ପୋତି ହୋଇଗଲାଣି ମହାନଦୀ: ଉଦ୍‌ବେଗଜନକ ଭାବେ ଜଳସ୍ତର ହ୍ରାସ, ଡଙ୍ଗା ବୁଲିବାକୁ ଜାଗା ନାହିଁ

ପୋତି ହୋଇଗଲାଣି ମହାନଦୀ: ଉଦ୍‌ବେଗଜନକ ଭାବେ ଜଳସ୍ତର ହ୍ରାସ, ଡଙ୍ଗା ବୁଲିବାକୁ ଜାଗା ନାହିଁ

କଣ୍ଟିଲୋ : ଓଡ଼ିଶା-ଛତିଶଗଡ଼ ମଧ୍ୟରେ ଚାଲିଥିବା ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ୍ ମଧ୍ୟରେ ଛନ୍ଦି ହୋଇପଡ଼ିଛି। ଅନ୍ୟ ପକ୍ଷରେ ମହାନଦୀର ସ୍ଥିତି ଦିନକୁ ଦିନ ସଙ୍ଗିନ ହେବାରେ ଲାଗିଛି। ନଦୀ ଗର୍ଭ ଦିନକୁ ଦିନ ପୋତି ହେବା ସହ ବାଲିଚର ପାଲଟିଗଲାଣି। ଏଥି ସହ ଜଳସ୍ତର ମଧ୍ୟ ଉଦ୍‌ବେଗଜନକ ଭାବେ ବର୍ଷକୁ ବର୍ଷ ହ୍ରାସ ପାଇଚାଲିଥିବାରୁ ବିଭିନ୍ନ ସ୍ଥାନରେ ନଦୀତଟବର୍ତ୍ତୀ ଅଞ୍ଚଳମାନଙ୍କରେ ଦେଖାଦେଇଛି ଗଭୀର ଜଳସଂକଟ। ଏହି ଜଳକୁ ଆଧାର କରି ଗଡ଼ିଉଠିଥିବା ଅନେକ କୃଷି ଭିତ୍ତିକ ଜଳସେଚନ ପ୍ରକଳ୍ପ ଗୁଡ଼ିକ ଅନେକ ଦିନରୁ ବନ୍ଦ ହୋଇଗଲାଣି।

publive-image

ଆହୁରିମଧ୍ୟ କୈବର୍ତ୍ତମାନଙ୍କ ଜୀବନ ରେଖା ପାଲଟିଥିବା ମହାନଦୀ ଯେଉଁଥିରୁ ସେମାନେ ମାଛମାରି ପ୍ରତିପୋଷିତ ହୋଇଥାନ୍ତି ବର୍ତ୍ତମାନ ସମୟରେ ମହାନଦୀରେ ପାଣିନଥିବାରୁ ସେମାନଙ୍କ ଜୀବନ, ଜିବିକା ଉପରେ ଗଭୀର ପ୍ରଭାବ ପଡ଼ୁଥିବାର ଦେଖାଦେଇଛି। ଯେଉଁସ୍ଥାନରେ ଦିନେ ନୀଳ ଜଳରାଶିର ଲହଡ଼ି ଭାଙ୍ଗୁଥିଲା। ସେଠି ଏବେ ବାଲିର ପାହାଡ଼ ଗଦା। ଏଭଳିସ୍ଥିତି ହୋଇଛି ଯେ ନଦୀ ଦଟ ଅ‌ଳରେ ଯେଉଁସ୍ଥାନରେ ବର୍ଷ ତମାମ୍ ରହୁଥିଲା। ଏବେ ସେହି ସ୍ଥାନ ଶୁଖିଲା ପଡ଼ିବା ସହ ସ୍ନାନ, ଶୌଚ ପାଇଁ ବହୁଦୂର ପର୍ଯ୍ୟନ୍ତ ଯିବାକୁ ପଡ଼ୁଛି। ଏଭଳିସ୍ଥିତି ଲାଗିରହିଥିଲେ ମଧ୍ୟ ମହାନଦୀ ଜଳ ବିବାଦ ସମସ୍ୟା ସମାଧାନ ପାଇଁ କେନ୍ଦ୍ରସରକାର ଆନ୍ତରିକତା ପ୍ରଦର୍ଶନ କରୁନାହାଁନ୍ତି। ଓଡ଼ିଶା–ଛତିଶଗଡ଼ ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ୍ ବିଚାର ପକ୍ରିୟାରେ ରହିଛି। ଏହା ଏକ ବିଳମ୍ବିତ ପକ୍ରୀୟା ହୋଇଥିବାବେଳେ ମହାନଦୀର ବର୍ତ୍ତମାନସ୍ଥିତିର ଗମ୍ଭୀରତାକୁ ନଜରରେ ରଖି ସରକାର ତୁରନ୍ତ ଏଥିରେ ହସ୍ତକ୍ଷପ କରି ଜଳବିବାଦର ସମାଧାନ କରିବାକୁ ବୁଦ୍ଧିଜୀବି ମହଲରେ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe