ଆନ୍ଥେଭ ମୃତ୍ୟୁ ରହସ୍ୟ ଉପରୁ ପରଦା ହଟାଇବ କ୍ରାଇମବ୍ରାଞ୍ଚ; ଦିଲ୍ଲୀରୁ ଆସିବ ଡମି, ବିଶେଷଜ୍ଞ ଦେଖିବେ ସିନ୍ ରିକ୍ରଏସନ୍

Advertisment

ଶବ ବ୍ୟବଚ୍ଛେଦ ରିପୋର୍ଟର ପୁନଃ ଯାଞ୍ଚ କରିବେ ବିଶେଷଜ୍ଞ: ସିକ୍ୟୁରିଟ୍ ଗାର୍ଡ, ହୋଟେଲ୍ କର୍ମଚାରୀଙ୍କୁ ପୁଣି ଜେରା 

ଶବ ବ୍ୟବଚ୍ଛେଦ ରିପୋର୍ଟର ପୁନଃ ଯାଞ୍ଚ କରିବେ ବିଶେଷଜ୍ଞ: ସିକ୍ୟୁରିଟ୍ ଗାର୍ଡ, ହୋଟେଲ୍ କର୍ମଚାରୀଙ୍କୁ ପୁଣି ଜେରା 

ଆନ୍ଥେଭ ମୃତ୍ୟୁ ରହସ୍ୟ ଉପରୁ ପରଦା ହଟାଇବ କ୍ରାଇମବ୍ରାଞ୍ଚ; ଦିଲ୍ଲୀରୁ ଆସିବ ଡମି, ବିଶେଷଜ୍ଞ ଦେଖିବେ ସିନ୍ ରିକ୍ରଏସନ୍

ରାୟଗଡ଼ା: ରୁଷୀୟ ସାଂସଦ ପାଭେଲ୍ ଆନ୍ଥେଭ ମୃତ୍ୟୁ ରହସ୍ୟ ଉପରୁ ପରଦା ହଟାଇବା ପାଇଁ ପ୍ରୟାସ ଜାରି ରଖିଛି କ୍ରାଇମବ୍ରାଞ୍ଚ। ହୋଟେଲ୍ ଛାତରୁ ପଡି ଆନ୍ଥେଭଙ୍କ ମୃତ୍ୟୁ ହୋଇଥିବାରୁ ଏହି ଘଟଣାର ସିନ୍ ରିକ୍ରଏସନ୍ କରିବ କ୍ରାଇମବ୍ରାଞ୍ଚ। ଏମସ ବିଶେଷଜ୍ଞଙ୍କ ଉପସ୍ଥିତିରେ ଆନ୍ଥେଭଙ୍କ ଓଜନ ଓ ଶରୀର ଆକୃତିର ଏକ ଡମିକୁ ଛାତ ଉପରୁ ବାରମ୍ବାର ତଳକୁ ପକାଯିବ। ପ୍ରତି ଥର ଉକ୍ତ ଡମିର ଯାଞ୍ଚ କରି କେଉଁ କେଉଁ ଅଂଶ କ୍ଷତିଗ୍ରସ୍ତ ହେଉଛି ତାହାର ରିପୋର୍ଟ ସଂଗ୍ରହ କରିବେ ବିଶେଷଜ୍ଞ। ଉକ୍ତ ରିପୋର୍ଟ ଆନ୍ଥେଭଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ସହ ତୁଳନା କରାଯିବ। ଯାହା କ୍ରାଇମବାଞ୍ଚ ପାଇଁ ତଦନ୍ତରେ ସହାୟକ ହୋଇପାରେ।

ସିନ୍ ରିକ୍ରଏସନ୍ ପାଇଁ ଦିଲ୍ଲୀରୁ ଏକ ଡମି ବଡିକୁ ରାୟଗଡ଼ା ଅଣାଯିବ। ଘଟଣାସ୍ଥଳକୁ କ୍ରାଇମବ୍ରାଞ୍ଚ ସିଲ୍ କରି ରଖିଥିବା ବେଳେ ଦିନେ ଦୁଇ ଦିନ ଭିତରେ ହୋଟେଲ୍ ସାଇ ଇଣ୍ଟରନ୍ୟାସନାଲ୍ ଛାତ ଉପରୁ ସିବିଆଇ ସିଏଫଏସଏଲ୍ (କେନ୍ଦ୍ରୀୟ ଫରେନସିକ୍ ସାଇନସ୍ ଲାବୋରୋଟାରି) ପୂର୍ବତନ ନିର୍ଦେଶକ ଡକ୍ଟର ରାଜେନ୍ଦ୍ର ସିଂହ ଡାଙ୍ଗୀଙ୍କ ଉପସ୍ଥିତିରେ ସିନ୍ ରିକ୍ରଏସନ୍ କରାଯିବ। କ୍ରାଇମବ୍ରାଞ୍ଚର ପ୍ରଥମ ଟିମ୍ ଡିଏସପି ସରୋଜକାନ୍ତ ମହାନ୍ତଙ୍କ ନେତୃତ୍ବରେ ସମସ୍ତ ତଥ୍ୟ ପ୍ରମାଣ ସଂଗ୍ରହ କରିବା ପରେ ଦ୍ବିତୀୟ ଟିମ୍ ଡିଏସପି ତପନ ଦାଶଙ୍କ ନେତୃତ୍ବରେ ଖୋଳତାଡ଼ ଜାରି ରଖିଛି। ତଦନ୍ତର ସପ୍ତମ ଦିନରେ ଆଜି ହୋଟେଲ୍ ସୁରକ୍ଷାକର୍ମୀଙ୍କ ସହ କିଛି କର୍ମଚାରୀଙ୍କୁ ପୁଣି ଜେରା କରାଯାଇଛି। ଏଥି ସହିତ ତଦନ୍ତକାରୀ ଅଧିକାରୀ ରାୟଗଡ଼ା ପୁଲିସ୍ ଜବତ କରିଥିବା ବିଭିନ୍ନ ସାମଗ୍ରୀକୁ ସଂଗ୍ରହ କରି ପରୀକ୍ଷଣ ପାଇଁ ଫରେନସିକ୍ ବିଶେଷଜ୍ଞଙ୍କ ନିକଟକୁ ପଠାଇଛି। ଆଜି ଦିନ ତମାମ କ୍ରାଇମବ୍ରାଞ୍ଚ ଟିମ୍ ରାୟଗଡ଼ା ଥାନା ପରିସରରେ ପୁଲିସ୍ ଅଧିକାରୀଙ୍କ ସହ ବିଭିନ୍ନ ଦିଗ ସଂପର୍କରେ ଆଲୋଚନା କରିଛି। କିଛି ସମୟ ପାଇଁ ଡିଏସପି ସରୋଜକାନ୍ତ ମହାନ୍ତି ହୋଟେଲକୁ ଆସି ପୁଣି ଥରେ ଥାନାକୁ ଫେରି ଯାଇଥିଲେ। ରୁଷ ପର୍ଯ୍ୟଟକ ମୃତ୍ୟୁ ମାମଲା ଓଡ଼ିଶା ପୁଲିସ୍ ପାଇଁ ଚ୍ୟାଲେଞ୍ଜ ହୋଇଥିବାରୁ କ୍ରାଇମବ୍ରାଞ୍ଚର ଦୁଇଟି ଟିମ୍ ରାୟଗଡ଼ାରେ ଖୋଳତାଡ଼ ଜାରି ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe