Photograph: (Fire & Safety Magazines Fire & Safety)
ଭୁବନେଶ୍ବର: ପ୍ରତିବର୍ଷ ଓଡ଼ିଶାରେ ବାତ୍ୟା, ବନ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ଆସୁଛି। ସମୁଦ୍ର କୂଳ ଲଂଘୁଛି। ଏଥିପାଇଁ ପ୍ରତିବର୍ଷ ବିପର୍ଯ୍ୟୟ ଆସିଲେ ଲକ୍ଷାଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାକୁ ପଡ଼ୁଛି। ଧନଜୀବନ ରକ୍ଷା କରିବା, ସମୁଦ୍ର ଅବକ୍ଷୟ ରୋକିବା ସହ ଓଡ଼ିଶାକୁ ଏକ ପ୍ରାକୃତିକ ବିପର୍ଯ୍ୟୟ ପ୍ରତିରୋଧକ ରାଜ୍ୟ ଭାବେ ଗଢ଼ି ତୋଳିବାକୁ ହେବ। ତେଣୁ ବାତ୍ୟା, ବନ୍ୟା ପ୍ରବଣ ଓଡ଼ିଶାକୁ ବିପର୍ଯ୍ୟୟ ପରିଚାଳନା କରିବାରେ କେନ୍ଦ୍ର ସରକାରଙ୍କ ସହାୟତା ଦରକାର। ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଆଜି ନୂଆଦିଲ୍ଲୀରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ଭେଟି ଏହିଭଳି ଦାବି କରିଛନ୍ତି। ଏହାସହ ୧୦୩୬୩କୋଟି ଟଙ୍କାର ଆର୍ଥିକ ସହାୟତା ଦେବାକୁ ଦାବି କରିଛନ୍ତି।
ଅମିତ ଶାହ ଓ ଶିବରାଜ ସିଂହ ଚୌହାନଙ୍କୁ ଭେଟିଲେ ସୁରେଶ ପୂଜାରୀ
ଜମି ରେକର୍ଡ ଆଧୁନିକୀକରଣ ପାଇଁ ଦରକାର ୯୮୪କୋଟି
ଶ୍ରୀ ପୂଜାରୀ ୫ଟି ଦାବି କରିଥିବାବେଳେ ଏଥିରେ ୫୦୦ଟି ବହମୁଖୀ ବାତ୍ୟା, ବନ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ପାଇଁ ୨ହଜାର କୋଟି, ବିପର୍ଯ୍ୟୟ ମୁକାବିଲା ପାଇଁ ଆଗୁଆ ସତର୍କ ସୂଚନା ବ୍ୟବସ୍ଥାର ଆଧୁନିକୀକରଣ ପାଇଁ ୨୦୦ କୋଟି ସହାୟତା, ବିପର୍ଯ୍ୟୟ ପ୍ରତିରୋଧକ ବିଦ୍ୟୁତ୍ ଭିତ୍ତିଭୂମି ବିକାଶ ପାଇଁ ୮,୩୬୩ କୋଟି ଟଙ୍କା ଦାବି କରିଛନ୍ତି। ଏହାସହ ଉପକୂଳ ଅବକ୍ଷୟ ରୋକିବା ଏବଂ ଏଠାରେ ବାସ କରୁଥିବା ଲୋକଙ୍କ ଜୀବନ ଜୀବିକା, ବୈଜ୍ଞାନିକ ପଦ୍ଧତିରେ ଏହାର ସର୍ଭେ କରିବା ପାଇଁ କେନ୍ଦ୍ର ସରକାର କିମ୍ବା ଏଡିବିର ଅନୁଦାନ ଦେବା, ଜାତୀୟ କିମ୍ବା ଅନ୍ତର୍ଜାତୀୟସ୍ତରର ସଂସ୍ଥା ସହ ସହଭାଗିତାରେ ବିଭିନ୍ନ ପ୍ରକଳ୍ପ କରିବାରେ ସହଯୋଗ କରିବାକୁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଛନ୍ତି। ସେହିପରି କେନ୍ଦ୍ର କୃଷି ଏବଂ କୃଷକ କଲ୍ୟାଣ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କୁ ଭେଟି ଓଡ଼ିଶାରେ ଡିଜିଟାଲ୍ ଇଣ୍ଡିଆ ଭୂମି ରେକର୍ଡ ଆଧୁନିକୀକରଣ କାର୍ଯ୍ୟକ୍ରମ (ଡିଆଇଏଲ୍ଆର୍ଏମ୍ପି) ଅାରମ୍ଭ କରିବାକୁ ପ୍ରସ୍ତାବ ଦେଇଛନ୍ତି। ଏଥିପାଇଁ ୯୮୪କୋଟିର ସହାୟତା ସହ ଆବଶ୍ୟକୀୟ ବୈଷୟିକ ସହାୟତା ଦେବାକୁ ଦାବି କରିଛନ୍ତି।
Follow Us