ମୋବାଇଲ ସେବା ମିଳୁନଥିବାରୁ ୬ଟି ପଞ୍ଚାୟତବାସୀଙ୍କ ପକ୍ଷରୁ ଭୋଟ ବର୍ଜନ ନିଷ୍ପତ୍ତି

Advertisment
ମୋବାଇଲ ସେବା ମିଳୁନଥିବାରୁ ୬ଟି ପଞ୍ଚାୟତବାସୀଙ୍କ ପକ୍ଷରୁ ଭୋଟ ବର୍ଜନ ନିଷ୍ପତ୍ତି

ଦେବଗଡ଼ : ଦେବଗଡ଼ ଜିଲ୍ଲା ଲଇମୁରାର କିଛି ଅଂଚଳରେ ମୋବାଇଲ ନେଟୱାର୍କ ଆସୁଥିବାବେଳେ ଅନ୍ୟ ୬ଟି ପଞ୍ଚାୟତରେ ବର୍ତ୍ତମାନ ପର୍ଯ୍ୟନ୍ତ ମୋବାଇଲ ସେବା ଅପହଞ୍ଚ ହୋଇ ରହିଛି। ମୋବାଇଲ ସେବା ପ୍ରଦାନ ଦାବିରେ ରବିବାର ଲୁଢର ଗ୍ରାମର କଲେଜ ପଡିଆଠାରେ ଡିମିରିକୁଦା, ଗଣ୍ଡମ, ଝରାଗୋଗୁଆ, ପାରପୋଷି, ଝାରମୁଣ୍ଡା, ଲଇମୁରା ପଞ୍ଚାୟତବାସୀ ଏକାଠି ହୋଇ ଏକ ବୈଠକ କରିଥିଲେ। କ୍ଷମାସାଗର ନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ଆଗାମୀ ୨ ମାସ ମଧ୍ୟରେ ମୋବାଇଲ ସେବା ସମସ୍ୟା ଦୂର କରା ନଗଲେ ଉକ୍ତ ପଞ୍ଚାୟତବାସୀ ଆଗାମୀ ପଞ୍ଚାୟତ ନିର୍ବାଚନ ବର୍ଜନ କରିବ‌େ ବୋଲି ନିଷ୍ପତ୍ତି ନେଇଛନ୍ତି।

publive-image

ସୂଚନା ଅନୁଯାୟୀ, ତିଲେଇବଣି ବ୍ଲକ ଅନ୍ତର୍ଗତ ଲଇମୁରା, ଗଣ୍ଡମ, ଝରାଗୋଗୁଆ, ଝାରମୁଣ୍ଡା, ପାରପୋଷି, ଡିମିରିକୁଦା ଅଞ୍ଚଳ ଆଦିବାସୀ ବହୁଳ। କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଏହି ଅଞ୍ଚଳ ପାଇଁ ଅପହଞ୍ଚ ହୋଇ ରହିଛି। ‌କେନ୍ଦ୍ର ସରକାର ଡିଜିଟାଲ ଇଣ୍ଡିଆର ନାରା ଦେଉଥିଲେ ମଧ୍ୟ ଉକ୍ତ ୬ ପଞ୍ଚାୟତର ଲୋକେ ମୋବାଇଲ୍‌ ସେବା ପାଇପାରୁ ନାହାନ୍ତି। ଏଠାରେ ଟାୱାର ରହିଛି ସତ କିନ୍ତୁ ତାହା କେତେବେଳେ କାର୍ଯ୍ୟକ୍ଷମ ତ ଆଉ କେତେବେଳେ କାମ କରୁନି। ଉକ୍ତ ଅଞ୍ଚଳରେ ନିର୍ଦିଷ୍ଟ କେତେକ ସ୍ଥାନରେ ମୋବାଇଲ ନେଟୱାର୍କ ଆସୁଛି ତ ଆଉ କେତେକ ଗ୍ରାମରେ ମୋବାଇଲ ସେବା ପହଞ୍ଚିପାରୁନି। ଏପରିକି ମୋବାଇଲ ସେବା ନଥିବା ଯୋଗୁଁ କୌଣସି ଦୁଘର୍ଟଣା କି ଆପରାଧିକ ଘଟଣା ଘଟିଲେ ସେ ବାବଦରେ କାହାକୁ ସୂଚନା ଦେଇ ହେଉନି।

ବର୍ତ୍ତମାନ ସବୁ ସରକାରୀ କାର୍ଯ୍ୟ ଅନ୍‌ଲାଇନ୍‌ରେ କରାଯାଉଥିବା ବେଳେ ଉକ୍ତ ଅଂଚଳବାସୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଉକ୍ତ ୬ଟି ପଞ୍ଚାୟତରେ ମୋବାଇଲ ସେବାର ସୁବିଧା କରିବା ପାଇଁ ପଞ୍ଚାୟତବାସୀ ବାରମ୍ବାର ଦାବି କରୁଥିବାବେଳେ ‌କୌଣସି ସୁବିଧା କରାଯାଉ ନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe