ଜଙ୍ଗଲ ଜମି ପଟ୍ଟା ପ୍ରଦାନ ଦାବି: କେଗାଁ ରେଞ୍ଜ ଅଫିସ୍‌ ଘେରିଲେ ଗ୍ରାମବାସୀ

Advertisment
ଜଙ୍ଗଲ ଜମି ପଟ୍ଟା ପ୍ରଦାନ ଦାବି: କେଗାଁ ରେଞ୍ଜ ଅଫିସ୍‌ ଘେରିଲେ ଗ୍ରାମବାସୀ

କେଗାଁ: କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ନକଟିକାନି ଗ୍ରାମର ଦୁଇ ଶହରୁ ଅଧିକ ଆଦିବାସୀ ହରିଜନ ଓ ପଛୁଆବର୍ଗର ଲୋକେ ଦୀର୍ଘ ବର୍ଷ ହେଲା ଜଙ୍ଗଲ ଜମିରେ ଚାଷ କରି ପରିବାର ପ୍ରତିପୋଷଣ କରୁଛନ୍ତି। ତୁରନ୍ତ ସ୍ଥାୟୀ ଜମି ପଟ୍ଟା ଯୋଗାଇ ଦେବାକୁ ଦାବି କରି ଗ୍ରାମବାସୀ କେଗାଁ ରେଞ୍ଜ ଅଫିସ ଘେରାଉ କରିଛନ୍ତି। ରାଜ୍ୟ ସରକାରଙ୍କ ତରଫରୁ ଜମିର ଜିପିଏସ୍‌ ରିଡିଂ କରି ବନ ବିଭାଗ ଜରିଆରେ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରିବାକୁ କହାଯାଇଥିଲା।

ଗ୍ରାମର କେତେକ ଲୋକ ଜଙ୍ଗଲ ଜମି ପଟ୍ଟା ପାଇଥିବା ବେଳେ ଆହୁରି ୧୨୦ରୁ ଅଧିକ ଲୋକଙ୍କୁ ପଟ୍ଟା ମିଳିନଥିବା ଜଣାପଡ଼ିଛି। ଏନେଇ ପୂର୍ବରୁ ଜିଲ୍ଲାପାଳ ଏବଂ ଡିଏଫ୍‌ଓଙ୍କୁ ଲିଖିତ ଅଭିଯୋଗ କରାଯାଇଥିଲା। ଅଭିଯୋଗ ଅନୁସାରେ ଜିଲ୍ଲାପାଳ ଓ ଡିଏଫଓ ମଧ୍ୟ ପଟ୍ଟା ପ୍ରଦାନ ପାଇଁ କେଗାଁ ରେଞ୍ଜରକୁ ଚିଠି କରିଥିବା ବେଳେ କେଗାଁ ରେଞ୍ଜର ଅଣଦେଖା କରୁଥିବା ଅଭିଯୋଗ ନେଇ ଗ୍ରାମବାସୀ ପୂର୍ବତନ ସରପଞ୍ଚ ଜତୀନ୍ଦ୍ର ସେନାପତିଙ୍କ ନେତୃତ୍ବରେ ଆଜି କେଗାଁ ରେଞ୍ଜ ଅଫିସ୍‌ ଘେରାଉ କରିଥିଲେ। ଗୋଲାମୁଣ୍ଡା ବନପାଳ ରମେଶ ପଣ୍ଡା କେଚ୍‌ମ୍ୟାପ ଦେବାକୁ ପ୍ରତିଶ୍ରୁତି ଦେବା ପରେ ଧାରଣାରୁ ଓହରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe