ଦୀପକ ମହାନ୍ତିଙ୍କୁ ପୁନଃନିଯୁକ୍ତି ପାଇଁ ସୁପାରିସ୍‌

Advertisment

ପୁଣି ଥରେ ମିଳିପାରେ ଖଣି ବିଭାଗର ଓଏସ୍‌ଡି ପଦ

ପୁଣି ଥରେ ମିଳିପାରେ ଖଣି ବିଭାଗର ଓଏସ୍‌ଡି ପଦ

ଦୀପକ ମହାନ୍ତିଙ୍କୁ ପୁନଃନିଯୁକ୍ତି ପାଇଁ ସୁପାରିସ୍‌

odishasuntimes.com

ଭୁବନେଶ୍ବର : ୧୯୮୬ ମସିହା ବ୍ୟାଚ୍‌ ଅବସରପ୍ରାପ୍ତ ଆଇଏଫ୍‌ଏସ୍‌ ଅଧିକାରୀ ତଥା ପୂର୍ବତନ ଖଣି ନିର୍ଦ୍ଦେଶକ ଥିବା ଦୀପକ ମହାନ୍ତିଙ୍କୁ ପୁଣି ଥରେ ଖଣି ବିଭାଗରେ ଓଏସ୍‌ଡି ଓ ସ୍ବତନ୍ତ୍ର ଶାସନ ସଚିବ ଭାବେ ପୁନଃନିଯୁକ୍ତି ମିଳିପାରେ। ବିଶ୍ବସ୍ତ ସୁତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଶ୍ରୀ ମହାନ୍ତିଙ୍କୁ ପୁନଃନିଯୁକ୍ତି ଦେବାକୁ ଖଣି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପାଇଁ ଫାଇଲ୍‌ ପଠାଇଛନ୍ତି। ଶ୍ରୀ ମହାନ୍ତି ଅବସର ନେବା ପରଠାରୁ ଏବେ ସୁଦ୍ଧା ତାଙ୍କୁ ୭ ଥର ପୁନଃନିଯୁକ୍ତି ଦିଆଗଲାଣି। ପ୍ରଥମେ ୬ ମାସ ଲେଖାଏ ଦୁଇଥର ଓ ପରେ ୩ ମାସ ଲେଖାଏ ପାଞ୍ଚ ଥର ଶ୍ରୀ ମହାନ୍ତିଙ୍କୁ ସେହି ବିଭାଗର ଓଏସ୍‌ଡି ପଦବିରେ ପୁନଃନିଯୁକ୍ତି ଦିଆଯାଇଛି। ଶେଷଥର ପାଇଁ ଗତ ମାର୍ଚ୍ଚ ୨୪ ତାରିଖରେ ୩ ମାସ ପାଇଁ ତାଙ୍କୁ ପୁନଃନିଯୁକ୍ତି ଦିଆଯାଇଥିଲା। ୨୦୨୦ ଜୁନ୍‌ ୩୦ ତାରିଖରେ ତାଙ୍କ କାର୍ଯ୍ୟକାଳ ପୂରିଯାଇଛି।

ସୂଚନାଥାଉକି, କରୋନା ମହାମାରୀ ଯୋଗୁ ରାଜ୍ୟର ଆର୍ଥିକ ସ୍ଥିତି ଭଲ ନାହିଁ। ଏ ନେଇ ଗତ ୭ ତାରିଖରେ ସରକାର ଆର୍ଥିକ କଟକଣା ଜାରି କରିଛନ୍ତି। ଅନ୍ୟପଟେ ଅବସରପ୍ରାପ୍ତ ଅଧିକାରୀ ଓ କର୍ମଚାରୀଙ୍କ ପୁନଃନିଯୁକ୍ତି ନେଇ ବିରୋଧୀ ସରକାରଙ୍କୁ ସମାଲୋଚନା କରିଚାଲିଛନ୍ତି। ଆର୍ଥିକ କଟକଣା ଜାରି ହେବା ଦିନ ଗୃହ ବିଭାଗର ଓଏସ୍‌ଡି ଭାବେ ଜଣେ ଅବସରପ୍ରାପ୍ତ ଓଏଏସ୍‌ ଅଧିକାରୀଙ୍କ ପୁନଃନିଯୁକ୍ତି ନେଇ କର୍ମଚାରୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe