Advertisment

ପଞ୍ଚାୟତ ଗୃହ ନିର୍ମାଣ କାର୍ଯ୍ୟ ସ୍ଥଗିତ ରଖିବାକୁ ଦାବି

Advertisment

ବିଡିଓଙ୍କୁ ଭେଟିଲେ ତୁନଗାଁ ଗ୍ରାମବାସୀ

ବିଡିଓଙ୍କୁ ଭେଟିଲେ ତୁନଗାଁ ଗ୍ରାମବାସୀ

ପଞ୍ଚାୟତ ଗୃହ ନିର୍ମାଣ କାର୍ଯ୍ୟ ସ୍ଥଗିତ ରଖିବାକୁ ଦାବି

କୋକସରା: କୋକସରା ବ୍ଲକ କନ୍ଦାବୁଟୁରା ପଞ୍ଚାୟତ କନ୍ଦାବୁଟୁରା ଓ ତୁନଗାଁ ଗ୍ରାମବାସୀଙ୍କ ମଧ୍ୟରେ ଆଜିକୁ ୬ ବର୍ଷ ହେବ ପଞ୍ଚାୟତ କାର୍ଯ୍ୟାଳୟ ସ୍ଥାପନ ନେଇ ବିବାଦ ଲାଗି ରହିଛି। କାଶିବାହଲ ପଞ୍ଚାୟତରୁ ଅଲଗା ହୋଇ କନ୍ଦାବୁଟୁରା ପଞ୍ଚାୟତ ଏକ ସ୍ୱତନ୍ତ୍ର ପଞ୍ଚାୟତ ହୋଇଥିଲା। ହେଲେ ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣ ପୂର୍ବରୁ ତୁନଗାଁରେ ଅଫିସ୍‌ ନିର୍ମାଣ ନେଇ ଉଭୟ ଗ୍ରାମବାସୀଙ୍କ ମଧ୍ୟରେ ଚୁକ୍ତିନାମା ହୋଇଥିଲା। ହେଲେ ପରବର୍ତ୍ତୀ ସମୟରେ ଏହାକୁ ଅଣଦେଖା କରି କନ୍ଦାବୁଟୁରା ଗ୍ରାମବାସୀ ଅଫିସ୍‌କୁ କନ୍ଦାବୁଟୁରାରେ ନିର୍ମାଣ କରିଛନ୍ତି। ଯାହାକି ଏବେ ଅଧାପନ୍ତରିଆ ହୋଇ ପଡ଼ିରହିଛି।

ଅନ୍ୟପକ୍ଷରେ ଉକ୍ତ ପ୍ରସଙ୍ଗ ନେଇ ଗତ ପଞ୍ଚାୟତ ନିର୍ବାଚନରେ ତୁନଗାଁ ଗ୍ରାମବାସୀ ଭୋଟ୍ ବର୍ଜନ କରିଥିଲେ। କିଛି ଦିନ ବନ୍ଦ ରହିଥିବା ବେଳେ ପୁଣି ଗ୍ରାମବାସୀ ଅଫିସ୍ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛନ୍ତି। ତେବେ କାର୍ଯ୍ୟ ସ୍ଥଗିତ ରଖିବା ପାଇଁ ତୁନଗାଁ ଗ୍ରାମର ପ୍ରେମଲାଲ ଶବର, ବନମାଳୀ ପାଣିଗ୍ରାହୀ, ପରାସର ବେମାଲ, କିଶୋର ଶବର, ଚନ୍ଦ୍ର ଶବର, ସୋମନାଥ ଶବର, ସୁରେନ୍ଦ୍ର ଶବର, ରଏନୁ ପାଣିଗ୍ରାହୀ, ପରମା ଶବର ପ୍ରମୁଖ ଗ୍ରାମବାସୀ ବିଡିଓ ଉତ୍ତମ କୁମାର ବାଗଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe