ଦୀପକ ବେହେରା ସମ୍ବଲପୁର ବିଶ୍ୱବିଦ୍ୟାଳୟ କୁଳପତି

Advertisment
ଦୀପକ ବେହେରା ସମ୍ବଲପୁର ବିଶ୍ୱବିଦ୍ୟାଳୟ କୁଳପତି

ଭୁବନେଶ୍ୱର : ସମ୍ବଲପୁର ବିଶ୍ୱବିଦ୍ୟାଳୟର ନୂତନ କୁଳପତି ଭାବେ ପ୍ରଫେସର ଦୀପକ କୁମାର ବେହେରା ନିଯୁକ୍ତ ହୋଇଛି। ବିଶ୍ୱବିଦ୍ୟାଳୟ କୁଳାଧିପତି ତଥା ରାଜ୍ୟପାଳ ଡ. ଏସ୍‌.ସି. ଜମିର ପ୍ରଫେସର ବେହେରାଙ୍କ ନାମ ଘୋଷଣା କରିଛନ୍ତି। ସେ ୩ ବର୍ଷ ଲାଗି କୁଳପତି ଦାୟିତ୍ୱରେ ରହିବେ।

ପ୍ରଫେସର ବେହେରା ଏହା ପୂର୍ବରୁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କୁଳପତି ଭାବେ ନିଯୁକ୍ତ ହୋଇ ୩ ବର୍ଷ ଧରି ସଫଳତାର ସହ କାର୍ଯ୍ୟ କରିଥିଲେ। ୧୯୫୬ ନଭେମ୍ବର ୧୧ରେ ଜନ୍ମଗ୍ରହଣ କରିଥିବା ପ୍ରଫେସର ବେହେରା ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ନୃତତ୍ତ୍ୱ ବିଜ୍ଞାନ ଓ ସାମାଜିକ ବିଜ୍ଞାନ ବିଭାଗରେ ଏମ୍‌ଏ ଓ ନୃତତ୍ତ୍ୱ ବିଜ୍ଞାନରେ ପିଏଚ୍‌ଡି ହାସଲ କରିଥିଲେ। ଶିକ୍ଷାଦାନ କ୍ଷେତ୍ରରେ ତାଙ୍କର ୩୧ ବର୍ଷର ଅଭିଜ୍ଞତା ରହିଛି। ଅଧ୍ୟାପକ ଭାବେ ୭ ବର୍ଷ ୬ ମାସ କାର୍ଯ୍ୟ କରିବା ସହ ୮ ବର୍ଷ ଧରି ରିଡର ଓ ୧୬ ବର୍ଷ ଦୁଇ ମାସ ପ୍ରଫେସର ଭାବେ କାର୍ଯ୍ୟ କରିଛନ୍ତି। ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କୁଳପତି ଭାବେ ପ୍ରଶାସନିକ କ୍ଷେତ୍ରରେ ବି ଦକ୍ଷତା ହାସଲ କରିଛନ୍ତି। ତାଙ୍କ ଦ୍ୱାରା ୪୫ଟି ପବ୍ଲିକେସନ ଓ ଗୋଟିଏ ପେପର ରଚନା ହୋଇଛି। ୧୮ ଜଣ ଛାତ୍ରଛାତ୍ରୀଙ୍କ ପିଏଚ୍‌ଡି ଓ ଜଣଙ୍କର ଡି.ଲିଟ୍‌ ଗାଇଡ୍‌ ରହିଛନ୍ତି।

ସୂଚନାଯୋଗ୍ୟ ଯେ ନୂତନ କୁଳପତି ଲାଗି ଗଠିତ ହୋଇଥିବା ତିନିଜଣିଆ ଚୟନ କମିଟି ୩୯ ଜଣ ଆଶାୟୀ ପ୍ରଫେସରଙ୍କ ସାକ୍ଷାତକାର ନେଇଥିଲେ। ଦୁଇ ଦିନ ଧରି ପର୍ଯ୍ୟାୟକ୍ରମେ ପ୍ରଫେସରଙ୍କ ସାକ୍ଷାତକାର ନେବା ପରେ ତିନି ଜଣଙ୍କ ନାମକୁ କୁଳାଧିପତିଙ୍କ ନିକଟକୁ ପଠାଯାଇଥିଲା ଏବଂ ଏହି ତିନି ଜଣଙ୍କ ମଧ୍ୟରୁ ଶେଷରେ ପ୍ରଫେସର ବେହେରାଙ୍କ ନାମ ଘୋଷଣା କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe