ଝାରସୁଗୁଡ଼ା: ନୂଆଁଖାଇ ପଶ୍ଚିମ ଓଡ଼ିଶାର ଏକ ଗଣପର୍ବ ହୋଇଥିବା ବେଳେ ଏଥିପାଇଁ ସରକାର ୩ ଦିନ ସରକାରୀ ଛୁଟି ଘୋଷଣା କରନ୍ତୁ ବୋଲି ପଶ୍ଚିମ ଓଡ଼ିଶା ଯୁବମଞ୍ଚର ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଜିଲ୍ଲାପାଳଙ୍କ ମାଧ୍ୟମରେ ଏକ ଦାବିପତ୍ର ଦିଆଯାଇଛି। ଆଜି ମଞ୍ଚର କର୍ମକର୍ତ୍ତାମାନେ ଝାରସୁଗୁଡ଼ା ଠାରେ ଅତିରିକ୍ତ ଜିଲ୍ଲାପାଳ ପ୍ରବୀର ନାୟକଙ୍କୁ ତାଙ୍କ ଦାବିପତ୍ର ପ୍ରଦାନ କରିଥିଲେ। ପ୍ରଚଳିତ ପ୍ରଥା ଅନୁଯାୟୀ ଯିଏ ଯେଉଁଠି ଥିଲେ ମଧ୍ୟ ଏହି ସମୟରେ ନିଜ ନିଜ ଘରକୁ ଫେରି ନୂଆଁଖାଇ ପାଳନ କରିଥାନ୍ତି।
ବର୍ଷ ତମାମର ସମସ୍ତ ଦୁଃଖ, କଳିଗୋଳକୁ ଭୁଲି ପରସ୍ପର ପ୍ରତି ସ୍ନେହ ଓ ଶ୍ରଦ୍ଧାକୁ ନେଇ ଏହି ପର୍ବ ପାଳିତ ହୋଇଥାଏ। ପଶ୍ଚିମ ଓଡ଼ିଶାବାସୀଙ୍କ ଭାବାବେଗ ସହିତ ଗଭୀର ଭାବରେ ଏହି ପର୍ବ ଜଡ଼ିତ ରହୁଥିବାରୁ ଏଥିପାଇଁ ସରକାରୀ ତଥା ବେସରକାରୀ ଅନୁଷ୍ଠାନଗୁଡ଼ିକରେ ଛୁଟି ନମିଳିବା ନିଶ୍ଚିତ ଭାବରେ ସରକାର, ପ୍ରଶାସନ ଏବଂ ବେସରକାରୀ ସଂସ୍ଥାଙ୍କ ପଶ୍ଚିମ ଓଡ଼ିଶା ପ୍ରତି ବୈମାତୃକ ମନୋଭାବକୁ ଇଙ୍ଗିତ କରୁଛି ବୋଲି ମଞ୍ଚ କହିଛି।
Follow Us