ଚମ୍ପୁଆର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

Advertisment
ଚମ୍ପୁଆର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ଚମ୍ପୁଆ: ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ଚମ୍ପୁଆ ନିର୍ବାଚନମଣ୍ଡଳୀ ତଥା ଜିଲ୍ଲାର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିବା ସହ ଦାବିପତ୍ର ପ୍ରଦାନ କରିଛନ୍ତି। ସନାତନ ପ୍ରଥମେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କୁ ଶୁଭେଚ୍ଛା ଜଣାଇଥିଲେ।

ଜିଲ୍ଲାରେ ଅଧପନ୍ତରିଆ ହୋଇ ପଡ଼ିରହିଥିବା କାନପୁର ବୃହତ୍ ନଦୀବନ୍ଧ ଯୋଜନାର ଶୀଘ୍ର କାର୍ଯ୍ୟ ଶେଷ କରି ଏହାକୁ କାର୍ଯ୍ୟକ୍ଷମ କରିବା, ଚମ୍ପୁଆ ଉପଖଣ୍ଡର ବାମେବାରିଠାରୁ ପଳାଶପଙ୍ଗା ପର୍ଯ୍ୟନ୍ତ ରାସ୍ତାର ଉନ୍ନତୀକରଣ, ଜିଲ୍ଲାରେ ମେଗା ଷ୍ଟିଲପ୍ଲାଣ୍ଟ ନିର୍ମାଣ, ଧାମରାଠାରୁ ଚମ୍ପୁଆ ପର୍ଯ୍ୟନ୍ତ ରେଳପଥ ସଂଯୋଗ, କେନ୍ଦୁଝର ଜିଲ୍ଲାରେ କୃଷି ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା, କେନ୍ଦୁଝର ଧରଣୀଧର ମେଡିକାଲ କଲେଜକୁ ୫୦୦ ଶଯ୍ୟା ବିଶିଷ୍ଟ କରିବା ଓ କଲେଜର ଆନୁସାଙ୍ଗିକ ସୁବିଧା କରିବାକୁ ସେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe