ଦିଲ୍ଲୀରେ ଆନ୍ଦୋଳନରତ ରାଉରକେଲାର ମୁକ୍ତିକାନ୍ତ ବିଶ୍ୱାଳଙ୍କୁ ଉଠାଇ ନେଲା ପୁଲିସ

ଦିଲ୍ଲୀରେ ଆନ୍ଦୋଳନରତ ରାଉରକେଲାର ମୁକ୍ତିକାନ୍ତ ବିଶ୍ୱାଳଙ୍କୁ ଉଠାଇ ନେଲା ପୁଲିସ

ନୂଆଦିଲ୍ଲୀ: ବ୍ରାହ୍ମଣୀ ନଦୀ ଉପରେ ପୋଲ ନିର୍ମାଣ କାମ ଶେଷ କରିବା ଓ ରାଉରକେଲାରେ ସୁପର ସ୍ପେଶାଲିଟି ହସ୍ପିଟାଲ ନିର୍ମାଣ ଦାବି ନେଇ ଦିଲ୍ଲୀର ଯନ୍ତରମନ୍ତରରେ ଆନ୍ଦୋଳନ ଆରମ୍ଭ କରିଥିବା ଓଡ଼ିଆ ପୁଅ ମୁକ୍ତିକାନ୍ତ ବିଶ୍ୱାଳଙ୍କୁ ଦିଲ୍ଲୀ ପୁଲିସ ଉଠାଇ ନେଇଛି। ମିଳିଥିବା ସୂଚନା ଅନୁସାରେ ବିନା ଅନୁମତିରେ ମୁକ୍ତିକାନ୍ତ ଯନ୍ତରମନ୍ତର ନିକଟ ପାର୍ଲାମେଣ୍ଟ ରୋଡ଼ରେ ଆନ୍ଦୋଳନ କରିଥିଲେ। ଫଳରେ ପୁଲିସ ମୁକ୍ତିକାନ୍ତଙ୍କୁ ରବିବାର ଉଠାଇ ନେଇଛି। ମୁକ୍ତିକାନ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବା ପାଇଁ ରାଉରକେଲାରୁ ପଦଯାତ୍ରା କରିଥିଲେ। ତାଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ସାକ୍ଷାତ କରିବାକୁ ସୁଯୋଗ ନ ଦିଆଯିବାରୁ ବାଧ୍ୟ ହୋଇ ଆନ୍ଦୋଳନ ଆରମ୍ଭ କରିଥିଲେ।
ଅପର ପକ୍ଷରେ ରାଉରକେଲାରୁ ୧୫୫୦ କିଲୋମିଟର ପଦଯାତ୍ରା କରି ଦିଲ୍ଲୀରେ ପହଞ୍ଚିଥିବା ମୁକ୍ତିକାନ୍ତ ଅନଶନରେ ବସିଲେ ସ୍ୱାସ୍ଥ୍ୟାବସ୍ଥାରେ ଅଧିକ ଅବନତି ଘଟିବ ବୋଲି ଡାକ୍ତରମାନେ ତାଙ୍କୁ ସତର୍କ କରାଇଛନ୍ତି। ଯନ୍ତରମନ୍ତରରେ ଅନଶନ କରିବାକୁ ସଂସଦ ମାର୍ଗ ଥାନା କର୍ତ୍ତୃପକ୍ଷ ମନା କରିବା ପରେ ରାମଲୀଲା ମୈଦାନରେ ଅନଶନ କରିବାକୁ ମୁକ୍ତିକାନ୍ତ ସ୍ଥାନୀୟ ଥାନାରେ ଆବେଦନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe