୧୪ ଇଞ୍ଜିନିୟର୍‌ଙ୍କୁ ଚାକିରିରୁ ଅନ୍ତର ନିଷ୍ପତ୍ତିରେ ଅଙ୍କୁଶ

Advertisment

ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ

ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ

ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ ଆଶ୍ବସ୍ତି: ନିର୍ବାଚନୀ ମୋକଦ୍ଦମାକୁ ଖାରଜ କଲେ ହାଇକୋର୍ଟ

Image Courtesy of The New Indian Express

କଟକ : ୬ ବର୍ଷ ତଳେ ଓଡ଼ିଶା ରାଜ୍ୟ କୃଷି ମାର୍କେଟିଂ(ଓଏସଏଏମ) ବୋର୍ଡରେ ନିଯୁକ୍ତ ଇଞ୍ଜିନିୟରଙ୍କୁ ଚାକିରିରୁ ଅନ୍ତର ନିଷ୍ପତ୍ତି ଉପରେ ହାଇକୋର୍ଟ ଅନ୍ତରୀଣ ଅଙ୍କୁଶ ଜାରି କରିଛନ୍ତି। ଆବେଦନକାରୀମାନେ ଏବେ କାର୍ଯ୍ୟରତ ପଦବି ପ୍ରସଂଗରେ ହାଇକୋର୍ଟ ସ୍ଥିତାବସ୍ଥା ଜାରି କରିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଡିସେମ୍ବର ୧୪କୁ ଧାର୍ଯ୍ୟ କରାଯାଇଥିବାବେଳେ ଏହି ପ୍ରସଙ୍ଗରେ ସ୍ଥିତାବସ୍ଥା ବଜାୟ ରଖିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ମାମଲାର ପରବର୍ତ୍ତୀ ଶୁଣାଣି ପୂର୍ବରୁ ଜବାବ ଦାଖଲ ପାଇଁ ରାଜ୍ୟ ସରକାର ଓ ଓଏସ୍‌ଏଏମ୍‌ ବୋର୍ଡକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଡକ୍ଟର ଜଷ୍ଟିସ ବି.ଆର୍‌. ଷଡ଼ଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏସ୍‌.କେ. ମଲ୍ଲିକ ଓ ଅନ୍ୟମାନଙ୍କ ପକ୍ଷରୁ ଦାୟର ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ମାମଲାର ବିବରଣୀ ଅନୁଯାୟୀ, ୨୦୧୫, ମେ ୫ରେ ପ୍ରକାଶିତ ବିଜ୍ଞପ୍ତି ଆଧାରରେ ଓଏସ୍‌ଏଏମ୍‌ ବୋର୍ଡରେ ଇଞ୍ଜିନିୟରମାନଙ୍କୁ ନିଯୁକ୍ତି ଦିଆଯାଇଥିଲା। ଏପରି ନିଯୁକ୍ତି ସଂପର୍କିତ ନିଷ୍ପତ୍ତିକୁ ଓଏସ୍‌ଏଏମ୍‌ ବୋର୍ଡ ଅଧ୍ୟକ୍ଷ ତଥା ସମବାୟ ମନ୍ତ୍ରୀ ଅନୁମୋଦନ କରିବାପରେ ଆବେଦନକାରୀ ଇଞ୍ଜିନିୟରଙ୍କୁ ନିଯୁକ୍ତି ମିଳିଥିଲା। ଏହି ପ୍ରସଂଗରେ ଅନିମିତତା ଅଭିଯୋଗ ପରେ ୨୦୧୮ରେ ତଦନ୍ତ କରାଯାଇଥିଲା। କିନ୍ତୁ ତଦନ୍ତରୁ ଅନିୟମିତତା ଅଭିଯୋଗ ନେଇ କୌଣସି ପ୍ରମାଣ ମିଳି ନଥିଲା। ଏହାପରେ ପୁଣି ୨୦୧୯ରେ ଆଉ ଏକ ତଦନ୍ତ କରାଯାଇଥିଲା। ଏଥର ତଦନ୍ତ ପରେ ଦାଖଲ ବିସ୍ତୃତ ତଦନ୍ତ ରିପୋର୍ଟରେ ମଧ୍ୟ ତତ୍କାଳୀନ ସମବାୟ ମନ୍ତ୍ରୀଙ୍କ ଅନୁମୋଦନ ପରେ ନିଯୁକ୍ତି ଦିଆଯାଇଥିଲା ଏବଂ ଅନିୟମିତତା ନେଇ କିଛି ପ୍ରମାଣ ମିଳି ନଥିବା ଉଲ୍ଲେଖ କରାଯାଇଥିଲା। ବର୍ତ୍ତମାନର ସମବାୟ ମନ୍ତ୍ରୀ ପୁଣି ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଏଥର ତଦନ୍ତ ରିପୋର୍ଟ ପୂର୍ବର ଦୁଇ ରିପୋର୍ଟ ଠାରୁ ଭିନ୍ନ ଥିଲା। ୨୦୧୫, ମେ ୫ ବିଜ୍ଞପ୍ତି ଆଧାରରେ ନିଯୁକ୍ତ ଇଞ୍ଜିନିୟରମାନଙ୍କୁ ଚାକିରିରୁ ବହିଷ୍କାର ପାଇଁ ରିପୋର୍ଟରେ ସୁପାରିଶ କରାଯାଇଥିଲା। ସରକାର ଏହି ରିପୋର୍ଟକୁ ଗ୍ରହଣ କରିବା ସହିତ ୨୦୨୧, ନଭେମ୍ବର ୯ରେ ଏପରି ରିପୋର୍ଟ ଆଧାରରେ ପଦକ୍ଷେପ ଗ୍ରହଣ କରିବାକୁ ଓଏସ୍‌ଏଏମ୍‌ ବୋର୍ଡ ସଦସ୍ୟ ସଚିବଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଫଳରେ ୧୪ ଜଣ ଇଞ୍ଜିନିୟର ଚାକିରି ହରାଇବା ଆଶଙ୍କା ଦେଖାଦେଇଥିଲା।

ଆବେଦନକାରୀ ସରକାରଙ୍କ ୨୦୨୧, ନଭେମ୍ବର ୧୧ର ନିର୍ଦ୍ଦେଶକୁ ଚାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ନିଯୁକ୍ତି ପ୍ରକ୍ରିୟ‌ାରେ ସଫଳ ହୋଇ ନିଯୁକ୍ତି ପାଇଥିବା ଆବେଦନକାରୀଙ୍କୁ ଚାକିରିରୁ ଅନ୍ତର କରାଯିବା ଆଇନ ଅନୁସାରେ ଗ୍ରହଣୀୟ ନୁହେଁ। ଏଥିସହିତ ପୂର୍ବର ଦୁଇଟି ତଦନ୍ତ ରିପୋର୍ଟରେ ଅନିୟମିତତା ନେଇ କୌଣସି ତଥ୍ୟ ନଥିବା ବେଳେ ତୃତୀୟ ଥର ତଦନ୍ତ କରାଯିବା ପଛରେ ମନ୍ଦ ଉଦ୍ଦେଶ୍ୟ ରହିଛି ବୋଲି ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଥିଲା। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ମନୋଜ କୁମାର ମିଶ୍ର ମାମଲା ପରିଚାଳନା କରୁଥିବା ବେଳେ ଆଇନଜୀବୀ ସଂଗ୍ରାମଜିତ ସେନାପତି ସହାୟତା କରୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe