ଜାଲ ନିଯୁକ୍ତିପତ୍ର ଦେଇ ଠକେଇ, ଅଭିଯୁକ୍ତ ଗିରଫ

ଜାଲ ନିଯୁକ୍ତିପତ୍ର ଦେଇ ଠକେଇ, ଅଭିଯୁକ୍ତ ଗିରଫ

ଝାରସୁଗୁଡ଼ା: ଜଣେ ଯୁବକଙ୍କୁ ଦର୍ଲିପାଲି ଏନ୍‌ଟିପିସିରେ ଚାକିରି କରାଇ ଦେବାକୁ କହି ୨୦ ହଜାର ଟଙ୍କା ଠକି ନେବା ସହ ଏକ ଜାଲ ନିଯୁକ୍ତିପତ୍ର ଦେଇଥିବା ଅଭିଯୋଗରେ ବଡ଼ମାଲ ଥାନା ପୁଲିସ୍‌ ଜଣେ ଠକକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଆଇଆଇସି ଅମିତାଭ ପଣ୍ଡାଙ୍କ ସୂଚନାନୁସାରେ ଲହଣ୍ଡାବୁଡ଼ ଗ୍ରାମର ବିମଳ ସିଂହ ନାମକ ଜଣେ ବ୍ୟକ୍ତି ଦର୍ଲିପାଲିରେ ଚାକିରି କରାଇ ଦେବାକୁ କହି କାଲୋପତ୍ରା ଗ୍ରାମର ସୋହେବ ଉମରାଙ୍କଠାରୁ ୨୦ ହଜାର ଟଙ୍କା ନେଇଥିଲା।

ପରେ ତାଙ୍କୁ ଏନ୍‌ଟିପିସିରେ ଆସିଷ୍ଟାଣ୍ଟ ମ୍ୟାନେଜର ପଦରେ ନିଯୁକ୍ତି ପାଇଁ ଏକ ଜାଲ ନିଯୁକ୍ତିପତ୍ର ଦେଇ ବିମଳ ଫେରାର ହୋଇଯାଇଥିଲା। ଏ ନେଇ ସାହେବ ଗତ ୧୪.୧୦.୨୦୨୧ରେ ବଡ଼ମାଲ ଥାନାରେ ଅଭିଯୋଗ କରିବା ପରେ ପୁଲିସ୍‌ ଆଇପିସିର ଦଫା ୪୨୦, ୪୬୭, ୪୬୮, ୪୭୧ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା। ଅଭିଯୁକ୍ତ ବିମଲକୁ ସୁନ୍ଦରଗଡ଼ରୁ ଗିରଫ କରି ମଙ୍ଗଳବାର କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe