ଡିଇଆଇଇଡି ଶେଷବର୍ଷ ପରୀକ୍ଷା ବାତିଲ୍‌

Advertisment
ଡିଇଆଇଇଡି ଶେଷବର୍ଷ ପରୀକ୍ଷା ବାତିଲ୍‌

Photo-Zee news

ଭୁବନେଶ୍ୱର : ବିଦ୍ୟାଳୟ ଓ ଗଣଶିକ୍ଷା‌ ବିଭାଗ ଅଧୀନ ରାଜ୍ୟର ୬୬ଟି ଶିକ୍ଷକ ଶିକ୍ଷା ପ୍ରତିଷ୍ଠାନର ଡି.ଇଆଇ.ଇଡି ପାଠ୍ୟକ୍ରମ ଛାତ୍ରଛାତ୍ରୀଙ୍କ ଶେଷବର୍ଷ ପରୀକ୍ଷାକୁ ବାତିଲ୍‌ କରି ଦିଆଯାଇଛି। କରୋନା ସଂକ୍ରମଣର ବର୍ତମାନ ସ୍ଥିତିକୁ ନଜରରେ ରଖି ପରୀକ୍ଷା ବାତିଲ୍‌ କରିବାକୁ ଏସ୍‌ସିଇଆରଟି ନିର୍ଦେଶକ ଜୁଲାଇ ୩ ତାରିଖରେ ଗଣଶିକ୍ଷା ବିଭାଗର ଅନୁମତି ଲୋଡ଼ିଥିଲେ। ଏହି ପ୍ରସ୍ତାବ ଉପରେ ବ୍ୟାପକ ବିଚାରବିମର୍ଶ କରିବା ପରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଏଥିସହ ବିକଳ୍ପ ମୂଲ୍ୟାୟନ କରିବାକୁ ପରାମର୍ଶ ଦିଆଯାଇଛି। ବିଭାଗୀୟ ଅତିରିକ୍ତ ସଚିବ ରଘୁରାମ ଆର. ଆୟର ଏନେଇ ଏସ୍‌ସିଇଆରଟି ନିର୍ଦେଶକଙ୍କୁ ଅବଗତ କରାଇଛନ୍ତି। ସେ କହିଛନ୍ତି ଯେ ଆପଣଙ୍କ ପ୍ରସ୍ତାବକୁ ବିଚାରକୁ ନେଇ ପରୀକ୍ଷା ବାତିଲ୍‌ କରିବା ଲାଗି ଅନୁମତି ଦିଆଯାଉଛି। ଏଥିସହ ବିକଳ୍ପ ମୂଲ୍ୟାୟନ ବ୍ୟବସ୍ଥାରେ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ପ୍ରକାଶ କରିବାକୁ ପରାମର୍ଶ ଦିଆଯାଇଛି। ୬୬ଟି ପ୍ରତିଷ୍ଠାନରେ ଶେଷବର୍ଷର ୬ ହଜାର ୪୯୪ଜଣ ଛାତ୍ରଛାତ୍ରୀ ରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe