ଅଧା ହୋଇ ପଡ଼ିଛି ଡ୍ରେନ୍ ନିର୍ମାଣ : ବିପର୍ଯ୍ୟସ୍ତ ଡ଼୍ରେନେଜ ବ୍ୟବସ୍ଥା ସୁଧାରିବା ଦାବି

Advertisment

ମୟୂରଭଞ୍ଜ ମୁକ୍ତି ମୋର୍ଚ୍ଚା ପକ୍ଷରୁ ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ମୟୂରଭଞ୍ଜ ମୁକ୍ତି ମୋର୍ଚ୍ଚା ପକ୍ଷରୁ ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ଅଧା ହୋଇ ପଡ଼ିଛି ଡ୍ରେନ୍ ନିର୍ମାଣ : ବିପର୍ଯ୍ୟସ୍ତ ଡ଼୍ରେନେଜ ବ୍ୟବସ୍ଥା ସୁଧାରିବା ଦାବି

Deccan Chronicle

ବାରିପଦା : ବାରିପଦା ପୌରପରିଷଦର ଯୋଜନାବିହୀନ ପଦକ୍ଷେପ କାରଣରୁ ନିର୍ମାଣ ହେଉଥିବା ରାସ୍ତାଘାଟ ଓ ଡ୍ରେନ୍‌କୁ ନେଇ ପୌରବାସୀ ନାନା ସମସ୍ୟା ଭୋଗୁଥିବା ମୟୂରଭଞ୍ଜ ମୁକ୍ତି ମୋର୍ଚ୍ଚା ପକ୍ଷରୁ ଅଭିଯୋଗ ହୋଇଛି। ଏହାର ଏକ ତାଜା ଉଦାହରଣ ହେଉଛି ପୌରପରିଷଦର ୱାର୍ଡ ନଂ-୨୮ ର ବିପର୍ଯ୍ୟସ୍ତ ଡ୍ରେନେଜ ବ୍ୟବସ୍ଥା। ଏହାକୁ ତୁରନ୍ତ ସୁଧାରିବାକୁ ସଂଗଠନ ପକ୍ଷରୁ ପୌରପରିଷଦର ନିର୍ବାହୀ ଅଧିକାରୀ ଦାୟିତ୍ୱରେ ଥିବା ବାରିପଦା ଉପଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।

ମୟୂରଭଞ୍ଜ ମୁକ୍ତି ମୋର୍ଚ୍ଚାର ଅଭିଯୋଗ ଆଧାରରେ ୨୮ ନମ୍ବର ୱାର୍ଡ଼ର ବାଗଡ଼ିହା କଲୋନୀସାହିରେ ପରିତ୍ୟକ୍ତ ଅପରିଷ୍କାର ପାଣିର ନିଷ୍କାସନ ନିମନ୍ତେ କୌଣସି ଡ୍ରେନେଜ୍ ବ୍ୟବସ୍ଥା ନାହିଁ। ଫଳରେ ପରିତ୍ୟକ୍ତ ଅପରିଷ୍କାର ପାଣି ବିଭିନ୍ନ ସ୍ଥାନରେ ଜମି ରହି ସେଥିରୁ ଦୁର୍ଗନ୍ଧ ବାହାରୁଛି । ଏଥି ସହିତ ମଶା, ମାଛିର ବଂଶ ବିସ୍ତାର ହେବାରୁ ଜନସାଧାରଣ ବିଭିନ୍ନ ସମସ୍ୟା ମଧ୍ୟ ଦେଇ ଗତି କରୁଛନ୍ତି । ୬/୭ ମାସ ପୂର୍ବେ ଉକ୍ତ ଅଞ୍ଚଳରେ ପୌରପରିଷଦ ପକ୍ଷରୁ ଏକ ଡ୍ରେନର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ମାତ୍ର କୌଣସି କାରଣରୁ ସମ୍ପୂର୍ଣ୍ଣ ହେବା ପରିବର୍ତ୍ତେ ଅଧାରେ ବନ୍ଦ ହୋଇପଡ଼ି ରହିଛି । ଏଣୁ ବାଗଡ଼ିହା କଲୋନୀସାହିରେ ଏହି ବିପର୍ଯ୍ୟସ୍ତ ଡ୍ରେନେଜ ବ୍ୟବସ୍ଥାର ତୁରନ୍ତ ସମାଧାନ କରାଇବା ନିମନ୍ତେ ମୟୂରଭଞ୍ଜ ମୁକ୍ତି ମୋର୍ଚ୍ଚା ପକ୍ଷରୁ ଦାବି କରାଯାଇଛି । ଏହି ଅବସରରେ ସଂଗଠନର ସୌରଭ ଦାଶ, ସୁବାଷ କିସ୍କୁ, ଜିତେନ୍ଦ୍ର ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe