ଉଲିବୁରୁ ଖଣି ଦୁର୍ନୀତିର ମୁଖ୍ୟ ଅଭିଯୁକ୍ତ ଦୀପକ ଗୁପ୍ତାଙ୍କୁ ୩ମାସର ସର୍ତ୍ତମୂଳକ ଅନ୍ତରୀଣ ଜାମିନ 

Advertisment
ଉଲିବୁରୁ ଖଣି ଦୁର୍ନୀତିର ମୁଖ୍ୟ ଅଭିଯୁକ୍ତ ଦୀପକ ଗୁପ୍ତାଙ୍କୁ ୩ମାସର ସର୍ତ୍ତମୂଳକ ଅନ୍ତରୀଣ ଜାମିନ 

image source-odisha bytes

କଟକ: ବହୁଚର୍ଚ୍ଚିତ ଉଲିବୁରୁ ଖଣି ଦୁର୍ନୀତିର ମୁଖ୍ୟ ଅଭିଯୁକ୍ତ ଦୀପକ ଗୁପ୍ତାଙ୍କୁ ଆଜି ଓଡ଼ିଶା ଉଚ୍ଚ ନ୍ୟାୟାଳୟ  ୩ମାସର ସର୍ତ୍ତମୂଳକ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି ଉଚ୍ଚ ନ୍ୟାୟାଳୟ ।୧ କୋଟି ଟଙ୍କା ଜମା ଓ ୨ କୋଟିର ୨ ଜାମିନଦାରଙ୍କ ବଦଳରେ ଜାମିନ ମିଳିଥିବା ଜଣାଯାଇଛି। ଆଗାମୀ ଅକ୍ଟୋବର ୧ ତାରିଖରୁ ୨୦୨୧ ଜାନୁଆରି ୨ ତାରିଖ ଯାଏଁ ତାଙ୍କୁ ଜାମିନ ପ୍ରଦାନ କରାଯାଇଛି।

ଏହି ଆଦେଶନାମାରେ ଦର୍ଶାଯାଇଛି ଯେ ଦୀପକ ଗୁପ୍ତା କୋଟିଏ ଟଙ୍କା ଜମା କାଗଜପତ୍ର ନିମ୍ନ ଅଦାଲତରେ ଦାଖଲ କରିବେ। ଯଦି ତାଙ୍କର ପାସପୋର୍ଟ ଥାଏ ତେବେ ତାକୁ ନିମ୍ନ ଅଦାଲତରେ ଦାଖଲ କରିବେ ଏବଂ ଯଦି ନ ଥାଏ ତେବେ ଏନେଇ ଏକ ସତ୍ୟପାଠ ନିମ୍ନ ଅଦାଲତରେ ଦାଖଲ କରିବେ। ସେ ଜାମିନରେ ମୁକୁଳିବା ପରେ ଯେଉଁଠି ରହିବେ, ସେହି ସ୍ଥାନର ଠିକଣା, ଫୋନ୍ ନମ୍ବର ଓ ଇମେଲ୍ ଠିକଣା ଆଦି ଭିଜିଲାନ୍ସକୁ ସୂଚିତ କରିବେ। ସାକ୍ଷ୍ୟ ପ୍ରମାଣକୁ ପ୍ରଭାବିତ କରିବା ଭଳି କୌଣସି କାମ ନ କରିବାକୁ ବି ସର୍ତ୍ତ ଲଗାଇଛନ୍ତି ଉଚ୍ଚ ନ୍ୟାୟାଳୟ ।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ପୂର୍ବରୁ ହାଇକୋର୍ଟରେ ଦୀପକଙ୍କ ଜାମିନ ଆବେଦନ ଏକାଧିକ ଥର ଖାରଜ ହୋଇଥିବାବେଳେ ସୁପ୍ରିମକୋର୍ଟ ମଧ୍ୟ ୨ ଥର ତାଙ୍କ ଜାମିନ ଆବେଦନ ପୂର୍ବରୁ ଅଗ୍ରାହ୍ୟ କରିଥିଲେ। ଏହାପରେ ପୁନର୍ବାର କେନ୍ଦୁଝର ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତରେ ଜାମିନ ପାଇଁ କରିଥିବା ଆବେଦନ ଖାରଜ ହେବାପରେ ସେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ୨୦୧୯ ଅଗଷ୍ଟ ୭ରେ ହାଇକୋର୍ଟ ଦୀପକଙ୍କ ନିୟମିତ ଜାମିନ ଆବେଦନ ଖାରଜ କରିବା ସହିତ ନିମ୍ନ ଅଦାଲତରେ ବିଚାରାଧୀନ ମାମଲାର ତ୍ବରିତ ଶୁଣାଣି ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶ ପାଳନରେ ଅବହେଳା କରାଯାଇଛି, ନିମ୍ନ ଅଦାଲତ ଶୁଣାଣିରେ ବିଶେଷ ଅଗ୍ରଗତି ହୋଇ ନାହିଁ ବୋଲି ଜାମିନ ଆବେଦନର ଶୁଣାଣି ସମୟରେ ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe