ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ଘଟଣାକୁ ନେଇ ହାଇକୋର୍ଟରେ ମାମଲା: ସିବିଆଇ ତଦନ୍ତ ଦାବି

Advertisment
ସ୍ବେରେଜ ବୋର୍ଡ କର୍ମଚାରୀଙ୍କ ଅବସର ବୟସ ୬୦: ହାଇକୋର୍ଟ

new india express

କଟକ: ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ଘଟଣାକୁ ନେଇ ହାଇକୋର୍ଟରେ ଏକ ମାମଲା ରୁଜ୍ଜୁ ହୋଇଥିବା ଜଣାଯାଇଛି। ଏଥିରେ ସିବିଆଇ କିମ୍ବା ଏସଆଇଟି ତଦନ୍ତ କରିବାକୁ କୋର୍ଟଙ୍କୁ ନିବେଦନ କରାଯାଇଛି। ସମାଜସେବୀ ସୁରେନ୍ଦ୍ର ପାଣିଗ୍ରାହୀଙ୍କ ପକ୍ଷରୁ ରୁଜ୍ଜୁ ହୋଇଥିବା ମାମଲାରେ ଗଜପତି ଏସପି ଓ କ୍ରାଇମବ୍ରାଞ୍ଚ ମୁଖ୍ୟଙ୍କ ସମେତ ୭ଜଣଙ୍କୁ ପକ୍ଷଭୁକ୍ତ କରାଯାଇଛି।

ସୂଚନାଯୋଗ୍ୟ, ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଂଜନ ମହାପାତ୍ରଙ୍କ ମୃତ୍ୟୁକୁ ନେଇ ରହସ୍ୟ ବଢ଼ିବାରେ ଲାଗିଛି। ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ସୌମ୍ୟଙ୍କ ପରିବାର ଲୋକ ଅଭିଯୋଗ ଆଣିଛନ୍ତି। ପୂର୍ବରୁ ଏ ନେଇ ମୃତ ସୌମ୍ୟଙ୍କ ବାପା ଅଭିରାମ ମହାପାତ୍ର ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଅଭୟଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଡିଜିଙ୍କୁ ଭେଟିବା ପରେ ଶ୍ରୀ ମହାପାତ୍ର କହିଛନ୍ତି, ପୁଲିସ ତଦନ୍ତକୁ ଠିକ୍ ବାଟରେ ନେଉଛି। ପୁଅ ଚାଲିଯାଇଛି, ‌ହେଲେ ତାଙ୍କୁ ନ୍ୟାୟ ମିଳିବ ବୋଲି ରାଜ୍ୟ ପୁଲିସ ବିଭାଗ ଉପରେ ତାଙ୍କର ଭରସା ଅଛି। ତଦନ୍ତ ପ୍ରକ୍ରିୟାକୁ ଅଧିକ ତ୍ବରାନ୍ବିତ କରିବାକୁ ସେ ଡିଜିପିଙ୍କୁ ନିବେଦନ କରିଛନ୍ତି। ପୁଅକୁ ତାଙ୍କ ବୋହୂ ବିଦ୍ୟାଭାରତୀ ପଣ୍ଡା‌, ଡିଏଫ୍‌ଓ ସଂଗ୍ରାମକେଶରୀ ବେହେରା ଓ ଡିଏଫ୍‌ଓ ଅଫିସ୍‌ର ରୋଷେୟା ମିଳିତ ଭାବେ ଷଡ଼୍‌ଯନ୍ତ୍ର କରି ହତ୍ୟା କରିଥିବାରୁ ଏହି ତିନି ଜଣଙ୍କର ଲାଏ ଡ‌ିଟେକସନ୍‌ ଟେ‌ଷ୍ଟ୍‌ କରିବା, ଡିଏଫଓ ଅଫିସ ଓ ବଙ୍ଗଳାର ଫରେନସିକ୍‌ ତଦନ୍ତ କରାଇବା ତଥା ତାଙ୍କ ବୋହୂ ଓ ରୋଷେୟାଙ୍କୁ ତଦନ୍ତ ପରିସରକୁ ନେବାକୁ ସେ ଦାବି କରିଛନ୍ତି। ସ୍ଥାନୀୟ ଥାନା ଅଧିକାରୀଙ୍କ କାର୍ଯ୍ୟକୁ ମଧ୍ୟ ତଦନ୍ତ ପରିସରକୁ ନେବା ପାଇଁ ସେ ଦାବି କରିଛନ୍ତି।

ଏହାଛଡ଼ା ସେ ଭୁବନେଶ୍ବର ଆସି ପିସିସିଏଫ୍‌ ଶିଶିର ରଥଙ୍କୁ ଭେଟିବା ସହିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଯାଇ ନ୍ୟାୟ ପ୍ରଦାନ ପାଇଁ ନିବେଦନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe