ମଣ୍ଡିରୁ ଧାନ ଉଠାଣ ଦାବି, ଯୋଗାଣ ଅଫିସ୍‌ରେ ଧାରଣା

Advertisment
ମଣ୍ଡିରୁ ଧାନ ଉଠାଣ ଦାବି, ଯୋଗାଣ ଅଫିସ୍‌ରେ ଧାରଣା

ନୂଆପଡ଼ା: ନୂଆପଡ଼ା ଜିଲ୍ଲାରେ ମଣ୍ଡିମାନଙ୍କରୁ ଚାଷୀଙ୍କ ଧାନ ଉଠୁନଥିବା ଅଭିଯୋଗ ହେଉଛି। ଚାଷୀ ଜିଲ୍ଲା ପ୍ରଶାସନ ତଥା ଯୋଗାଣ ବିଭାଗର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କିଛି ସୁଫଳ ମିଳୁନି। ଏନେଇ ନୂଆପଡ଼ା ବ୍ଲକ ଧରମବନ୍ଧା ଓ ମୋଟନୂଆପଡ଼ାର ଚାଷୀ ଜିଲ୍ଲା ଯୋଗାଣ ଅଫିସ୍‌ରେ ପହଞ୍ଚି ଧାରଣାରେ ବସିଥିଲେ। ହେଲେ ଅଧିକାରୀମାନେ ନଥିବାରୁ ଚାଷୀ ନିରାଶ ହୋଇ ଫେରି ଯାଇଥିଲେ।

ସୂଚନାଥାଉକି, ଧରମବନ୍ଧା ଓ ମୋଟନୂଆପଡ଼ା ମଣ୍ଡିରେ ୧୫୯ ଜଣ ଚାଷୀଙ୍କ ୨୧ ହଜାର ୫୩୨ ବସ୍ତା ଧାନ ପଡ଼ିରହିଛି। କାଳବୈଶାଖୀ ପ୍ରଭାବରେ ହେଉଥିବା ଝଡ଼ବର୍ଷା ଯୋଗୁଁ ଧାନ ନଷ୍ଟ ହେବାରେ ଲାଗିଛି। ମଣ୍ଡିରୁ ଧାନ ଉଠାଣ ପାଇଁ ପ୍ୟାକ୍ସ ଓ ଯୋଗାଣ ବିଭାଗ ନିକଟରେ ଚାଷୀ ବାରମ୍ବାର ଦାବି କରିଛନ୍ତି। ହେଲେ ଅଧିକାରୀମାନେ ଚାଷୀଙ୍କ ଅଭିଯୋଗକୁ କର୍ଣ୍ଣପାତ କରୁଥିବା ନଥିବା ଅଭିଯୋଗ କରିଛନ୍ତି। ଚାଷୀମାନେ ଏକତ୍ର ହୋଇ ସୋମବାର ନୂଆପଡ଼ା ଯୋଗାଣ ବିଭାଗ ଅଫିସ୍‌ରେ ପହଞ୍ଚି ଧାରଣା ଦେଇଥିଲେ। ଦୀର୍ଘ ସମୟ ଧରି ବସିରହିଥିଲେ ମଧ୍ୟ  କୌଣସି ଅଧିକାରୀ ଆସିନଥିବାରୁ ଶେଷରେ ନିରାଶ ହୋଇ ଫେରିଯାଇଥିବା ଜଣାପଡ଼ିଛି। ଏହି ଧାରଣାରେ ଦିଲ୍ଲୀପ ନିର୍ମଲକର, ଉମେଶ ଉଜିର, ରେବା ସାହୁ, ବେଦବ୍ୟାସ ସାହୁ, ଲାଲାରାମ ସାହୁ, ରାଜବନ ମାଝୀ ସହ ବହୁ ଚାଷୀ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe