ପାଇଖାନା ନ ଥାଇ ବାହ୍ୟ ମଳମୁକ୍ତ ଗାଁ ଘୋଷଣା

ପାଇଖାନା ନ ଥାଇ ବାହ୍ୟ ମଳମୁକ୍ତ ଗାଁ ଘୋଷଣା

ଓଡ଼ଗାଁ : ଓଡ଼ଗାଁ ଏନ୍ଏସି ଅନ୍ତର୍ଗତ କୁମ୍ଭିଆପଲ୍ଲୀ ଗ୍ରାମରେ ପହସନ ପାଲଟିଛି ବାହ୍ୟ ମଳମୁକ୍ତ ଗ୍ରାମ ଘୋଷଣା। ଗାଁରେ ପାଇଖାନା ନିର୍ମାଣ ହୋଇନଥିଲେ ମଧ୍ୟ ଗାଁ ମୁଣ୍ତରେ ଫଳକ ମାରି ବାହ୍ୟ ମଳମୁକ୍ତ ବୋଲି ଦର୍ଶାଯାଇଛି।

ସୂଚନାଥାଉକି, କେନ୍ଦ୍ର ସରକାର ପ୍ରତି ଘରେ ପାଇଖାନା ନିର୍ମାଣ କରିବାକୁ ଏକ ଯୋଜନା କାର୍ଯ୍ୟକାରୀ କଲେ। ଯେପରି ବାହାରେ ମଳତ୍ୟାଗ ନ କରି ଘରେ ସମସ୍ତ ପାଇଖାନା ବ୍ୟବହାର କରିପାରିବେ। ଏଥିପାଇଁ କେନ୍ଦ୍ର ସରକାର ୧୨ହଜାର ଟଙ୍କା ପ୍ରତ୍ୟେକ ହିତାଧିକାରୀଙ୍କୁ ପ୍ରଦାନ କଲେ। କିନ୍ତୁ ଏହି ଘୋଷଣାକୁ ୭ବର୍ଷ ବିତି ଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଅନେକ ଗାଁ ଏହି ଯୋଜନାରୁ ବଞ୍ଚିତ ହୋଇଛନ୍ତି।

ଓଡ଼ଗାଁ ଏନ୍ଏସିଠାରୁ ମାତ୍ର ୨ କିଲୋମିଟର ଦୂରରେ ଥିବା କୁମ୍ଭିଆପଲ୍ଲୀ ଗାଁ ଏହି ଯୋଜନାରୁ ବାଦ୍‌ ପଡିଛି। ଗାଁରେ ୧୦ ପରିବାର ବସବାସ କରୁଥିଲେ ମଧ୍ୟ ଏମାନଙ୍କ ପାଇଁ ପରିମଳ ଯୋଜନା ସତେ ଯେମିତି ସ୍ବପ୍ନ ପାଲଟିଛି। କିନ୍ତୁ କାଗଜ କଲମରେ ସବୁକିଛି ଠିକ୍ ଥିବା ଦର୍ଶାଯାଇଛି। ଗାଁରେ ପାଇଖାନା ନିର୍ମାଣ ହୋଇ ନଥିଲେ ମଧ୍ୟ ଗାଁ ମୁଣ୍ତରେ ବାହ୍ୟ ମଳମୁକ୍ତ ଗାଁ ବୋଲି ଫଳକ ମରାଯାଇଛି। ସରକାରଙ୍କ ଏଭଳି ବିଚିତ୍ର ନୀତିକୁ ଗ୍ରାମବାସୀ ନାପସନ୍ଦ କରିବା ସହିତ ତୁରନ୍ତ ପାଇଖାନା ନିର୍ମାଣ କରିବାକୁ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe