ନିଯୁକ୍ତି ନାଁରେ ଠକେଇ, ଅଭିଯୁକ୍ତ ଅଟକ

Advertisment
ନିଯୁକ୍ତି ନାଁରେ ଠକେଇ, ଅଭିଯୁକ୍ତ ଅଟକ

ସମ୍ବଲପୁର : ନିଜକୁ ଭିଆର୍‌ଏସ୍‌ ନେଇଥିବା ଭିଜିଲାନ୍ସ ବିଭାଗର ଏସ୍‌ପି ଓ ସ୍ତ୍ରୀ’ ଉପଜିଲ୍ଲାପାଳ ଥିବା ଦର୍ଶାଇ ଚାକିରି ଦେବା ବାହାନାରେ ଜଣେ ବ୍ୟକ୍ତି ଲକ୍ଷାଧିକ ଟଙ୍କାର ଠକେଇ କରିଥିବା ଅଭିଯୋଗ ହୋଇଛି। ପ୍ରାୟ ୧୫୦ ଜଣ ଯୁବକଯୁବତୀଙ୍କୁ ଏକ ସୋଲାର୍‌ ପ୍ରୋଜେକ୍ଟରେ ଚାକିରି କରାଇ ଦେବାର ମିଛ ପ୍ରତିଶ୍ରୁତି ଦେଇ ଜାଲ୍‌ ନିଯୁକ୍ତିପତ୍ର ମଧ୍ୟ ଦେଉଥିଲା। ଆବେଦନ ସମୟରେ ଫି’ ନେଉଥିଲା ଓ ନିଯୁକ୍ତିପତ୍ର ଦେବା ବେଳେ ବି ମିଠା ଖିଆ ଖର୍ଚ୍ଚ ନାଁ’ରେ ହଜାର ହଜାର ଟଙ୍କା ଲୁଟି ଚାଲିଥିଲା।

publive-image

ଇତିମଧ୍ୟରେ ଏହି ଠକାମି ଧରାପଡ଼ିଛି। ଶତାଧିକ ଯୁବକ ଯୁବତୀ ଏହି ବ୍ୟକ୍ତିଙ୍କ ‘ଉଜୋର୍ଗ ପଞ୍ଚତତ୍ତ୍ବ ପ୍ରାଇଭେଟ୍ ଲିମିଟେଡ୍’ କାର୍ଯ୍ୟାଳୟରେ ତାଲା ଝୁଲାଇବା ସହ ତାଙ୍କୁ ଗିରଫ ପାଇଁ ଦାବି କରିବା ପରେ ସଦର ପୁଲିସ୍‌ ଉକ୍ତ ଠକ ଗୁରୁଦେବ ସେଠ୍‌କୁ ଥାନାକୁ ଆଣି ପଚରାଉଚୁରା କରୁଛି। ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ଏଭଳି ଏକ ଘଟଣା ଘଟିଛି ସହର ଉପକଣ୍ଠରେ ଥିବା ସଦର ଥାନା ଅନ୍ତର୍ଗତ ମାନେଶ୍ବରରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe