ଶିକ୍ଷକ ନିଯୁକ୍ତି ଦାବି: ପୋକତୁଙ୍ଗା ସ୍କୁଲରେ ପଡ଼ିଲା ତାଲା, ବନ୍ତଳା-ସାତକୋଶିଆ ରାସ୍ତା ଅବରୋଧ

Advertisment
ଶିକ୍ଷକ ନିଯୁକ୍ତି ଦାବି: ପୋକତୁଙ୍ଗା ସ୍କୁଲରେ ପଡ଼ିଲା ତାଲା, ବନ୍ତଳା-ସାତକୋଶିଆ ରାସ୍ତା ଅବରୋଧ

ବନ୍ତଳା: ଅନୁଗୁଳ ବ୍ଲକ ପୋକତୁଙ୍ଗା ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବ ନେଇ ଅଭିଭାବକମାନେ ଆଜି ବିଦ୍ୟାଳୟ ଫାଟକରେ ତାଲା ପକାଇବା ସହ ବନ୍ତଳା-ଟିକରପଡା ରାସ୍ତା ଅବରୋଧ କରିଛନ୍ତି।ଏହା ଫଳରେ ଉଭୟ ପାର୍ଶ୍ଵରୁ ଗାଡ଼ି ଚଳାଚଳ ବନ୍ଦ ରହିଛି।

ପ୍ରାପ୍ତ ସୂଚନା ଅନୁଯାୟୀ ବନ୍ତଳା ଥାନା ପୋକତୁଙ୍ଗା ପ୍ରାଥମିକ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରୁ ପଞ୍ଚମ ଶ୍ରେଣୀ ମଧ୍ୟରେ ମୋଟ ୨୧୫ଜଣ ଛାତ୍ରଛାତ୍ରୀ ରହିଛନ୍ତି। ତେବେ ସେହି ଅନୁସାରେ ବିଦ୍ୟାଳୟରେ ଶିକ୍ଷକ ନାହାନ୍ତି। ଏନେଇ ଗତ ଅକ୍ଟୋବର ମାସରେ ୩୦ତାରିଖରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ପ୍ରଦୀପ ପ୍ରଧାନଙ୍କ ସହ ଅନ୍ୟ ସଦସ୍ୟମାନେ ବ୍ଲକ ଶିକ୍ଷାଧିକାରୀଙ୍କୁ ଲିଖିତ ଭାବେ ଜଣାଇଥିଲେ। ବିଦ୍ୟାଳୟକୁ ଆଉ ୪ଜଣ ଶିକ୍ଷକ ଆବଶ୍ୟକତା ନେଇ ଜଣାଇବା ପରେ ଏପର୍ଯ୍ୟନ୍ତ ଶିକ୍ଷକ ନିଯୁକ୍ତି କରାଗଲା ନାହିଁ। ଫଳରେ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏନେଇ ସେମାନେ ବିଦ୍ୟାଳୟ ଫାଟକରେ ତାଲା ପକାଇବା ସହ ରାସ୍ତା ଅବରୋଧ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe