ମକୁନ୍ଦିଦାସପୁରରୁ ହରିଣ ଉଦ୍ଧାର

Advertisment
ମକୁନ୍ଦିଦାସପୁରରୁ ହରିଣ ଉଦ୍ଧାର

ବାଲିଅନ୍ତା :ବାଳକାଟି ସ୍ଥିତ ବନ ବିଭାଗ କାର୍ଯ୍ୟାଳୟ ପକ୍ଷରୁ ମଙ୍ଗଳବାର ସଂଧ୍ୟାରେ ବାଲିପାଟଣା ବ୍ଲକ ଅଧୀନ ମକୁନ୍ଦିଦାସପୁର ଅଞ୍ଚଳରୁ ଗୋଟିଏ ଚିତ୍ରା ପ୍ରଜାତିର ହରିଣ ଉଦ୍ଧାର କରାଯାଇଛି। ଚିତ୍ରା ପ୍ରଜାତିର ଉଦ୍ଧାର ଅଣ୍ଡିରା ହରିଣର ବୟସ ଦୁଇବର୍ଷ ହେବ । ଗାଁ ଭିତରକୁ ପଶି ଆସିଥିବା ଏହି ହରିଣ ଆଜି ସଂଧ୍ୟା ସମୟରେ ସ୍କୁଲ ନିକଟରେ ବୁଲାବୁଲି କରୁଥିବା ଦେଖି ସ୍ଥାନୀୟ ଲୋକ ତାକୁ କାବୁ କରି ନେଇଥିଲେ।

ଏହାପରେ ବାଳକାଟି ବନ ବିଭାଗ କାର୍ଯ୍ୟାଳୟକୁ ଯୋଗାଯୋଗ କରିଥିଲେ। ଖବର ପାଇ ରେଞ୍ଜ ଅଫିସର ଜୟକୃଷ୍ଣ ଯଦୁମଣି ଦାସ , ଫରେଷ୍ଟର ସୁଶାନ୍ତ ସ୍ବାଇଁଙ୍କ ସମେତ ୩ ଜଣ  ପାରା ଷ୍ଟାଫ ପହଞ୍ଚିବା ପରେ ହସ୍ତାନ୍ତର କରାଯାଇଥିଲା। ବୁଧବାର ହରିଣକୁ ବାଲିପାଟଣା ଭଅଁରା ଜଙ୍ଗଲରେ ଚଡ଼ାଯିବ ବୋଲି ରେଞ୍ଜ ଅଫିସର ଶ୍ରୀ ଦାସ କହିଛନ୍ତି।

ଗତ ସପ୍ତାହରେ ଅନୁରୂପ ଭାବେ ବନ ବିଭାଗ ବର୍ଇଚୁଆ ପଞ୍ଚାୟତ ହାଇସ୍କୁଲ କାନ୍ଥରେ ପିଟି ହୋଇ ମୃତ୍ୟୁବରଣ କରିଥିବା ଗୋଟିଏ ମାଈ ହରିଣର ମୃତଦେହ ଉଦ୍ଧାର କରିଥିଲା। କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟରୁ ହରିଣ ଜନ ବସତି ଆଡ଼କୁ ପଳାଇ ଆସୁଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe