କନଷ୍ଟେବଳ, ସିପାହୀ ମହାସଂଘର ନିର୍ବାଚନ ପାଇଁ ଦାବି

Advertisment
କନଷ୍ଟେବଳ, ସିପାହୀ ମହାସଂଘର ନିର୍ବାଚନ ପାଇଁ ଦାବି

The Statesman

ଭୁବନେଶ୍ବର : ରାଜ୍ୟ କନଷ୍ଟେବଳ, ସିପାହୀ, ହାବିଲ୍‌ଦାର ଓ ଡ୍ରାଇଭର୍ ମହାସଂଘର ନିର୍ବାଚନ ପାଇଁ ବିଧାନସଭାରେ ଦାବି ଉଠିଛି। ଆଜି ଶୂନ୍ୟକାଳରେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଓ କଂଗ୍ରେସ ବିଧାୟକ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି ଏହି ଦାବି କରିଥିଲେ। ଦୁଇ ବିଧାୟକ କହିଥିଲେ ଯେ ପୁଲିସ୍ କର୍ମଚାରୀଙ୍କ ସ୍ବାର୍ଥ ରକ୍ଷା ଦିଗରେ ଏହି ମହାସଂଘ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଏ। ମହାସଂଘର ସମ୍ବିଧାନ ଅନୁଯାୟୀ ପ୍ରତି ଦୁଇ ବର୍ଷରେ ନିର୍ବାଚନ କଥା। ନିର୍ବାଚିତ କର୍ମକର୍ତ୍ତା କାର୍ଯ୍ୟକାଳ ସରିଥିଲେ ମଧ୍ୟ ଆଉ ନିର୍ବାଚନ ହେଉ ନାହିଁ। ନିର୍ବାଚନ କରାଇବା ପାଇଁ ସରକାର ତୁରନ୍ତ ପଦକ୍ଷେପ ନିଅନ୍ତୁ। ଏ ନେଇ ବାଚସ୍ପତି ରୁଲିଂ ଦେବାକୁ ଉଭୟ ଦାବି କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe