ସୀର୍କି ଛକ ଠାରୁ ଟିଆ ମୁକୁଲିଙ୍ଗିଆ ଦେଇ କଲିଗାଡୁ ହିଲ୍ ଟପ୍ ପର୍ଯ୍ୟଟନ ସ୍ଥଳୀ ପର୍ଯ୍ୟନ୍ତ ପକ୍କା ରାସ୍ତା ନିର୍ମାଣ ଦାବି

Advertisment

କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବ୍ଲକ ଅନ୍ତର୍ଗତ ମାଲିକାପଡ଼ି ପଞ୍ଚାୟତରେ ଅବସ୍ଥିତ ଅତି ଆକର୍ଷଣୀୟ କଲିଗାଡୁ ହିଲ୍ ଟପ୍। ଏହି ହିଲ୍‌ ଟପ୍ ପର୍ଯ୍ୟଟଙ୍କ ମନ ମୋହିବା ସହ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପାଇଛି...

କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବ୍ଲକ ଅନ୍ତର୍ଗତ ମାଲିକାପଡ଼ି ପଞ୍ଚାୟତରେ ଅବସ୍ଥିତ ଅତି ଆକର୍ଷଣୀୟ କଲିଗାଡୁ ହିଲ୍ ଟପ୍। ଏହି ହିଲ୍‌ ଟପ୍ ପର୍ଯ୍ୟଟଙ୍କ ମନ ମୋହିବା ସହ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପାଇଛି...

Demand for construction of paved road from Sirki Chack to Kaligadu Hill Top tourist destination via Tia Mukulingia

Demand for construction of paved road from Sirki Chack to Kaligadu Hill Top tourist destination via Tia Mukulingia Photograph: (sambad.in)

ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବ୍ଲକ ଅନ୍ତର୍ଗତ ମାଲିକାପଡ଼ି ପଞ୍ଚାୟତରେ ଅବସ୍ଥିତ ଅତି ଆକର୍ଷଣୀୟ କଲିଗାଡୁ  ହିଲ୍ ଟପ୍। ଏହି ହିଲ୍‌ ଟପ୍ ପର୍ଯ୍ୟଟଙ୍କ ମନ ମୋହିବା ସହ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପାଇଛି।  ହେଲେ ଏହାର ବିକାଶ ନାହିଁ କେବଳ ପର୍ଯ୍ୟଟନ ବିଭାଗ ପକ୍ଷରୁ ଏକ ସୂଚନା ଫଳକ ଲଗେଇ ଚୁପ ହୋଇ ବସିଛି  ନା ଅଛି ଭଲ ରାସ୍ତା ନ କୌଣସି ମୌଳିକ ସୁବିଧା।

ଏହି ହିଲ୍ ଟପ୍‌କୁ  ଜିଲ୍ଲା ଓ ଜିଲ୍ଲା ବାହାରୁ ହଜାର ହଜାର ପର୍ଯ୍ୟଟକ ଆସିଥାନ୍ତି ।  ଲଗାଣ ବର୍ଷା ହେବା କାରଣରୁ ଏହି ପର୍ଯ୍ୟଟନ ସ୍ଥଳୀକୁ ଯିବା ନିମନ୍ତେ ଥିବା ମାଟି ରାସ୍ତା ଧୋଇ ହେଇଯାଉଛି। ଯାହାଫଳରେ ପର୍ଯ୍ୟଟକ ମାନଙ୍କ ଗାଡ଼ି ଯିବା ଆସିବାରେ ବହୁତ ସମସ୍ୟା ଦେଖା ଦେଉଛି ।

ଏହି ରାସ୍ତା ସମସ୍ୟା କାରଣରୁ ପର୍ଯ୍ୟଟକମାନଙ୍କ ବୁଲି ଆସିବା ଇଚ୍ଛା ଶକ୍ତି କମି ଯାଉଥିବା  ମତ ପ୍ରକାଶ ପାଇଛି। ସୀର୍କି ଛକ ଠାରୁ ଟିଆ ମୁକୁଲିଙ୍ଗିଆ ଦେଇ କାଲିଗାଡୁ  ହିଲ୍ ଟପ୍ ପର୍ଯ୍ୟଟନ ସ୍ଥଳୀ ପର୍ଯ୍ୟନ୍ତ ପକ୍କା ରାସ୍ତା ନିର୍ମାଣ କରାଗଲେ ପ୍ରାୟ ୮ ଗୋଟି ଗ୍ରାମ ଲେଏରେଜୁ, ଟିଆ ମୁକୁଲିଙ୍ଗିଆ, ପାଙ୍ଗାନାଜୁ, କଟାବାଲି, ମୁକୁଲିଙ୍ଗିଆ, ଗୁନ୍ଦାବାଜୁ  ପ୍ରାୟ ୪୦୦୦ ରୁ ଉର୍ଦ୍ଧ୍ବ ଜନସାଧାରଣ ଉପକୃତ ହେବା ସଙ୍ଗେ ସଙ୍ଗେ  ବାହାରୁ ଆସୁଥିବା

ପର୍ଯ୍ୟଟକମାନେ ମଧ୍ୟ ଉପକୃତ ହୋଇପାରିବେ। ପର୍ଯ୍ୟଟନ ସ୍ଥଳର ବିକାଶ ହେଲେ ଏହି ଅଞ୍ଚଳବାସୀଙ୍କ ବିକାଶ ହେବ। ଯୁବ ପିଢ଼ି ରୋଜଗାର ପାଇବେ। ଦାଦନ ସମସ୍ୟା ଦୂର ହେବ। ହେଲେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆଢୁଆଳରେ ଏହି ହିଲ୍ ଟପ୍‌ ରହି ଯାଇଛି । ତେଣୁ ତୁରନ୍ତ ପକ୍କା ରାସ୍ତା ନିର୍ମାଣ କରିବାକୁ ଦାବି ହୋଇଛି।

 Kandhamal | Kaligadu Hill Top

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe