ବନ୍ଦ ଖଣି ଖୋଲିବା ଦାବିରେ ମେଳି

ବନ୍ଦ ଖଣି ଖୋଲିବା ଦାବିରେ ମେଳି

କାଳିଆପାଣି : ଓଡ଼ିଶା ଖଣି ନିଗମ(ଓଏମ୍‌ସି) କ୍ରୋମ୍‌ଜୋନ ଅଧୀନ କଲରଙ୍ଗି କ୍ରୋମାଇଟ୍‌ ଖଣି ଓ କାଠପାଳ କ୍ରୋମାଇଟ୍‌ ଖଣିକୁ ଯଥାଶୀଘ୍ର ଖୋଲିବା ପାଇଁ ଗୁରୁବାର ଦିନ ଉଭୟ ଯାଜପୁର ଓ ଢେଙ୍କାନାଳ ଜିଲ୍ଲାର ସୀମାନ୍ତ ୧୦ ପଞ୍ଚାୟତବାସୀଙ୍କ ମେଳି ଦେଖିବାକୁ ମିଳିଛି।

ବନ୍ୟଜନ୍ତୁ ସଂରକ୍ଷଣ ଆଇନକୁ ଆଳ କରି ୨୦୦୧ ନଭେମ୍ବର ପହିଲାରୁ ଢେଙ୍କାନାଳ ଜିଲ୍ଲାର କାଠପାଳ ଖଣି ଓ ୨୦୦୨ ଅଗଷ୍ଟ ୨୪ ତାରିଖରୁ କଲରଙ୍ଗି ଖଣି ବନ୍ଦ ରହିବାକୁ ନେଇ ଉଦ୍‌ବେଗ ପ୍ରକାଶ ପାଇଥିଲା। ଦୀର୍ଘବର୍ଷ ଧରି ବନ୍ଦ ରହିବା କାରଣରୁ କଲରଙ୍ଗି ଖଣିର ୧୧ଶହ ପାଖାପାଖି ଛଟେଇ ଖଣି ଶ୍ରମିକ ପରିବାର ଓ କାଠପାଳ ଖଣିର ୫ ଶହରୁ ଅଧିକ ଶ୍ରମିକ ପରିବାର ରୋଜଗାର ହରାଇ ଦୁର୍ଦ୍ଦିନରେ କାଳାତିପାତ କରିବାକୁ ବାଧ୍ୟ ହେଉଛନ୍ତି। ଉଭୟ ଖଣିରେ ଉଚ୍ଚମାନର ପର୍ଯ୍ୟାପ୍ତ ପରିମାଣର କ୍ରୋମାଇଟ୍‌ ଗଚ୍ଛିତ ଥିବା ସତ୍ତ୍ବେ ଖଣି ବନ୍ଦ ରହିଛି। ଭୋକ ଉପାସରେ ଥିବା ଶହଶହ ଶ୍ରମିକ ଦାୟାଦ ଏବେ ବେରୋଜଗାର ରହିଥିବା ଦର୍ଶାଯାଇ ପୁନଃ ଖଣି କାର୍ଯ୍ୟକ୍ଷମ କରାଇବା ସହ ସ୍ଥାନୀୟ ନିଯୁକ୍ତି ସମସ୍ୟାର ସମାଧାନ ଓ ଆଞ୍ଚଳିକ ଅର୍ଥନୀତିରେ ସଂସ୍କାର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଖଣିମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡ଼ାଇଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଦିଆଯାଇଥିଲା।

କଲରଙ୍ଗି ଲଲାଟେନ୍ଦୁଶ୍ବର ମହାଦେବ ମନ୍ଦିର ପରିସରରେ ଶ୍ରମିକନେତା ନାରାୟଣ ଚନ୍ଦ୍ର ଧୀରଙ୍କ ଆବାହକତ୍ବରେ ଅନୁଷ୍ଠିତ ଏହି ସମାବେଶରେ କଙ୍କଡ଼ାହାଡ଼ ପଞ୍ଚାୟତ ସମିତି ଅଧ୍ୟକ୍ଷଙ୍କ ପ୍ରତିନିଧି ରମେଶ ଚନ୍ଦ୍ର ମିଶ୍ର, ଢେଙ୍କାନାଳ ୩ ନମ୍ବର ଜିଲ୍ଲା ପରିଷଦ ସଭ୍ୟ ରବି ନାରାୟଣ ପ୍ରଧାନ, ସୁକିନ୍ଦା ପଞ୍ଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷା ଭଗବତୀ ମହାନ୍ତ, ଉଭୟ ଜିଲ୍ଲା ଖଣି ପ୍ରଭାବିତ ପଞ୍ଚାୟତର ସରପଞ୍ଚ ଓ ଜନ ପ୍ରତିନିଧି କନକଲତା ସର୍ଦ୍ଦାର, ସଞ୍ଜୟ ପରିଡ଼ା, ବିକାଶ କୁମାର ପାତ୍ର, ଅଞ୍ଜଳି ଦେହୁରୀ, ରାଜାରାଣୀ ଦେହୁରୀ, ଉମାରାଣୀ ପ୍ରଧାନ, ରାନୀ ମାଝି, ସମ୍ବରା ମୁଣ୍ଡା, ଦୀପକ କୁମାର ନାୟକ, ବିଶ୍ବଜିତ ମହାନ୍ତି, କେଶବ ହେସା, ସୁଷମା ନାୟକ, ପ୍ରତାପ ମାରାଣ୍ଡି, ରମେଶ ଚନ୍ଦ୍ର ସାହୁ, କୋଦଣ୍ଡଧର ଦାସ, ଶ୍ରମିକନେତା ଭରତ ଚନ୍ଦ୍ର ମହାନ୍ତ, ବିଦ୍ୟାଧର ପାତ୍ର, ପ୍ରଭାତ ରଞ୍ଜନ ପ୍ରଧାନ, ନିର୍ମଳ ପ୍ରଧାନ, ଜଗବନ୍ଧୁ ମହାନ୍ତ, ମଞ୍ଜୁଲତା ସାମଲ, କୃତିବାସ ଭଞ୍ଜ, ହିମାଂଶୁ ଶେଖର ବାରିକ ପ୍ରମୁଖ ଉପସ୍ଥିତ ରହି ମାର୍ଚ୍ଚ ମାସ ସୁଦ୍ଧା ଖଣି ଖୋଲିବା ପାଇଁ ସରକାରଙ୍କ ପାଖେ ଦାବି ରଖିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe