ହାଇସ୍କୁଲ୍‌ରେ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ଦାବି

Advertisment

ଓଡ଼ିଶା ମାଧ୍ୟମିକ ସ୍ବତନ୍ତ୍ର ଶିକ୍ଷା ଶିକ୍ଷକ ସଂଘ ପକ୍ଷରୁ ଶୋଭାଯାତ୍ରା

ଓଡ଼ିଶା ମାଧ୍ୟମିକ ସ୍ବତନ୍ତ୍ର ଶିକ୍ଷା ଶିକ୍ଷକ ସଂଘ ପକ୍ଷରୁ ଶୋଭାଯାତ୍ରା

ହାଇସ୍କୁଲ୍‌ରେ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ଦାବି

ପୁରୁଣା ଭୁବନେଶ୍ବର : ହାଇସ୍କୁଲରେ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ଦାବିରେ ଆଜି ଓଡ଼ିଶା ମାଧ୍ୟମିକ ସ୍ବତନ୍ତ୍ର ଶିକ୍ଷା ଶିକ୍ଷକ ସଂଘ(ଓଏସଏସଇଟିଏ) ପକ୍ଷରୁ ଶତାଧିକ ସଦସ୍ୟ ନବୀନ ନିବାସ ଅଭିମୁଖେ ଶୋଭାଯାତ୍ରା କରିଥିଲେ। ‌ଶୋଭାଯାତ୍ରା ନବୀନ ନିବାସ ଅଭିମୁଖେ ଯାଉଥିବା ବେଳେ ପୁଲିସ ସେମାନଙ୍କୁ ଶିଶୁଭବନ ଛକ ନିକଟରେ ଅଟକାଇଥିଲା। ସଂଘର ଦୁଇଜଣ ପ୍ରତିନଧି ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ। ଦାବି ପୂରଣ ପାଇଁ ଏକ କମିଟି ଗଠନ କରାଯାଇ ନିଷ୍ପତ୍ତି ନିଆଯିବ ବୋଲି ଅଧିକାରୀମାନେ ପ୍ରତିଶ୍ରୁତି ଦେଇଥିବା ସଂଘ ପକ୍ଷରୁ କୁହାଯାଇଛି।

ତେବେ ଆସନ୍ତା ଡିସେମ୍ବର ୩ ଭିନ୍ନକ୍ଷମ ଦିବସ ପୂର୍ବରୁ ଦାବି ପୂରଣ ନହେଲେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ସଂଘ ପକ୍ଷରୁ କୁହାଯାଇଛି। ଆଜିର ବିକ୍ଷୋଭରେ ସଂଘର ସଭାପତି ବୀରବର ସାମନ୍ତସିଂହାର, ସୁପ୍ରିୟା ପ୍ରଧାନ, ଜ୍ଞାନରଞ୍ଜନ ବେହେରା, କୈବଲ୍ୟ କୁମାର ବଳ, ଦେବୀ ପ୍ରସାଦ ତ୍ରିପାଠୀ ପ୍ରମୁଖ ସାମିଲ ‌ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe