ଦୁର୍ବଳ ହେଉଛି ଗଭୀର ଅବପାତ ତାମିଲନାଡ଼ୁକୁ ନାହିଁ ବାତ୍ୟା ଭୟ

Advertisment

ଦକ୍ଷିଣପଶ୍ଚିମ ବଙ୍ଗୋପସାଗରରେ ଥିବା ଗଭୀର ଅବପାତ ଧୀରେ ଧୀରେ ଉପକୂଳ ମୁହାଁ ହେଉଛି। ଘଣ୍ଟା ପ୍ରତି ୧୦ କିମି ‌ବେଗରେ ଆଗକୁ ବଢ଼ିବା ସହ ସନ୍ଧ୍ୟା ସାଢ଼େ ୫ଟା ସୁଦ୍ଧା ଏହା ନାଗାପ୍ପଟ୍ଟିନମ୍‌ଠାରୁ ୩୪୦ କିମି, ପୁଡ଼ୁଚେରୀଠାରୁ ୪୧୦ କିମି ଓ ଚେନ୍ନାଇଠାରୁ ୪୭୦ କିମି ଦୂରରେ ରହିଛି।

ଦକ୍ଷିଣପଶ୍ଚିମ ବଙ୍ଗୋପସାଗରରେ ଥିବା ଗଭୀର ଅବପାତ ଧୀରେ ଧୀରେ ଉପକୂଳ ମୁହାଁ ହେଉଛି। ଘଣ୍ଟା ପ୍ରତି ୧୦ କିମି ‌ବେଗରେ ଆଗକୁ ବଢ଼ିବା ସହ ସନ୍ଧ୍ୟା ସାଢ଼େ ୫ଟା ସୁଦ୍ଧା ଏହା ନାଗାପ୍ପଟ୍ଟିନମ୍‌ଠାରୁ ୩୪୦ କିମି, ପୁଡ଼ୁଚେରୀଠାରୁ ୪୧୦ କିମି ଓ ଚେନ୍ନାଇଠାରୁ ୪୭୦ କିମି ଦୂରରେ ରହିଛି।

ଆଜି ଓଡ଼ିଶା ଛୁଇଁବ ଘୂର୍ଣ୍ଣିବଳୟ

ଭୁବନେଶ୍ବର: ଦକ୍ଷିଣପଶ୍ଚିମ ବଙ୍ଗୋପସାଗରରେ ଥିବା ଗଭୀର ଅବପାତ ଧୀରେ ଧୀରେ ଉପକୂଳ ମୁହାଁ ହେଉଛି। ଘଣ୍ଟା ପ୍ରତି ୧୦ କିମି ‌ବେଗରେ ଆଗକୁ ବଢ଼ିବା ସହ ସନ୍ଧ୍ୟା ସାଢ଼େ ୫ଟା ସୁଦ୍ଧା ଏହା ନାଗାପ୍ପଟ୍ଟିନମ୍‌ଠାରୁ ୩୪୦ କିମି, ପୁଡ଼ୁଚେରୀଠାରୁ ୪୧୦ କିମି ଓ ଚେନ୍ନାଇଠାରୁ ୪୭୦ କିମି ଦୂରରେ ରହିଛି। ଏହା ଉତ୍ତର ଦିଗରେ ଗତି କରି ଶୁକ୍ରବାର ସକାଳ ପର୍ଯ୍ୟନ୍ତ ଗଭୀର ଅବପାତ ରୂପରେ ରହିବା ପରେ ଧୀରେ ଧୀରେ ଦୁର୍ବଳ ହୋଇଯିବ। ପରବର୍ତ୍ତୀ ସମୟରେ ଉତ୍ତରପଶ୍ଚିମ ଦିଗରେ ଗତି କରି ୩୦ ତାରିଖ ସକାଳ ସୁଦ୍ଧା ଉତ୍ତର ତାମିଲନାଡ଼ୁ ଓ ପୁଡୁଚେରୀ ମଧ୍ୟରେ କାରାଇକାଲ-ମହାମବଳିପୁରମ୍‌ ମଧ୍ୟରେ ଅବପାତ ରୂପରେ ସ୍ଥଳ ଭାଗ ଛୁଇଁବ। ବାତ୍ୟା ରୂପ ନେବ ନାହିଁ। ବରଂ ପବନର ବେଗ ଘଣ୍ଟା ପ୍ରତି ୩୦ରୁ ୪୦ କିମି ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି) ପକ୍ଷରୁ ପୂର୍ବାନୁମାନ କରାଯାଇଛି।

ସେପଟେ ଓଡ଼ିଶାରେ ଏହାର ପ୍ରଭାବ ସାମାନ୍ୟ ଅନୁଭୂତ ହୋଇଛି। କୋହଲା ପାଗ ସାଙ୍ଗକୁ ଆକାଶ ମେଘାଚ୍ଛନ୍ନ ରହିଛି। ୨୯ ତାରିଖରେ ଉପକୂଳ ଓଡ଼ିଶା ସମେତ ମାଲକାନଗିରି, ରାୟଗଡ଼ା, ନୟାଗଡ଼, ଖୋର୍ଦ୍ଧା, କଟକ, ଯାଜପୁର, କୋରାପୁଟ ଜିଲ୍ଲା ଏବଂ ୩୦ ତାରିଖରେ ଦକ୍ଷିଣ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଆଗାମୀ ୩ ଦିନରେ ସର୍ବନିମ୍ନ ତାପମାତ୍ରା ୨ରୁ ୪ ଡିଗ୍ରି ବୃଦ୍ଧି ପାଇବ। ପରବର୍ତ୍ତୀ ଦୁଇ ଦିନ ବଡ଼ ପରିବର୍ତ୍ତନ ହେବ ନାହିଁ। ଗତକାଲି ରାତିରେ ଘୁ.ଉଦୟଗିରିରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୬.୨ ଡିଗ୍ରି ରେକର୍ଡ କରାଯାଇଛି। ଏହାବ୍ୟତୀତ ସେମିଳିଗୁଡ଼ାରେ ୭.୮, ଫୁଲବାଣୀରେ ୮.୫, କୋରାପୁଟରେ ୮.୮, ଦାରିଙ୍ଗବାଡ଼ିରେ ୧୦, ଭାବନୀପାଟଣାରେ ୧୦.୫, ନବରଙ୍ଗପୁରରେ ୧୦.୬, ଅନୁଗୁଳରେ ୧୧, ଝାରସୁଗୁଡ଼ାରେ ୧୧.୨, ରାଉରକେଲାରେ ୧୧.୫, ବଲାଙ୍ଗୀରରେ ୧୧.୬, ବୌଦ୍ଧରେ ୧୧.୮ ଡିଗ୍ରି ରହିଥିଲା। ଫୁଲବାଣୀରେ ପ୍ରବଳ କୁହୁଡ଼ି ସହ ଦୃଶ୍ୟମାନ ଦୂରତା ୫୦ରୁ ୨୦୦ ମିଟର ମଧ୍ୟରେ ରହିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe