ଘୁ ଉଦୟଗିରି: ସାଧାରଣ ନିର୍ବାଚନ ପାଇଁ ଆଉ କିଛି ଦିନ ବାକି ଥିବାବେଳେ ସ୍ଥାନୀୟ କଂଗ୍ରେସ ଦଳ ସ୍ଥାନୀୟ ନଗର କମିଟି ରେ ପରିବର୍ତ୍ତନ କରିଥିବା ସୂଚନା ମିଳିଛି। ସୂଚନା ଅନୁସାରେ ନଗର କଂଗ୍ରେସ ସଭାପତି ଭାବେ ପୂର୍ବତନ ଏନଏସି ଅଧ୍ୟକ୍ଷ ଦୀପକ କୁମାର ପ୍ରଧାନ ମନୋନୀତ ହୋଇଛନ୍ତି । କଂଗ୍ରେସ ଦଳର ସେ ଜଣେ ଆଗଧାଡ଼ିର ଦକ୍ଷ ନେତା ଭାବେ ଜଣାଶୁଣା। ଆଗରୁ ସେ ପରିଷଦର ଅଧ୍ୟକ୍ଷ ଓ ଉପାଧ୍ଯକ୍ଷ ଭାବରେ କାର୍ଯ୍ୟ କରିଥିବା ବେଳେ ଦଳ ତରଫରୁ ପୁଣି ଥରେ ତାଙ୍କ ଉପରେ ଭରସା କରି ନଗର ସଭାପତି ଦାୟିତ୍ଵ ଦିଆଯାଇଛି।
ଓଡ଼ିଆ ପ୍ରଦେଶ କଂଗ୍ରେସ ଦଳ ରାଜ୍ଯ ସଭାପତି ଶରତ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ସ୍ଥାନୀୟ ନଗର କଂଗ୍ରେସ ସଭାପତି ଭାବେ ଦୀପକ କୁମାର ପ୍ରଧାନ ଙ୍କୁ ନିଯୁକ୍ତ କରିଛନ୍ତି । ତା ସହ ବ୍ଲକ ସଭାପତି ଭାବେ ସଦାନନ୍ଦ ନାୟକ, ଡିସିସି ସାଧାରଣ ସମ୍ପାଦକ ଯାକେଶ କୁମାର ପ୍ରଧାନ, ମଧୁଲିନା ଦିଗାଲ, ସାଧାରଣ ସମ୍ପାଦକ ଭାବେ ସୂର୍ଯ୍ୟକାନ୍ତ ନାୟକ, ଓ ଅଞ୍ଜୁମ ଅହମଦ ମନୋନୀତ ହୋଇଛନ୍ତି। ଦଳ ନଗର ସଭାପତି ଦାୟିତ୍ଵ ଦେଇଥିବାରୁ ଶ୍ରୀ ପ୍ରଧାନ ରାଜ୍ୟ ସଭାପତି,ଜିଲ୍ଲାସଭାପତି, ଜିଲ୍ଲା ପର୍ଯ୍ୟବେକ୍ଷକ ଓ ଅନ୍ୟ ସହଯୋଗୀ ମାନଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହ ଆସନ୍ତା ନିର୍ବାଚନରେ ଦଳ ତରଫରୁ ଯେଉଁ ଦାୟିତ୍ଵ ମିଳିବ ତାହା ଦାୟିତ୍ଵର ସହ ନିର୍ବାହ କରିବେ ଓ ବିପକ୍ଷ ବିଜେପି ଓ ବିଜେଡି କୁ କଂଗ୍ରେସ କଡ଼ା ଟକ୍କର ଦେବ ବୋଲି ପ୍ରକାଶ କରିଛନ୍ତି।
Follow Us