ଟିଟିଲାଗଡ଼ରେ ସମ୍ବଲପୁରୀ ଦୀପର ଚାହିଦା ଜମୁଛି

Advertisment
ଟିଟିଲାଗଡ଼ରେ ସମ୍ବଲପୁରୀ ଦୀପର ଚାହିଦା ଜମୁଛି

ଟିଟିଲାଗଡ଼ : ରାତି ପାହିଲେ ଆଲୋକର ପର୍ବ ଦୀପାବଳି। ବର୍ତ୍ତମାନ ସମସ୍ତେ ଆଧୁନିକ ବୈଦ୍ୟୁତିକ ରଙ୍ଗିନ ଆଲୋକ ମାଳାର ପଛେ ମାତିଛନ୍ତି। ତଥାପି ଟିଟିଲାଗଡ଼ ସହରରେ ଦୀପର ଚାହିଦା କମି ନାହିଁ। ବିଶେଷ କରି ସମ୍ବଲପୁରୀ ଦୀପ କିଣିବାରେ ଲୋକଙ୍କ ଆଗ୍ରହ ପ୍ରକାଶ ପାଇଛି। ଏହା ଏବେ ସମଗ୍ର ଅଂଚଳରେ ଚର୍ଚ୍ଚାର ବିଷୟ ହୋଇଛି।

publive-image

ସମ୍ବଲପୁରୀ ଚିତ୍ର ଅଙ୍କିତ ଦୀପ ଏବେ ବଜାରରେ ଭଲ ବେପାର ହେଉଛି। ପ୍ରତି ଦୀପରେ ସମ୍ବଲପୁରୀ ଡିଜାଇନ୍‌ର ଚିତ୍ର ଅଙ୍କାଯାଇଛି। ଲାଲ, ହଳଦିଆ, ସବୁଜ, ନୀଳ ରଙ୍ଗର ଚିତ୍ର ସହ ସମ୍ବଲପୁରୀ ଡିଜାଇନ ଆକର୍ଷଣୀୟ ହୋଇଛି। ଏଭଳି ନିଆରା ଦୀପର ଦୋକାନ ଖୋଲିଛନ୍ତି ଶ୍ରୀତମ ସାଗର ବେଦବାକ। ଶ୍ରୀ ବେଦବାକ କୁହନ୍ତି, ଏମ୍‌ବିଏ ପାଠପଢ଼ା ପରେ ଚାକିରି କରିବାକୁ ସେ ଇଚ୍ଛା ପ୍ରକାଶ କରିଥିଲେ। ହେଲେ କରୋନା ଲକ୍‌ଡାଉନ୍‌ରେ ସୁଯୋଗ ମିଳି ନଥିଲା। ଘରେ ବସିବା ଅପେକ୍ଷା ନିଜ ଅଞ୍ଚଳର ଲୋକକଳା, ଲୋକ ସଂସ୍କୃତିକୁ ସର୍ବସାଧାରଣରେ ଆଣିବାକୁ ଏକ ଅଭିନବ ଉପାୟ ଆରମ୍ଭ କରିଥିଲେ। ସମ୍ବଲପୁରୀ ଡିଜାଇନ୍‌ ଥିବା ବିଭିନ୍ନ ସାମଗ୍ରୀର ବ୍ୟବସାୟ ଆରମ୍ଭ କରିଥିଲେ। ପ୍ରଥମେ ସମ୍ବଲପୁରୀ ମାସ୍କ, କପଡ଼ା, ରୁମାଲର ବେପାର ଆରମ୍ଭ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe