ବଲାଙ୍ଗୀରରେ ହାଇକୋର୍ଟ ପୁନଃ ସ୍ଥାପନ ଦାବି, ୧୬ରେ ବିଧାନସଭା ଘେରାଉ ନିଷ୍ପତ୍ତି

Advertisment
ବଲାଙ୍ଗୀରରେ ହାଇକୋର୍ଟ ପୁନଃ ସ୍ଥାପନ ଦାବି, ୧୬ରେ ବିଧାନସଭା ଘେରାଉ ନିଷ୍ପତ୍ତି

ବଲାଙ୍ଗୀର : ବଲାଙ୍ଗୀରରେ ହାଇକୋର୍ଟ ପୁନଃପ୍ରତିଷ୍ଠା ଦାବି ଆନ୍ଦୋଳନ ଭିନ୍ନ ମୋଡ଼ ନେବାକୁ ଯାଉଛି। ଆସନ୍ତା ୧୬ ତାରିଖ ବିଧାନସଭା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ମିଳିତ କ୍ରିୟାନୁଷ୍ଠାନ କମିଟି ନିଷ୍ପତ୍ତି ନେଇଛି। ଗତକାଲି ସିଭିଲ କୋର୍ଟ ବାର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏହି ଘୋଷଣା କରାଯାଇଛି।

କ୍ରିୟାନୁଷ୍ଠାନ କମିଟି ସୂଚନା ଅନୁସାରେ, ଜିଲ୍ଲାର କୋଣ ଅନୁକୋଣରୁ ଶତାଧିକ ସଂଗଠନର ପ୍ରାୟ ୫ଶହରୁ ଅଧିକ ପ୍ରତିନିଧି ବିକ୍ଷୋଭରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ସକାଳ ୯ଟାରୁ ଦିନ ୧ଟା ପର୍ଯ୍ୟନ୍ତ ବିକ୍ଷୋଭ ପ୍ରଦର୍ଶନ ପରେ ଏକ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ ଓ ଆଇନ ମନ୍ତ୍ରୀଙ୍କୁ ସାକ୍ଷାତ କରି ଦାବି ଉପସ୍ଥାପନ କରିବେ ସାମ୍ବାଦିକ ସମ୍ମଳନୀରେ ଜିଲ୍ଲା ଓକିଲ ସଂଘ ସଭାପତି ପ୍ରମୋଦ ତ୍ରିପାଠୀ, ସଂପାଦକ ଅମନ ନାଗ, ମିଳିତ କ୍ରିୟାନୁଷ୍ଠାନ କମିଟିର ଆବାହକ ଲଳିତ ନାୟକଙ୍କ ସହ ନାଗରିକ କମିଟି ସଂପାଦକ ବିଷ୍ଣୁ ପ୍ରସାଦ କେଡ଼ିଆ, ବରିଷ୍ଠ ନାଗରିକ ସଂଘର ସାଧାରଣ ସଂପାଦକ ପ୍ରଭାକର ମିଶ୍ର, କରଣ ସମାଜର ସଭାପତି ଅସୀମ ପଟ୍ଟନାୟକ, ଗୁଡ଼ିଆ ସମାଜର ସଭାପତି ମନୋରଂଜନ ସାହୁ, ତୈଳିକ ବ‌ୈଶ୍ୟ ସମାଜ ସଭାପତି ଉମାକାନ୍ତ ସାହୁ, ବିଙ୍ଗ ହ୍ୟୁମେନ ଫାଉଣ୍ଡେସନର ସଂପାଦକ ବିବେକାନନ୍ଦ ପଟେଲ, ଯାଦବ ସମାଜରୁ ପ୍ରଶାନ୍ତ ମହାକୁର ପ୍ରମୁଖଙ୍କ ସହ ଅନେକ ସଂଗଠନର ସଦସ୍ୟ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe