ହାଇଟେକ୍‌ କାର୍ଯ୍ୟାଳୟରେ ଦିଲ୍ଲୀ ପୁଲିସର ଛାନ୍‌ଭିନ

ବ୍ୟାଙ୍କ୍‌ କାଗଜପତ୍ରରେ ଜାଲିଆତି ଅଭିଯୋଗ

ହାଇଟେକ୍‌ କାର୍ଯ୍ୟାଳୟରେ ଦିଲ୍ଲୀ ପୁଲିସର ଛାନ୍‌ଭିନ

ଭୁବନେଶ୍ୱରେ : ହାଇଟେକ୍‌ ଗ୍ରୁପ୍‌ ନିର୍ଦେଶକ ଥିବା ତିରୁପତି ଚୌଧୁରୀ ଦିଲ୍ଲୀ ସ୍ଥିତ ଏକ ବ୍ୟାଙ୍କରୁ ଋଣ ଆବେଦନ ପାଇଁ କାଗଜପତ୍ରରେ ଜାଲିଆତି କରିଥିବା ଅଭିଯୋଗର ତଦନ୍ତ ଲାଗି ଆଜି ଦିଲ୍ଲୀ ପୁଲିସ ହାଇଟେକ୍‌ ଗ୍ରୁପ୍‌ର ସହିଦନଗର ସ୍ଥିତ କାର୍ଯ୍ୟାଳୟରେ ଛାନ୍‌ଭିନ କରିଛି। ଦିଲ୍ଲୀ କନୌଟ୍‌ ପ୍ଲେସ୍‌ ଥାନା ପୁଲିସର ଦୁଇଟି ଟିମ୍‌ ଅଫିସ୍‌ରେ ଯାଞ୍ଚ କରିବା ପରେ ଘଟଣା ପଦାକୁ ଆସିଛି।

ସୂଚନା ମୁତାବକ, ଗତ ୨୦୧୫ ମସିହାରେ ହାଇଟେକ୍‌ ଗ୍ରୁପର୍‌ ଅନ୍ୟତମ ନିର୍ଦେଶକ ତିରୁପତି ଚୌଧୁରୀ ଦିଲ୍ଲୀ ସ୍ଥିତ କନୌଟ୍‌ ପ୍ଲେସ୍‌ରେ ଥିବା ଆଇସିଆଇସିଆଇ ବ୍ୟାଙ୍କ୍‌ରୁ ୪୦ କୋଟି ଟଙ୍କା ଋଣ ପାଇଁ ଆବେଦନ କରିଥିଲେ। ହେଲେ ସେ ଋଣ ଆବେଦନ ପାଇଁ ବ୍ୟାଙ୍କ୍‌କୁ ଯେଉଁ କାଗଜପତ୍ର ଦେଇଥିଲେ ତାହା ନକଲି ବୋଲି ଯାଞ୍ଚରୁ ଜଣାପଡ଼ିଥିଲା। ଏହାପରେ ବ୍ୟାଙ୍କ ପକ୍ଷରୁ ଶ୍ରୀ ଚୌଧୁରୀଙ୍କ ନାମରେ ସ୍ଥାନୀୟ ଥାନାରେ ଅଭିଯୋଗ ହୋଇଥିଲା। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା।

ଅନ୍ୟ ପଟେ ଏ ନେଇ ହାଇଟେକ୍‌ ଗ୍ରୁପ୍‌ର ଅଧ୍ୟକ୍ଷ ତିରୁପତି ପାଣୀଗ୍ରାହି କହିଛନ୍ତି ଯେ, ଗତ ୨୦୧୫ ମସିହାରେ ତାଙ୍କର ଜାମିନ ପାଇଁ ସୁପ୍ରିମ୍‌ କୋର୍ଟ ଟଙ୍କା ଜମା ପାଇଁ ନିର୍ଦେଶ ଦେଇଥିଲେ। ଏହି ସମୟରେ ଜଣେ ବ୍ୟକ୍ତି ଦିଲ୍ଲୀ ସ୍ଥିତ ଆଇସିଆଇସିଆଇ ବ୍ୟାଙ୍କରୁ ଋଣ କରାଇ ଦେବେ ବୋଲି ଅନ୍ୟତମ ନିର୍ଦେଶକ ତିରୁପତି ଚୌଧୁରୀଙ୍କୁ କହିଥିଲେ। ପ୍ରଥମ ପର୍ଯ୍ୟାୟରେ ୧୦ କୋଟି ଓ ଅନ୍ୟ ୨ଟି ପର୍ଯ୍ୟାୟରେ ୩୦ କୋଟି ଋଣ କରାଇଦେବେ ବୋଲି କହିଥିଲେ। ଏଥିପାଇଁ ସେ ୨୫ଲକ୍ଷ ଟଙ୍କା ନେଇଥିଲେ। ତେବେ ବ୍ୟକ୍ତି ଜଣଙ୍କ ଟଙ୍କା ନେବା ପରେ ଚୌଧୁରୀଙ୍କୁ କାଗଜପତ୍ର ଦେଇ ବ୍ୟାଙ୍କକୁ ପଠାଇଥିଲେ। ତେବେ ସେ ଯେଉଁ କାଗଜପତ୍ର ଦେଇଥିଲେ ତାହା ନକଲି ଥିବା ବ୍ୟାଙ୍କ୍‌ କର୍ତ୍ତୃପକ୍ଷ ଯାଞ୍ଚରୁ ଜାଣି ପାରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe