Advertisment

ବୁଲା କୁକୁରମାନଙ୍କର ଆକ୍ରମଣରେ ହରିଣ ମୃତ

Advertisment
ବୁଲା କୁକୁରମାନଙ୍କର ଆକ୍ରମଣରେ ହରିଣ ମୃତ

ଦେବଗଡ଼: ଦେବଗଡ଼ ବନଖଣ୍ଡ ତିଳେଇବଣି ସେକ୍ସନ ଅନ୍ତର୍ଗତ ବରଘାଟ ଗ୍ରାମରେ ଗତକାଲି ବିଳମ୍ବିତ ରାତ୍ରିରେ କୁକୁର ଆକ୍ରମଣରେ ଏକ ହରିଣର ମୃତ୍ୟୁ ଘଟିଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତରେ ବରଘାଟ ଗ୍ରାମକୁ ନିକଟସ୍ଥ ଜଙ୍ଗଲରୁ ଏକ ହରିଣ ବାଟବଣା ହୋଇ ଚାଲି ଆସିଥିଲା। ତେବେ ହରିଣକୁ ବୁଲା କୁକୁରମାନେ ଆକ୍ରମଣ କରିଥିଲେ। ଏହା ଦେଖି କେତେକ ଗ୍ରାମବାସୀ କୁକୁର କବଳରୁ ହରିଣକୁ ଉଦ୍ଧାର କରି ତା’ର ପ୍ରାଥମିକ ଚିକିତ୍ସା କରାଇଥିଲେ। ଏଥିସହ ବନ ବିଭାଗକୁ ସୂଚନା ଦେଇଥିଲେ। ଖବର ପାଇ ଦେବଗଡ଼ ଫରେଷ୍ଟ ରେଞ୍ଜ ଅଫିସର ଦେବବ୍ରତ ନନ୍ଦ ଓ ତିଳେଇବଣି ସେକ୍ସନ ଅଫିସର ସୁଧାଂଶୁ ବେହେରା ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ଆହତ ହରିଣକୁ ଉଦ୍ଧାର କରିଥିଲେ।

ଏହାପରେ ଦେବଗଡ଼ସ୍ଥିତ ପ୍ରାଣୀଧନ ଚିକିତ୍ସା କେନ୍ଦ୍ରକୁ ଚିକିତ୍ସା ପାଇଁ ନିଆଯାଉଥିବା ବେଳେ ହରିଣଟିର ମୃତ୍ୟୁ ଘଟିଥିଲା। ବନବିଭାଗ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ମୃତ ହରିଣର ବ୍ୟବଚ୍ଛେଦ କରାଯିବା ପରେ ତାକୁ ପୋତି ଦିଆଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe