱାରା କ୍ଷତିଗ୍ରସ୍ତ ମିଳିତ ମଂଚର କର୍ମକର୍ତ୍ତା ମଣ୍ଡଳୀର ଏକ ବୈଠକ ସ୍ଥାନୀୟ ଯାଦବ ଭବନଠାରେ ଅନୁଷ୍ଠିତ ହୋଇଛି। ବୈଠକରେ ତହସିଲ ଜରିଆରେ ସମସ୍ତ ଜମାକାରୀଙ୍କୁ ତୁରନ୍ତ ଚିହ୍ନଟ ଓ ଜମା ଟଙ୍କା ଫେରସ୍ତ ଦାବିରେ ସେପ୍‌ଟେମ୍ବର ଶେଷ ସପ୍ତାହରୁ ବ୍ଲକ୍‌ସ୍ତରୀୟ ଓ ଅକ୍ଟୋବର ଶେଷ ସପ୍ତାହରେ ଜିଲ୍ଲାସ୍ତରୀୟ ଜମାକାରୀ ଗଣସତ୍ୟାଗ୍ରହ ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଏହାସହ କୃଷକ ବିରୋଧୀ କୃଷି ଆଇନ ପ୍ରତ୍ୟାହାର ଦାବିରେ ୨୭ ସେପ୍‌ଟେମ୍ବର ଭାରତ ବନ୍ଦକୁ ମିଳିତ ମଂଚ ନୈତିକ ସମର୍ଥନ ଦେଇ ସଫଳ କରିବାକୁ ଘୋଷଣା କରିଛି।

ମଂଚ ପକ୍ଷରୁ କହାଯାଇଛି ଯେ, ଠକ କମ୍ପାନିମାନଙ୍କୁ ସରକାର ଜନ୍ମ ଦେବା ପରେ ଏହି ସଂସ୍ଥାମାନେ ସରକାରୀ ସହାୟତା ନେଇ ପ୍ରଥମେ ଜମାକାରୀଙ୍କୁ ବିଭିନ୍ନ ଯୋଜନା ମାଧ୍ୟମରେ ପ୍ରଲୋଭିତ କରି ଜମା ଟଙ୍କା ନେଇ ପରିପକ୍ୱ ରାଶି ନଦେଇ ଫାଙ୍କିଲେ। ସରକାର ଜମାକାରୀ ଚିହ୍ନଟ କରିବା ଓ କର୍ପସ ପାଣ୍ଠିରୁ ଜମାକାରୀଙ୍କୁ ଟଙ୍କା ଫେରସ୍ତ ପ୍ରତିଶ୍ରୁତି ଦେଇ ଜମାକାରୀଙ୍କୁ ସରକାର ପ୍ରତାରିତ କରିଥିବାରୁ ଆର୍ଥିକ ସଂସ୍ଥାମାନଙ୍କ ଦ୍ୱାରା କ୍ଷତିଗ୍ରସ୍ତ ମିଳିତ ମଂଚର କେନ୍ଦ୍ରୀୟ କର୍ମକର୍ତ୍ତା ମଣ୍ଡଳୀ ବୈଠକରେ ଲଗାତର ଜମାକାରୀ ଆନ୍ଦୋଳନର ଚେତାବନୀ ଦେଇଆସିଛି। ବଲାଙ୍ଗୀର ଜିଲ୍ଲାରେ ସେପ୍‌ଟେମ୍ବର ଶେଷ ସପ୍ତାହରୁ ଅକ୍ଟୋବର ୧୦ ତାରିଖ ମଧ୍ୟରେ ତହସିଲସ୍ତରୀୟ, ଅକ୍ଟୋବର ୨୦ରୁ ୩୦ ମଧ୍ୟରେ ଜିଲ୍ଲାସ୍ତରୀୟ ଜମାକାରୀ ଗଣସତ୍ୟାଗ୍ରହ ପାଇଁ ନିଷ୍ପତ୍ତି ନିଆଯାଇଛି।

ଯାଦବ ଭବନଠାରେ ଅନୁଷ୍ଠିତ ବୈଠକରେ ମଂଚ ସଭାପତି ଜୟନ୍ତ ଦାସ, ଉପସଭାପତି ବିଭୁଦତ୍ତ ମିଶ୍ର, ସାଧାରଣ ସଂପାଦକ ମଧୁସୂଦନ ବିଶ୍ୱାଲ, କେନ୍ଦ୍ରୀୟ କର୍ମକର୍ତ୍ତା ମଣ୍ଡଳୀର ଅନୁରାଧା ସୁବୁଦ୍ଧି, ଅଖିଳ ମୋହନ ଲେଙ୍କା, ଅମର ସାହୁ, ସୁଧାଂଶୁ ବେହେରା, ପ୍ରଦୀପ ମହାରଣା, ଉମେଶ ଚନ୍ଦ୍ର ନାୟକ, ଚଣ୍ଡାଳ ପ୍ରଧାନ, ବଲାଙ୍ଗୀର ଜିଲ୍ଲା ସଂପାଦକ ଲଳିତ ଦୀପ, ମଦନ ମୋହନ ଡାଙ୍ଗ, ସୁରଥ ଧରୁଆ, ରମେଶ ପୋଢ଼ ପ୍ରମୁଖ ଜମାକାରୀ ଆନ୍ଦୋଳନ ସହ କୃଷକ ଆନ୍ଦୋଳନର ସଫଳତା ପାଇଁ ଆହ୍ୱାନ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe