ବିଦ୍ୟୁତ ଦର ବୃଦ୍ଧି ନିଷ୍ପତ୍ତିକୁ ହାଇକୋର୍ଟରେ ଚାଲେଞ୍ଜ

Advertisment
ଫେବ୍ରୁଆରିରେ ଅସ୍ବାଭାବିକ ତାପମାତ୍ରା: ଶକ୍ତି ସଂକଟ ଆଶଙ୍କା

Deccan Herald

କଟକ : ବିଦ୍ୟୁତ ଶୁଳ୍କ ବୃଦ୍ଧି ନେଇ ଓଇଆରସି ପକ୍ଷରୁ ନିଆଯାଇଥିବା ନିଷ୍ପତ୍ତିକୁ ବିରୋଧ କରି ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାୟର ହୋଇଛି। ଭାରତୀୟ ବିକାଶ ପରିଷଦ ସଭାପତି ସୁରେନ୍ଦ୍ର ପାଣିଗ୍ରାହୀଙ୍କ ପକ୍ଷରୁ ଦାୟର ଆବେଦନରେ ବିଦ୍ୟୁତ ଦର ୟୁନିଟ ପିଛା ୩୦ ପଇସା ବୃଦ୍ଧି ସଂପର୍କିତ ଓଇଆରସି ନିର୍ଦ୍ଦେଶନାମାକୁ ରଦ୍ଦ କରିବାକୁ ପ୍ରାର୍ଥନା କରାଯାଇଛି। ଆବେଦନରେ ଦର୍ଶାଯାଇଛି ଯେ ରାଜ୍ୟ ସରକାର ଗତ ୨୦୨୦, ଅକ୍ଟୋବର ୧ରେ ୟୁନିଟ ପିଛା ୨୦ ପଇସା ଦର ବୃଦ୍ଧି କରିଥିଲେ। କରୋନା ମହାମାରୀ ନେଇ ଦେଖା ଦେଇଥିବା ସ୍ଥିତିରେ ‌ରାଜ୍ୟବାସୀଙ୍କ ଆର୍ଥିକ ମେରୁଦଣ୍ଡ ଭ‌ାଙ୍ଗି ପଡିଥିବା ବେଳେ ୬ ମାସ ଭିତରେ ଦୁଇଥର ବିଦ୍ୟୁତ ଶୁଳ୍କ ବୃଦ୍ଧି ଗ୍ରହଣୀୟ ନୁହେଁ।

ବିଦ୍ୟୁତ୍ ବିଭାଗର କିଛି ଦୁର୍ନୀତିଗ୍ରସ୍ତ କର୍ମଚାରୀଙ୍କ ମନୋମୁଖୀ କାର୍ଯ୍ୟ ଓ ଘରୋଇ କମ୍ପାନିକୁ ଅନୁକମ୍ପା କାରଣରୁ ବାରମ୍ବାର ବିଦ୍ୟୁତ ଶୁଳ୍କ ବୃଦ୍ଧି କରାଯାଉଛି। ବିଦ୍ୟୁତ ବିଲ୍ ନିୟମ ଅନୁସାରେ ଦେଉ ନଥିବା କେତେକ ବ୍ୟକ୍ତି ଓ ଘରୋଇ ସଂସ୍ଥା ଉପରେ ହଜାର ହାଜର କୋଟି ଟଙ୍କା ବକେୟା ପଡିଛି। ଏହି ଅର୍ଥ ଆଦାୟ ନ କରି କ୍ଷତିଭରଣା କାରଣ ଦର୍ଶାଇ ବିଦ୍ୟୁତ ଶୁଳ୍କ ବୃଦ୍ଧି କରାଯାଉଛି। ଓଡିଶା ଏକ ଆବଶ୍ୟକତା ଠାରୁ ଅଧିକ ବିଦ୍ୟୁତ୍ ଉତ୍ପାଦନ କରୁଥିବା ରାଜ୍ୟ ହୋଇଥିବା ବେଳେ ଏଠାରେ ଲୋକମାନଙ୍କୁ ଉଚିତ ମୂଲ୍ୟରେ ବିଦ୍ୟୁତ ବଣ୍ଟନ ପାଇଁ ପଦକ୍ଷେପ ନିଆଯିବା ଉଚିତ। ମାମଲାରେ ଶକ୍ତି ସଚିବ, ଓଇଆରସି, ଓଏଚପିସି. ଗ୍ରିଡକୋ, ଓଏଚପିସି, ସାଉଥକୋ, ନେସକୋ, ୱେସକୋ, ସେସକୋ ଓ ଅନ୍ୟମାନଙ୍କୁ ମାମଲାରେ ପକ୍ଷଭୁକ୍ତ କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ସରୋଜ କୁମାର ପାଢୀ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe