ଭଟ୍ଟାରିକା ମନ୍ଦିରରେ ବନ୍ୟା; ରତ୍ନଗିରି ପାହାଡ଼ ଉପରକୁ ଉଠିଲେ ଠାକୁରାଣୀଙ୍କ ପ୍ରତିମା

Advertisment
ଭଟ୍ଟାରିକା ମନ୍ଦିରରେ ବନ୍ୟା; ରତ୍ନଗିରି ପାହାଡ଼ ଉପରକୁ ଉଠିଲେ ଠାକୁରାଣୀଙ୍କ ପ୍ରତିମା

ଭୁବନେଶ୍ୱର: ବଡ଼ମ୍ବାରେ ଥିବା ଦେବୀ ଭଟ୍ଟାରିକାଙ୍କ ମନ୍ଦିର ମଧ୍ୟକୁ ବନ୍ୟା ଜଳ ପ୍ରବେଶ କରିଥିବାରୁ ସୋମବାର ଦିନ ଠାକୁରାଣୀଙ୍କ ଚଳନ୍ତି ପ୍ରତିମାଙ୍କୁ ରତ୍ନଗିରି ପାହାଡ଼ ଉପରକୁ ନିଆଯାଇଛି।

ଲଘୁଚାପଜନିତ ବର୍ଷା କାରଣରୁ ମହାନଦୀରେ ବଢ଼ି ଆସିବାରୁ ଗତ ଦୁଇ ଦିନ ହେବ କୂଳରେ ଅବସ୍ଥିତ ଭଟ୍ଟାରିକା ମନ୍ଦିର ଜଳ ଘେରରେ ରହିବା ସହ ଦେବୀଙ୍କ ଆସ୍ଥାନ ଯାଏଁ ପାଣି ମାଡ଼ିଯାଇଥିଲା। ମନ୍ଦିର ପାଣି ଘେରରେ ରହିଥିବା କାରଣରୁ ଦେବୀଙ୍କ ପୂଜାର୍ଚ୍ଚନା ମଧ୍ୟ ବନ୍ଦ ରହିଛି।

ମନ୍ଦିର ଚର୍ତୁପାର୍ଶ୍ୱରେ ବେଢ଼ା ପ୍ରାଚୀର ନ ଥିବାରୁ ପ୍ରତି ବର୍ଷ ମହାନଦୀରେ ବଢ଼ି ଆସିଲେ ମନ୍ଦିର ମଧ୍ୟକୁ ଜଳ ପ୍ରବେଶ କରେ। ପ୍ରାୟ ୫ ଦିନ ପରେ ଯାଇ ମନ୍ଦିର ପରିସରରୁ ବନ୍ୟା ଜଳ ଫେରେ ବୋଲି ସ୍ଥାନୀୟ ଲୋକେ କହୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe