ଦୀପ୍ତି ମହାନ୍ତି ପାଇବେ କିଶୋରୀଚରଣ ପୁରସ୍କାର

Advertisment
ଦୀପ୍ତି ମହାନ୍ତି ପାଇବେ କିଶୋରୀଚରଣ ପୁରସ୍କାର

କଟକ : ତରୁଣ ଲେଖିକା ଦୀପ୍ତି ମହାନ୍ତି ପାଇବେ ଚଳିତ ବର୍ଷର କିଶୋରୀଚରଣ ପୁରସ୍କାର। ‘ଧୋରେ ବାୟା ଧୋ’ ପୁସ୍ତକ ପାଇଁ ଦୀପ୍ତି ମହାନ୍ତିଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ। ପୁରସ୍କାର ସ୍ୱରୂପ ଉପଢୌକନ, ମାନପତ୍ର ଓ ୧୦ ହଜାର ଟଙ୍କା ପ୍ରଦାନ କରାଯିବ ବୋଲି କିଶୋରୀ ଚରଣ ସ୍ମୃତି ସଂସଦ ପକ୍ଷରୁ ସଂପାଦକ ଡକ୍ଟର ବିଜୟାନନ୍ଦ ସିଂହ ସୂଚନା ଦେଇଛନ୍ତି। ମାର୍ଚ୍ଚ ୧ ତାରିଖ, ଗୁରୁବାର ସଂଧ୍ୟାରେ ଶ୍ରୀରାମଚନ୍ଦ୍ର ଭବନରେ ସଂଧ୍ୟା ୬ଟାରେ ଆୟୋଜିତ ହେବାକୁ ଥିବା କଥାକାର କିଶୋରୀଚରଣ ଦାସଙ୍କ ୯୪ତମ ଜୟନ୍ତୀ କାର୍ଯ୍ୟକ୍ରମରେ ଏହି ସମ୍ମାନ ପ୍ରଦାନ କରାଯିବ। ଦୀପ୍ତି ମହାନ୍ତିଙ୍କ ରଚିତ ଅନ୍ୟ ପୁସ୍ତକ ମଧ୍ୟରେ ‘ମୁକ୍ତ ପ୍ରେମ’, ‘ମୋ ବାହାଘର’ ଉପନ୍ୟାସ ଉଲ୍ଲେଖନୀୟ। ସୂଚନାଯୋଗ୍ୟ ଯେ ୪୦ ବର୍ଷରୁ କମ ବୟସ୍କ ଲେଖକ/ଲେଖିକାଙ୍କୁ ପ୍ରତିବର୍ଷ କିଶୋରୀଚରଣ ସ୍ମୃତି ସଂସଦ ପକ୍ଷରୁ ପ୍ରଦାନ କରାଯାଇଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe