ମନ୍ଥର ଗତିରେ ଆସୁଛି ଗଭୀର ଅବପାତ: ଆଜି ନେଇପାରେ ବାତ୍ୟା ରୂପ

Advertisment

ଦକ୍ଷିଣପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଏବେ ଉପକୂଳ ମୁହାଁ ହେଉଛି। ଘଣ୍ଟା ପ୍ରତି ୩ କିମି ‌ବେଗରେ ଆଗକୁ ବଢ଼ୁଛି। ରାତି ୯ଟା ସୁଦ୍ଧା ଏହା ନାଗାପ୍ପଟ୍ଟିନମ୍‌ଠାରୁ ୩୨୦ କିମି, ପୁଡ଼ୁଚେରୀଠାରୁ ୪୨୦ କିମି ଓ ଚେନ୍ନାଇଠାରୁ ୫୦୦ କିମି ଦୂରରେ ରହିଛି।

ଦକ୍ଷିଣପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଏବେ ଉପକୂଳ ମୁହାଁ ହେଉଛି। ଘଣ୍ଟା ପ୍ରତି ୩ କିମି ‌ବେଗରେ ଆଗକୁ ବଢ଼ୁଛି। ରାତି ୯ଟା ସୁଦ୍ଧା ଏହା ନାଗାପ୍ପଟ୍ଟିନମ୍‌ଠାରୁ ୩୨୦ କିମି, ପୁଡ଼ୁଚେରୀଠାରୁ ୪୨୦ କିମି ଓ ଚେନ୍ନାଇଠାରୁ ୫୦୦ କିମି ଦୂରରେ ରହିଛି।

 odishabytes

ଭୁବନେଶ୍ବର: ଦକ୍ଷିଣପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଏବେ ଉପକୂଳ ମୁହାଁ ହେଉଛି। ଘଣ୍ଟା ପ୍ରତି ୩ କିମି ‌ବେଗରେ ଆଗକୁ ବଢ଼ୁଛି। ରାତି ୯ଟା ସୁଦ୍ଧା ଏହା ନାଗାପ୍ପଟ୍ଟିନମ୍‌ଠାରୁ ୩୨୦ କିମି, ପୁଡ଼ୁଚେରୀଠାରୁ ୪୨୦ କିମି ଓ ଚେନ୍ନାଇଠାରୁ ୫୦୦ କିମି ଦୂରରେ ରହିଛି। ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରି ଗୁରୁବାର ସକାଳ ବେଳକୁ ଘୂର୍ଣ୍ଣିଝଡ଼ ତଥା ବାତ୍ୟାରେ ପରିଣତ ହୋଇପାରେ। ପରବର୍ତ୍ତୀ ଦୁଇ ଦିନ ସମାନ ଦିଗରେ ଗତି କରିବା ସହ ୩୦ ତାରିଖ ସକାଳ ବେଳକୁ ଗଭୀର ଅବପାତ ରୂପରେ ତାମିଲନାଡ଼ୁ ଓ ପୁଡ଼ୁଚେରୀ ଉପକୂଳ ଛୁଇଁବ। ପ୍ରଭାବରେ ତାମିଲନାଡ଼ୁ, ପୁଡ଼ୁଚେରୀ ଓ କାରାଇକାଲରେ ବର୍ଷା ଜାରି ରହିଛି। ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଏଭଳି ସ୍ଥିତି ଜାରି ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି) ପକ୍ଷରୁ ପୂର୍ବାନୁମାନ କରାଯାଇଛି।

ଓଡ଼ିଶାରେ ଏହାର ପ୍ରଭାବ ଗୁରୁବାରଠାରୁ ଅନୁଭୂତ ହୋଇପାରେ। ୨୮ ତାରିଖରେ ଭଦ୍ରକ, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ପୁରୀ, ଗଞ୍ଜାମଗଜପତି, ୨୯ ଓ ୩୦ ତାରିଖରେ ଉପକୂଳ ଓଡ଼ିଶା ସମେତ ମୟୂରଭଞ୍ଜ, କେନ୍ଦୁଝର, ରାୟଗଡ଼ା, ମାଲକାନଗିରି, କୋରାପୁଟ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଆଗାମୀ ୩ ଦିନରେ ସର୍ବନିମ୍ନ ତାପମାତ୍ରା ୨ରୁ ୪ ଡିଗ୍ରି ବୃଦ୍ଧି ପାଇବାର ସମ୍ଭାବନା ରହିଛି। ପରବର୍ତ୍ତୀ ଦୁଇ ଦିନ ବଡ଼ ପରିବର୍ତ୍ତନ ହେବ ନାହିଁ। ସୁନ୍ଦରଗଡ଼, କେନ୍ଦୁଝର, କନ୍ଧମାଳକଳାହାଣ୍ଡି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମଧରଣର କୁହୁଡ଼ି ହୋଇପାରେ। ଗତକାଲି ରାତିରେ ଘୁ.ଉଦୟଗିରିରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୮.୪ ଡିଗ୍ରି ରେକର୍ଡ କରାଯାଇଛି। ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଏକ ଛୋଟ ବାତ୍ୟାରେ ପରିଣତ ହୋଇପାରେ। ପ୍ରଭାବରେ ଉଭୟ ପବନ ଓ ବର୍ଷା ସମୁଦ୍ର ମଧ୍ୟରେ ରହିବ। ୩୦ ତାରିଖରେ ଉପକୂଳ ଛୁଇଁଲା ବେଳକୁ ଦୁର୍ବଳ ହୋଇଥିବ। ଏହାର ସିଧାସଳଖ ପ୍ରଭାବ ଓଡ଼ିଶା ଉପରେ ପଡ଼ିବାର ସମ୍ଭାବନା କମ୍‌। ଦକ୍ଷିଣ ଓଡ଼ିଶାର କେତେକ ସ୍ଥାନରେ ହାଲୁକା ବର୍ଷା ହୋଇପାରେ। ଡିସେମ୍ବର ପହିଲା ପର୍ଯ୍ୟନ୍ତ ପାଗ କୋହଲା ଲାଗି ରହିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe