କୋଶଲ ରାଜ୍ୟ ଦାବିରେ ରାଜପଥ ଅବରୋଧ

କୋଶଲ ରାଜ୍ୟ ଦାବିରେ ରାଜପଥ ଅବରୋଧ

ସମ୍ବଲପୁର/ରେଢ଼ାଖୋଲ: ସ୍ବତନ୍ତ୍ର କୋଶଳ ରାଜ୍ୟ ଦାବି କରି ଶୁକ୍ରବାର ଚାରମାଳ ଥାନା ଅନ୍ତର୍ଗତ ମୋଚିବାହାଲରେ ୫୫ ନମ୍ବର ଜାତୀୟ ରାଜପଥ ଅବରୋଧ କରାଯାଇଥିଲା। କୋଶଳ ମୁକ୍ତି ମୋର୍ଚ୍ଚା ପକ୍ଷରୁ ସକାଳ ୧୦.୩୦ରୁ ଦିନ ୧୨.୩୦ ପର୍ଯ୍ୟନ୍ତ ପ୍ରାୟ ୨ ଘଣ୍ଟା ଧରି ଏହି ରାସ୍ତାରୋକ ହୋଇଥିଲା। ସେମାନଙ୍କ ଅଭିଯୋଗ ଅନୁସାରେ ପଶ୍ଚିମ ଓଡ଼ିଶାକୁ ବାରମ୍ବାର ଉପେକ୍ଷା କରାଯାଇ ଆସୁଛି। ତେଣୁ ପଶ୍ଚିମ ଓଡ଼ିଶା ଆଜି ବି ସବୁ କ୍ଷେତ୍ରରେ ପଛୁଆ ହୋଇ ରହିଯାଇଛି। ତେଣୁ ପଶ୍ଚିମ ଓଡ଼ିଶାକୁ ସ୍ବତନ୍ତ୍ର କୋଶଳ ରାଜ୍ୟ ମାନ୍ୟତା ଦେବାକୁ ସେମାନେ ଦାବି କରିଥିଲେ। ଦାବି ପୂରଣ ନ ହେଲେ ଆଗକୁ ଆନ୍ଦୋଳନ ଭୟଙ୍କର ରୂପ ନେବ ବୋଲି ଆନ୍ଦୋଳନକାରୀମାନେ ଚେତାବନୀ ଦେଇଛନ୍ତି। ମୁକ୍ତି ମୋର୍ଚ୍ଚାର ସଂଯୋଜକ ଶ୍ରୀକାନ୍ତ ପ୍ରଧାନ, ଅବିନାଶ ଚନ୍ଦ୍ର ବିଶି, ସୁଶାନ୍ତ ମିର୍ଦ୍ଧା, କୁନା ମିଶ୍ର, କ୍ଷିତୀଶ ପ୍ରଧାନ, ମନୋଜ ମିର୍ଦ୍ଧା, ବିପିନ ପ୍ରଧାନ, ବଲାଙ୍ଗୀରର ସୁଶୀଲ ଗୁରୁ, ବୀରବର ମହାକୁଲ, ସୋନପୁର ନିତିନ ପ୍ରଧାନ ପ୍ରମୁଖ ଆନ୍ଦୋଳନରେ ସାମିଲ ହୋଇଥିଲେ। ପୁଲିସ୍‌ ପହଞ୍ଚି ବୁଝାସୁଝା କରିବା ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା। ୨ ଘଣ୍ଟା ଧରି ରାସ୍ତାରୋକ ଫଳରେ ଉଭୟ ପାର୍ଶରେ ଶହ ଶହ ଯାନ ବାହନ ଅଟକି ରହିବା ସହ ଯାତ୍ରୀମାନେ ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଥିଲେ।

publive-image

କୋଶଳ ରାଜ୍ୟ ଦାବିରେ ନିଆରା ଆନ୍ଦୋଳନ

ଆମ ସଂସ୍କୃତି ବଞ୍ଚିଛି, ପର୍ବ ପର୍ବାଣୀ, ପରମ୍ପାରା ବଞ୍ଚିଛି, ଆମେ ବି ବଞ୍ଚିଛୁ। ଆମକୁ ହଲ ସ୍ବାସ୍ଥ୍ୟସେବା ଦରକାର, ଯୁବପିଢ଼ିଙ୍କୁ ଚାକିରି ଦରକାର, ମହିଳାଙ୍କୁ ସୁରକ୍ଷା ଦରକାର, ଆମ ଚାଷୀଙ୍କୁ ଭଲ ଆୟ ଦରକାର। ସବୁକିଛି ଥାଇ ଆମେ ଅବହେଳିତ, ଅଞ୍ଚଳରେ ରହୁଥିବା ୨ କୋଟିରୁ ଅଧିକ ଲୋକଙ୍କ ଉପରେ ସରକାରଙ୍କ ଦୃଷ୍ଟି ପଡ଼ୁନାହିଁ। ଏସବୁକୁ ଦୃଷ୍ଟିରେ ରଖି କୋଶଳ ସେନା ପକ୍ଷରୁ ଏକ ସ୍ବତନ୍ତ୍ର କୋଶଳ ରାଜ୍ୟ ଗଠନ କରିବା ପାଇଁ ନିଆରା ଉପାୟରେ ଦାବି କରାଯାଇଥିଲା। କୋଶଳ ସେନାର ସଭ୍ୟମାନେ ଧନୁପାଲି ଛକରୁ ପଦଯାତ୍ରାରେ ଆସି ଉତ୍ତରାଞ୍ଚଳ ରାଜ୍ୟସ୍ବ କମିସନର୍‌(ଆର୍‌ଡିସି)ଙ୍କୁ ଓଡ଼ିଶା ଓ କେନ୍ଦ୍ର ସରକାରଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି। ପଦଯାତ୍ରା ସମୟରେ ଆମେ ବଞ୍ଚିଛୁ ବୋଲି ଦର୍ଶାଇବା ପାଇଁ କୋକେଇର ଶବକୁ ବୋହିବା ଭଳି ସଭ୍ୟମାନେ ଜଣକ ଶୁଆଇ ଆର୍‌ଡିସିଙ୍କ କାର୍ଯ୍ୟାଳୟ ନିକଟକୁ ଆସିଥିଲେ। ରାଜ୍ୟ ସଭାପତି କୃକାର୍ଥ ପ୍ରଧାନଙ୍କ ନେତୃତ୍ବରେ ସମୀର ମେହେର, ଅର୍ପଣ ନାୟକ, ବିଷ୍ଣୁ ଦାସ, ସୁଦାମ ପ୍ରଧାନ, ସୁମନ୍ତ ଆଚାର୍ଯ୍ୟ, ନେତ୍ରାନନ୍ଦ ସାହୁ, ଶିବ ମେହେର, କୁନୁ ମେହେର, ସୁଶୀଲ ନାୟକ ପ୍ରମୁଖ ପଦଯାତ୍ରାରେ ଆସି ଆର୍‌ଡିସିଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe