ଭଞ୍ଜନଗରରେ ପାସ୍‌ପୋର୍ଟ କେନ୍ଦ୍ର ଖୋଲିବା ପାଇଁ ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ଦାବି

Advertisment
ଭଞ୍ଜନଗରରେ ପାସ୍‌ପୋର୍ଟ କେନ୍ଦ୍ର ଖୋଲିବା ପାଇଁ ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ଦାବି

ଭଞ୍ଜନଗର : ଭଞ୍ଜନଗର ଘୁମୁସର ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ଏକ ବୈଠକ ନାୟକ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି। ମଞ୍ଚର ସଭାପତି ସୋମନାଥ ନାୟକଙ୍କ ଅଧକ୍ଷତାରେ ଆୟୋଜିତ ବୈଠକରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ସରକାର ସ୍ବତନ୍ତ୍ର ଦୃଷ୍ଟି ଦେବା ଦିଗରେ ଆଲୋଚନା କରାଯିବା ସହ ବିଭିନ୍ନ କ୍ଷେତ୍ରରେ ବରିଷ୍ଠ ନାଗରିକ ମାନଙ୍କ ମତାମତ ଗ୍ରହଣ କରିବା ଦିଗରେ ଆଲୋଚନା କରାଯାଇଥିଲା। ଏହି ଅବସରରେ ଉପଦେଷ୍ଟା ଡ. କମ୍ବୁପାଣି ସାମନ୍ତ,ସମ୍ପାଦକ ରବୀନ୍ଦ୍ର ନାଥଆଚାର୍ଯ୍ୟ ପ୍ରମୁଖ ମଞ୍ଚାସୀନ ଥିଲେ। ପ୍ରାକ୍ତନ ଅଧ୍ୟକ୍ଷ ଶିବରାମ ପଣ୍ଡାଙ୍କ ପ୍ରସ୍ତାବ କ୍ରମେ ଆସନ୍ତା ୮ ତାରିଖ ଦିନ ବରିଷ୍ଠ ନାଗରିକ ମଞ୍ଚର ସଦସ୍ୟମାନଙ୍କ ଦ୍ୱାରା କରୋନା ସଚେତନତା ରାଲି ଅନୁଷ୍ଠିତ କରାଯିବ ବୋଲି ନିଷ୍ପତି ନିଆଯାଇଥିଲା।

publive-image

ଏଥିସହ ଭଞ୍ଜନଗର ମୁଖ୍ୟ ଡାକ ଘରେ ପାସପୋର୍ଟ କାଉଣ୍ଟର ଖୋଲିବା ପାଇଁ ମଞ୍ଚ ପକ୍ଷରୁ ଦାବି କରାଯାଇଛି। ବିଦେଶ ଯାତ୍ରା କରୁଥିବା ଲୋକ ମାନଙ୍କ ପାଇଁ ପାସପୋର୍ଟ କରିବାରେ ବହୁ ସମସ୍ୟାର ସମ୍ମୁଖିନ ହେଉଥିବାରୁ ଏହାକୁ ଏଠାରେ କାର୍ଯ୍ୟକାରୀ କରିବା ପାଇଁ ମଞ୍ଚ ପକ୍ଷରୁ ଦାବି କରାଯାଇଥିଲା। ଏଥିରେ ପ୍ରଭାତ ଚନ୍ଦ୍ର ତରାସିଆ,ବାଳକୃଷ୍ଣ ବେହେରା, ମାଗତା ଗୌଡ଼, ବ୍ରଜ ଗୋପାଳ ମହାରଣା, ବାଳ କୃଷ୍ଣ ପାଢ଼ୀ, ମଙ୍ଗୁଲୁ ସାହୁ, ସୁରେଶ ତ୍ରିପାଠୀ, ଏସ. କେ ହୁସେନ, ରବୀନ୍ଦ୍ର ପାଣିଗ୍ରାହୀ, ଶିବ ପ୍ରସାଦ ସୁବୁଦ୍ଧି, ଟି ସୂର୍ଯ୍ୟ ନାରାୟଣ ପାତ୍ର, ଖଲି ସାହୁ, ରାମଚନ୍ଦ୍ର ଡାକୁଆ, ପୂର୍ଣ୍ଣ ଚନ୍ଦ୍ର ପଟ୍ଟନାୟକ, ରଘୁନାଥ ପାତ୍ର, ରଘୁନାଥ ସାହୁ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ଶେଷରେ ହରିକୃଷ୍ଣ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe