କାଦୁଆ ନଦୀରେ ବିଜୁ ସେତୁ ନିର୍ମାଣ ବିଳମ୍ବ, ୨୦୨୦ରେ ସାରିବାକୁ ଲକ୍ଷ୍ୟ ଥିଲା

କାଦୁଆ ନଦୀରେ ବିଜୁ ସେତୁ ନିର୍ମାଣ ବିଳମ୍ବ, ୨୦୨୦ରେ ସାରିବାକୁ ଲକ୍ଷ୍ୟ ଥିଲା

କାକଟପୁର : କାଦୁଆ ନଦୀର କନ୍ତିମଳାଠାରେ ବିଜୁ ସେତୁ ଯୋଜନାରେ ପ୍ରାୟ ୫ ବର୍ଷ ହେବ ନିର୍ମାଣ ଚାଲିଥିବା ବିଜୁସେତୁ କାର୍ଯ୍ୟ ଅଦ୍ୟାବଧି ପୂର୍ଣ୍ଣାଙ୍ଗ ହୋଇପାରି ନାହିଁ। ବର୍ଷାଋତୁ ଆସିବାକୁ ଆଉ ଅଳ୍ପ ଦିନ ବାକିଥିବାବେଳେ, କାର୍ଯ୍ୟ ଶେଷ କରିବା ପାଇଁ ଠିକାଦାର ଓ ବିଭାଗୀୟ ଯନ୍ତ୍ରୀଙ୍କ ତତ୍ପରତା ପ୍ରକାଶ ପାଉନାହିଁ। ଯଦିଓ ସେତୁ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି, ତଥାପି ସେତୁ ଉପର ବାଡ଼ ଓ ସେତୁକୁ ସଂଯୋଗ କରୁଥିବା ରାସ୍ତା ନିର୍ମାଣ କାର୍ଯ୍ୟ ଅଧାରେ ଅଟକିଛି।

ନିମାପଡ଼ା ଗ୍ରାମ୍ୟ ନିର୍ମାଣ ବିଭାଗ ପକ୍ଷରୁ ପ୍ରାୟ ୬ କୋଟି ୪୭ ଲକ୍ଷ ଟଙ୍କା ବ୍ୟୟରେ ନିମାର୍ଣାଧୀନ ଏହି ସେତୁର କାର୍ଯ୍ୟ ଆରମ୍ଭ ୨୦୧୮ ମସିହାରେ ହୋଇଥିଲା। ସରକାରୀଭାବେ ସେତୁର ନିର୍ମାଣ କାର୍ଯ୍ୟ ୨୦୨୦ ଜୁନ୍ ମାସ ମଧ୍ୟରେ ସରିବା କଥା। ମାତ୍ର ୨୦୨୩ ଜୁନ୍‌ ସୁଦ୍ଧା ଏହି ସେତୁ ନିର୍ମାଣ କାର୍ଯ୍ୟ ପୂର୍ଣ୍ଣାଙ୍ଗ ନ ହେବାରୁ ଅଞ୍ଚଳବାସୀଙ୍କ ମନରେ ଅସନ୍ତୋଷ ସୃଷ୍ଟି କରିଛି। ୧୨୩ ମିଟର ଦୈର୍ଘ୍ୟ ବିଶିଷ୍ଟ ଏହି ସେତୁ କାର୍ଯ୍ୟକ୍ଷମ ହେଲେ, ନିକଟସ୍ଥ କନ୍ତିମଳା, ସନ୍ତରସ, କୋତାଙ୍ଗ, କଜଳପାତିଆ, ଅଇଁଗୋଳ, ମୁରୁଡ଼ା, ଦୁର୍ଗାପୁର ଆଦି ଗ୍ରାମର ପ୍ରାୟ ୧ ଲକ୍ଷରୁ ଊର୍ଦ୍ଧ୍ବ ଗ୍ରାମବାସୀ ଉପକୃତ ହେବେ। ବିଭାଗୀୟ ସର୍ବୋଚ୍ଚ ଯନ୍ତ୍ରୀ ଏ ଦିଗରେ ଦୃଷ୍ଟି ଦେଇ ବର୍ଷାଋତୁ ପୂର୍ବରୁ ଏହି ସେତୁକୁ କାର୍ଯ୍ୟକ୍ଷମ କରିବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe