ଜୁଇରୁ ଫେରିଲା ଅର୍ଦ୍ଧପୋଡା ମୃତଦେହ, ହତ୍ୟା ସନ୍ଦେହରେ ମଶାଣିରୁ ଶବ ଜବତ

Advertisment
ମାଲବାହୀ ଟ୍ରେନ୍‌ରୁ ଖସି ଯୁବକଙ୍କ ମୃତ୍ୟୁ

The Hans India

ରାଇରଙ୍ଗପୁର/ରରୁଆଁ: ଜୁଇରୁ ଅର୍ଦ୍ଧପୋଡା ଶବକୁ ଜବତ କଲା ପୁଲିସ। ଏପରି ଏକ ଅଭାବନୀୟ ଘଟଣା ଘଟିଛି ମୟୂରଭଂଜ ଜିଲ୍ଲା ରରୁଆଁ ଥାନା ଅଂଚଳରେ। ବିଶେଷ ସୂତ୍ରରୁ ଜଣାପଡିଛି ଯେ ରରୁଆଁ ଥାନା ଗାଲୁସାହି ଗ୍ରା.ପର ଖପ୍ରାସାହି ଗ୍ରାମର ଉଜ୍ଜଳ ଗାଗରାଇ(୪୮) ଗତକାଲି ରାତିରେ ପାଖଗ୍ରାମକୁ ଯାତ୍ରା ଦେଖିବାକୁ ଯାଇଥିଲେ। ତେବେ ସେ ଘରକୁ କେତେବେଳେ ଫେରିଲେ ତାହା ପରିବାର ଲୋକେ ଜାଣିନଥିଲେ। ସକାଳୁ ସେ ଶୋଇକି ନ ଉଠିବାରୁ ପରିବାର ଲୋକଙ୍କ ସନ୍ଦେହ ହୋଇଥିଲା। ତାଙ୍କର ମୃତ୍ୟୁ ହୋଇଥିବା ଜାଣିବାକୁ ପାଇଥିଲେ ପରିବାର ଲୋକେ। ସେ ସମ୍ବନ୍ଧରେ ନିଜର ପରିବାର ବର୍ଗ ଓ ସର୍ମ୍ପକୀୟଙ୍କୁ ଜଣାଇବା ପରେ ଶବ ସତ୍କାର ପାଇଁ ଗ୍ରାମ ଶ୍ମଶାନକୁ ନେଇଥିଲେ।

ତେବେ ତାଙ୍କୁ ହତ୍ୟା କରାଯାଇଛି ବୋଲି ପୁଲିସ ବିଶେଷ ସୂତ୍ରରୁ ଖବର ପାଇଁ ଶ୍ମଶାନକୁ ପହଂଚିଥିଲେ ଏବଂ ଅଗ୍ନିଶମ ବିଭାଗ ଦ୍ବାରା ଜଳୁଥିବା ଜୁଇକୁ ଲିଭାଇବା ପରେ ଅର୍ଦ୍ଧପୋଡା ଶବକୁ ଜବତ କରିଥିଲେ। ରିପୋର୍ଟ ଲେଖା ହେବା ସୁଦ୍ଧା ଶବ ଶ୍ମଶାନରେ ଥିବା ଜଣାପଡିଛି। ତେବେ ଆସନ୍ତାକାଲି କରଂଜିଆରେ ଶବ ବ୍ୟବଛେଦ କରାଯିବ ବୋଲି ସୂଚନା ମିଳିଛି। ଏନେଇ ରରୁଆଁ ଥାନାରେ ଏକ ମାମଲା ରୁଜୁ ହୋଇଛି। କରଂଜିଆ ଏସଡିପିଓ ସତ୍ୟବିକାଶ ଭୂୟାଁ ଓ ରରୁଆଁ ଥାନାଅଧିକାରିଣୀ ଦିବ୍ୟାକାନ୍ତି ଲାକ୍ରା ଶ୍ମଶାନରେ ପହଂଚି ଘଟଣାର ଅଧିକ ତଦନ୍ତ କରୁଛନ୍ତି। ମୃତଦେହ ଉଜ୍ଜଳଙ୍କ ଦେହରେ କ୍ଷତ ଚିହ୍ନ ଥିବା ଅଭିଯୋଗ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe