ନିରାଶ କଲା ନିଅଣ୍ଟିଆ ବର୍ଷା

Advertisment

ଗତ ମେ’ ମାସରେ ବଲାଙ୍ଗୀର ଜିଲ୍ଲାରେ ରେକର୍ଡ ବର୍ଷା ହୋଇଥିଲା। ମେ’ ମାସରେ ଜିଲ୍ଲାର ସ୍ବାଭାବିକ ବୃଷ୍ଟିପାତ ହେଲା ୩୪.୩ ମିମି। କିନ୍ତୁ ୨୦୧୫ ମସିହା ପରଠାରୁ କେବଳ ୨୦୧୮ ଏବଂ ୨୦୨୧ ମସିହାକୁ ବାଦ୍‌ ଦେଲେ ଦଶ ବର୍ଷ ହେଲା କୌଣସି ବର୍ଷ ସ୍ବାଭାବିକ ବୃଷ୍ଟିପାତ ଛୁଇଁନଥିଲା।

ଗତ ମେ’ ମାସରେ ବଲାଙ୍ଗୀର ଜିଲ୍ଲାରେ ରେକର୍ଡ ବର୍ଷା ହୋଇଥିଲା। ମେ’ ମାସରେ ଜିଲ୍ଲାର ସ୍ବାଭାବିକ ବୃଷ୍ଟିପାତ ହେଲା ୩୪.୩ ମିମି। କିନ୍ତୁ ୨୦୧୫ ମସିହା ପରଠାରୁ କେବଳ ୨୦୧୮ ଏବଂ ୨୦୨୧ ମସିହାକୁ ବାଦ୍‌ ଦେଲେ ଦଶ ବର୍ଷ ହେଲା କୌଣସି ବର୍ଷ ସ୍ବାଭାବିକ ବୃଷ୍ଟିପାତ ଛୁଇଁନଥିଲା।

ffshfsxvbbv

ବଲାଙ୍ଗୀର: ଗତ ମେ’ ମାସରେ ବଲାଙ୍ଗୀର ଜିଲ୍ଲାରେ ରେକର୍ଡ ବର୍ଷା ହୋଇଥିଲା। ମେ’ ମାସରେ ଜିଲ୍ଲାର ସ୍ବାଭାବିକ ବୃଷ୍ଟିପାତ ହେଲା ୩୪.୩ ମିମି। କିନ୍ତୁ ୨୦୧୫ ମସିହା ପରଠାରୁ କେବଳ ୨୦୧୮ ଏବଂ ୨୦୨୧ ମସିହାକୁ ବାଦ୍‌ ଦେଲେ ଦଶ ବର୍ଷ ହେଲା କୌଣସି ବର୍ଷ ସ୍ବାଭାବିକ ବୃଷ୍ଟିପାତ ଛୁଇଁନଥିଲା। ଏଥର ମେ’ ମାସରେ ରେକର୍ଡ ୧୦୨.୨୧ ମିମି ହାରାହାରି ବର୍ଷା ରେକର୍ଡ ‌ହୋଇଥିଲା। ଆଗୁଆ ଭଲ ବର୍ଷା କାରଣରୁ ଚାଷବାସ ଭଲ ହେବ ବୋଲି ଚାଷୀ ଆକଳନ କରିଥିଲେ। କାରଣ, ମେ’ ମାସରେ ବର୍ଷାଦିନ ସଂଖ୍ୟା ୧୫କୁ ଛୁଇଁଥିଲା। ହେଲେ ଜୁଲାଇ ମାସର ନିଅଣ୍ଟିଆ ବର୍ଷା ସବୁ ଆକଳନ ଓଲଟପାଲଟ କରିଦେଇଛି।

ଏଥର ସ୍ବାଭାବିକ ମୌସୁମୀ ପ୍ରଚଳନ ଯୋଗୁଁ ଭଲ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଥିଲା। କିନ୍ତୁ ଖରା ଓ ଗୁଳୁଗୁଳି ସାଧାରଣ ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ଏଣେ ଅଗଷ୍ଟ ମାସରେ ବର୍ଷାର ନାଁ ଗନ୍ଧ ନାହିଁ। ଜୁଲାଇ ମାସରେ ଜିଲ୍ଲାର ସ୍ବାଭାବିକ ବର୍ଷା ହେଲା ୩୬୨.୧ ମିମି। କିନ୍ତୁ ବର୍ଷିଲା ମାତ୍ର ୩୧୧.୧୮ ମିମି। କେବଳ ଗୁଡ଼ଭେଲା ବ୍ଲକ୍‌ରେ ଦିନେ ଅତି ପ୍ରବଳ, ଆଗଲପୁର, ପୁଇନ୍ତଳା ଏବଂ ଗୁଡ଼ଭେଲା ବ୍ଲକ୍‌ରେ ଦିନେ ଲେଖାଏଁ ପ୍ରବଳ ବର୍ଷା ହୋଇଛି। ନଚେତ୍‌, ଜିଲ୍ଲାର ଅନ୍ୟ ବ୍ଲକ୍‌ରେ କେବଳ ଅସରାଏ ବର୍ଷା ଛିଞ୍ଚିଛି। ରାଜ୍ୟରେ ମୌସୁମୀ ସକ୍ରିୟ ଥିଲେ ହେଁ ଜିଲ୍ଲାରେ ବର୍ଷା ଆଶାନୁରୂପ ନୁହଁ। ଉଚ୍ଚ ଅଞ୍ଚଳରେ ଥିବା ଜମିଗୁଡ଼ିକ ଟାଣ ଖରାରେ ଫାଟିବାକୁ ବସିଲାଣି। ଜିଲ୍ଲାରେ ମାତ୍ର ୩ ପ୍ରତିଶତ ଜମିକୁ ଜଳସେଚନ ସୁବିଧା ରହିଛି। ଚାଷୀ ପାଖରେ ପାଣି ପାଇଁ ବିକଳ୍ପ ବ୍ୟବସ୍ଥା ନଥିବାରୁ ବର୍ଷା ଉପରେ ହିଁ ସବୁ ନିର୍ଭର କରୁଛି। ଅଗଷ୍ଟ ମାସରେ କେବଳ ତୁରେକେଲା, ପାଟଣାଗଡ଼ ଏବଂ ଖପ୍ରାଖୋଲ ବ୍ଲକ୍‌ରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହୋଇଛି। ଜିଲ୍ଲାର ଅନ୍ୟ ବ୍ଲକ୍‌ରେ ପାଣି ଟୋପାଏ ପଡ଼ିନାହିଁ। ଏଣେ, ସର୍ବୋଚ୍ଚ ତାପମାତ୍ରା ୩୫ ଡିଗ୍ରି ଅତିକ୍ରମ କରିବା ଏବଂ ଗୁଳୁଗୁଳି ଯୋଗୁଁ ଚାଷବାସ ସ୍ଥିତି ବିଗିଡ଼ିବା ଆଶଙ୍କା କରୁଛନ୍ତି ଚାଷୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe