ଆବାସ ତାଲିକାରୁ ବାଦ୍‌ ପଡ଼ିବା ଅଭିଯୋଗରେ ଜିଲାପାଳ ଅଫିସ ଆଗରେ ଧାରଣା ଦେଲେ ପରିବାର

Advertisment
ଆବାସ ତାଲିକାରୁ ବାଦ୍‌ ପଡ଼ିବା ଅଭିଯୋଗରେ ଜିଲାପାଳ ଅଫିସ ଆଗରେ ଧାରଣା ଦେଲେ ପରିବାର
ଭଦ୍ରକ: ଯୋଗ୍ୟ ହିତାଧିକାରୀଙ୍କୁ ଆବାସ ଯୋଜନାରେ ଘର ମିଳିପାରୁ ନାହିଁ। ଭଦ୍ରକ ସଦର ବ୍ଲକ ଗୁଜିଦରଡ଼ା ପଞ୍ଚାୟତର ମୀରାମହଲା ଗ୍ରାମରୁ ଏଭଳି ଅଭିଯେଗ ଆସିଛି। ପ୍ରଧାନମନ୍ତ୍ରୀ ଆବାସ ତାଲିକାରୁ ନାମ ବାଦ ପଡିଥିବାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପରିବାର ସହ ଧାରଣାରେ ବସିଛନ୍ତି ଏହି ଗ୍ରାମର ସେକ୍‌ ସାହିର ମହମ୍ମଦ।
ସୂଚନା ଅନୁସାରେ ଭଦ୍ରକ ବ୍ଲକ ଗୁଜିଦରଡ଼ା ପଞ୍ଚାୟତର ମୀରାମହଲା ଗ୍ରାମରେ ରହୁଛନ୍ତି ସେକ୍‌ ସାହିର ମହମ୍ମଦ। ତାଙ୍କ ଅଭିଯୋଗ ମୁତାବକ ସେ ଜଣେ ଖଟିଖିଆ ବ୍ୟକ୍ତି ହୋଇଥିବା ବେଳେ ଅର୍ଥାଭାବରୁ ଘର କରିନପାରି ଭଙ୍ଗା ଘରେ ପରିବାର ସହ ରହୁଛନ୍ତି। ଆର୍ଥିକ ବର୍ଷ ୨୦୧୬-୧୭ରେ ପ୍ରକାଶିତ ତାଲିକାରେ ନାମ ପ୍ରକାଶ ପାଇଥିଲା। କିନ୍ତୁ ତାଙ୍କୁ କାର୍ଯ୍ୟାଦେଶ ଦିଆଗଲା ନାହିଁ। ବାରମ୍ବାର ଦୌଡ଼ିବା ପରେ ସରପଞ୍ଚ ଲାଞ୍ଚ ମାଗିଲେ ନଦେବାରୁ ମୋ ଆଇଡିରେ ମୋ ସାନଭାଇଙ୍କ ନାମ ଉଲ୍ଲେଖ କରି ତାଙ୍କୁ ଆବାସ ପ୍ରଦାନ କରାଗଲା ବୋଲି ଅଭିଯୋଗରେ ଉଲ୍ଲେଖ କରିଛନ୍ତି। ସରପଞ୍ଚ ଓ ବିଡ଼ିଓଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ସହ ଆବାସ ପ୍ରଦାନ ଦାବିରେ ଧାରଣାରେ ବସିଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe