New Indian Express
ଭୁବନେଶ୍ବର : ରାଜ୍ୟରେ ୨୦୨୦/୨୧ ବର୍ଷରେ ବିଦ୍ୟୁତ ଚାହିଦା ୩୨୫୭ ମେଗାୱାଟ୍ରେ ପହଞ୍ଚିଛି। ୨୦୧୦ରେ ରାଜ୍ୟରେ ହାରହାରି ବିଦ୍ୟୁତ ଚାହିଦା ୨୨୬୪.୫୬ ମେଗାୱାଟ୍ ରହିଥିଲା ବୋଲି ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ଏକ ଅଣତାରକା ପ୍ରଶ୍ନର ଦେଇ ବିଧାନସଭାରେ ସୂଚନା ଦେଇଛନ୍ତି ଶକ୍ତି ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର। ଶ୍ରୀ ମିଶ୍ର କହିଛନ୍ତି ଯେ ଚଳିତ ଶତାବ୍ଦୀର ଦ୍ବିତୀୟ ଦଶନ୍ଧିରେ ରାଜ୍ୟ ସରକାରଙ୍କ ପକ୍ଷରୁ ଶକ୍ତି ସଂରକ୍ଷଣ ଉପରେ ଗୁରୁତ୍ବ ଦିଆଯାଇଛି। ଏନର୍ଜି ଏଫିସିଏଣ୍ଟ ଷ୍ଟାର ରେଟିଂ ଉପକରଣ, ଏଲଇଡି ବଲ୍ର ବ୍ୟବହାର ବୃଦ୍ଧି ପାଇବା ଫଳରେ ବିଦ୍ୟୁତ ଶକ୍ତିର ସଂରକ୍ଷଣ ହୋଇଛି। ଏହାବାଦ୍ ଏହି ଅବଧିରେ ଉଦ୍ୟୋଗମାନଙ୍କ ଦ୍ବାରା ସିଜିପିର ବ୍ୟବହାର, ଉପଭୋକ୍ତାମାନଙ୍କ ଦ୍ବାରା ସୌର ପ୍ୟାନେଲ ବ୍ୟବହାର ଫଳରେ ଗ୍ରିଡ୍ ଉତ୍ସରୁ ବିଦ୍ୟୁତ ଶକ୍ତି ଗ୍ରହଣ କରିବାର ଚାହିଦା କିଛିଅଂଶରେ ହ୍ରାସ ପାଇଥିବା ସେ ସୂଚନା ଦେଇଛନ୍ତି।
Follow Us