ଡାକ ଟିକେଟ୍‌ରେ ରୁଚିଥିବା ପିଲାଙ୍କ ପାଇଁ ବୃତ୍ତି

Advertisment

‘ଦୀନଦୟାଲ ସ୍ପର୍ଶ ଯୋଜନା ୨୦୧୯-୨୦’

‘ଦୀନଦୟାଲ ସ୍ପର୍ଶ ଯୋଜନା ୨୦୧୯-୨୦’

ଡାକ ଟିକେଟ୍‌ରେ ରୁଚିଥିବା ପିଲାଙ୍କ ପାଇଁ ବୃତ୍ତି

Sarkari Yojana

ଭୁବନେଶ୍ବର : ଡାକ ଟିକେଟ୍‌‌ରେ ରୁଚି ଓ ଗବେଷଣାକୁ ପ୍ରୋତ୍ସାହିତ କରିବା ପାଇଁ ଡାକ ଟିକେଟ୍‌ ବିଭାଗ ପକ୍ଷରୁ ନବମ ଶ୍ରେଣୀର ପିଲାମାନଙ୍କ ପାଇଁ ‘ଦୀନଦୟାଲ ସ୍ପର୍ଶ ଯୋଜନା ୨୦୧୯-୨୦’ ବାର୍ଷିକ ବୃତ୍ତି ଯୋଜନା ଆରମ୍ଭ ହୋଇଯାଇଛି। ସ୍ବୀକୃତିପ୍ରାପ୍ତ ବିଦ୍ୟାଳୟମାନଙ୍କରେ ଷଷ୍ଠରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ଭଲ ପାଠ ପଢ଼ୁଥିବା ଓ ଡାକ ଟିକେଟ୍‌ ସଂଗ୍ରହ ଓ ଗବେଷଣା ‌‌କ୍ଷେତ୍ରରେ ରୁଚି ରଖୁଥିବା ଛାତ୍ରଛାତ୍ରୀମାନଙ୍କୁ ଏହି ବୃତ୍ତି ଯୋଜନା ଅନ୍ତର୍ଗତ ବାର୍ଷିକ ୬ ହଜାର ଟଙ୍କା ଓ ମାସିକ ୫ ଶହ ଟଙ୍କା ଲେଖାଏଁ ପ୍ରଦାନ କରାଯିବ। ଡାକ ବିଭାଗ ପକ୍ଷରୁ ଆୟୋଜିତ ଏକ ପ୍ରତିଯୋଗିତାରେ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀଙ୍କୁ ଏହି ବୃତ୍ତି ପ୍ରଦାନ କରାଯିବ।

ପ୍ରଥମ ପର୍ଯ୍ୟାୟ ପ୍ରତିଯୋଗିତାରେ ଡାକ ଟିକେଟ୍‌ ବାବଦରେ କୁଇଜ୍‌ର ଆୟୋଜନ କରାଯିବ। ଚୂଡ଼ାନ୍ତ ପ୍ରତିଯୋଗୀ ଚୟନ କରିବା ପାଇଁ ଦ୍ବିତୀୟ ପର୍ଯ୍ୟାୟରେ ଡାକ ଟିକେଟକୁ ନେଇ ପ୍ରକଳ୍ପର ଆହ୍ବାନ କରାଯିବ। ଏହି ପ୍ରତିଯୋଗିତା ପାଇଁ ଆବେଦନ କରିବାର ଶେଷ ତାରିଖ ରହିଛି ଆସନ୍ତା ଅଗଷ୍ଟ ମାସ ୧୬ ତାରିଖ ରହିଛି। ସେପ୍ଟେମ୍ବର ୮ ତାରିଖରେ ଏହାର ପ୍ରଥମ ପ୍ରର୍ଯ୍ୟାୟ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏହି ବୃତ୍ତି ଯୋଜନା, କୁଇଜ୍‌ ପ୍ରତିଯୋଗିତା ପାଇଁ ପାଠ୍ୟକ୍ରମ, ଡାକ ଟିକଟ ସମ୍ବନ୍ଧୀୟ ପ୍ରକଳ୍ପ ଇତ୍ୟାଦି ବାବଦରେ ସମସ୍ତ ସୂଚନା odishapost.gov.inରେ ଉପଲବ୍ଧ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe