ସ୍ବାସ୍ଥ୍ୟକେନ୍ଦ୍ର କୋଠା ନିର୍ମାଣ ପାଇଁ ଜମି ଚିହ୍ନଟ ଦାବି

Advertisment

ତହସିଲଦାରଙ୍କ ଦ୍ବାରସ୍ଥ ହେଲେ ଗ୍ରାମବାସୀ

ତହସିଲଦାରଙ୍କ ଦ୍ବାରସ୍ଥ ହେଲେ ଗ୍ରାମବାସୀ

ସ୍ବାସ୍ଥ୍ୟକେନ୍ଦ୍ର କୋଠା ନିର୍ମାଣ ପାଇଁ ଜମି ଚିହ୍ନଟ ଦାବି

ପଣ୍ଡିଗାଁ: କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ପାତ୍ରବସା ଗାଁରେ ନିର୍ମାଣ ହେବ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର। ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଥିବା ନେଇ ଜିଲ୍ଲା ପ୍ରଶାସନ ଘୋଷଣା କରିବା ପରେ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ନିର୍ମାଣ ପାଇଁ ତତ୍ପରତା ପ୍ରକାଶ ପାଇଛି।

ତେବେ ଗ୍ରାମବାସୀଙ୍କ ସୁବିଧା ମୁତାବକ କେନ୍ଦ୍ର ନିର୍ମାଣ ପାଇଁ ଉପଯୁକ୍ତ ଜମି ଚିହ୍ନଟ କରିବାକୁ ଦାବି ହୋଇଛି। ପଣ୍ଡିଗାଁ ସରପଞ୍ଚ କବିତା ଜୈନ, ପୂର୍ବ ସମିତି ଅଧ୍ୟକ୍ଷ ବିପିନ ପ୍ରଧାନୀ, ଆଇନଜୀବୀ ସୁଶୀଳ ରାଉତ, ସୁଧିର ରାଉତ, ସୁଶୀଳ ଜୈନଙ୍କ ସମେତ ପ୍ରମୁଖ ଗ୍ରାମବାସୀ କଲମପୁର ତହସିଲଦାର ରୁଦ୍ର ମୋହନ ନାୟକଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe