ଆହାତ ଅବସ୍ଥାରେ ହରିଣ ଛୁଆ ଉଦ୍ଧାର

Advertisment
ଆହାତ ଅବସ୍ଥାରେ ହରିଣ ଛୁଆ ଉଦ୍ଧାର

ବୈପାରିଗୁଡା: ବୈପାରିଗୁଡା ବ୍ଲକ ଅନ୍ତର୍ଗତ ଜି.ମାଝିଗୁଡା ପଞ୍ଚାୟତର ଭାଟିପଡା ନିକଟସ୍ଥ ଏକ ବିଲରୁ ଆହାତ ଅବସ୍ଥାରେ ହରିଣ ଛୁଆ ଉଦ୍ଧାର କରାଯାଇଛି। ସୂଚନା ଅନୁଯାୟୀ, ଭାଟିପଡା ଗ୍ରାମର ଗୁପ୍ତ ଚଲାଣ ଆଜି ସକାଳୁ ନିଜ ଗ୍ରାମ ନିକଟସ୍ଥ ବିଲକୁ ଯାଇଥିଲେ। ଗତକାଲି ବର୍ଷା ହୋଇଥିବା ଯୋଗୁଁ ବିଲର ଅବସ୍ଥା ଅନୁଧ୍ୟାନ କରିବା ପାଇଁ ଯାଉଥିବା ବେଳେ ବିଲରେ ଗୋଟିଏ ହରିଣ ଛୁଆ ପଡିଥିବାର ଦେଖିବାକୁ ପାଇଥିଲେ। ହରିଣ ଛୁଆଟିକୁ ନିଜ ଗାଆଁକୁ ନେଇ ଗ୍ରାମବାସୀଙ୍କୁ ଦେଖେଇବା ପରେ ସମସ୍ତଙ୍କ ପରାମର୍ଶ ଅନୁଯାୟୀ ବୈପାରିଗୁଡା ଆସି ରେଞ୍ଜ ଅଫିସରଙ୍କୁ ହସ୍ତାନ୍ତର କରିଥିଲେ। ବୈପାରିଗୁଡା ରେଞ୍ଜ ଅଫିସର୍ ଦିବ୍ୟା ମାଧୁରୀ ସେଠୀ ହରିଣ ଛୁଆଟିକୁ ଗ୍ରହଣ କରି ତା'ର ସ୍ବାସ୍ଥ୍ୟାବସ୍ଥା ପରୀକ୍ଷା ପାଇଁ ସ୍ଥାନୀୟ ପଶୁ ଚିକିତ୍ସାଳୟକୁ ପଠେଇ ଥିଲେ।

ଫରେଷ୍ଟର ସଚିଦା ନନ୍ଦ ପରଡା, ଫରେଷ୍ଟର ବିକାଶ ପାତ୍ର ଏବଂ ଫରେଷ୍ଟ ଗାର୍ଡ ମନୋଜ ମହାପାତ୍ର ପଶୁ ଚିକିତ୍ସାଳୟକୁ ନେଇ ସ୍ବାସ୍ଥ୍ୟାବସ୍ଥା ପରୀକ୍ଷା କରାଇବାରୁ ପଶୁ ଚିକିତ୍ସାଧିକାରୀ ଡ଼ା. ରାଜେଶ ପାଣିଗ୍ରାହୀ ହରିଣ ଛୁଆଟିର ଗୋଡ଼ ଭାଙ୍ଗି ଯାଇଥିବା ପ୍ରକାଶ କରିବା ସହ ଏହାର ବୟସ ତିନି ମାସରୁ ଚାରି ମାସ ମଧ୍ୟରେ ହୋଇପାରେ ବୋଲି ପ୍ରକାଶ କରିଛନ୍ତି। ରେଞ୍ଜ ଅଫିସର୍ ହରିଣ ଛୁଆଟି ସୁସ୍ଥ ହେବା ପରେ ସେହି ଜଙ୍ଗଲରେ ଛାଡି ଦିଆଯିବ ବୋଲି ପ୍ରକାଶ କରିଛନ୍ତି। ସାଧାରଣତଃ ପ୍ରବଳ ଖରା ଯୋଗୁଁ ନିକଟ ଜଂଗଲରୁ ହରିଣ ପଲ ପାଣି ପିଇବା ତଥା ଖାଦ୍ୟ ଅନ୍ୱେଷଣରେ ଜଂଗଲ ପାଖ ଜମିକୁ ଆସିଥାନ୍ତି। ତେବେ ହରିଣ ଛୁଆଟି କୈାଣସି କାରଣରୁ ଆହାତ ହୋଇଥିବା ଫଳରେ ଜଂଗଲ ଭିତରକୁ ଫେରି ପାରିନଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe