ଗର୍ଜିଲା ଏନ୍‌ପିଏସ୍‌ ଶିକ୍ଷକ ସଂଘ: ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

Advertisment
ଗର୍ଜିଲା ଏନ୍‌ପିଏସ୍‌ ଶିକ୍ଷକ ସଂଘ: ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଲକ ପ୍ରାଥମିକ ଶିକ୍ଷକ ସଙ୍ଘ (ନୂତନ ପେନସନଭୁକ୍ତ ଶିକ୍ଷକ ସଂଘ) ପକ୍ଷରୁ ତିନି ଦଫା ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଇଓଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଦାବି ପୂରଣ ଦିଗରେ କୌଣସି ପଦକ୍ଷେପ ନିଆନଗଲେ ଆସନ୍ତା ୧୫ ତାରିଖରୁ ସମସ୍ତ ଏନ୍‌ପିଏସ୍‌ ଶିକ୍ଷକ ଓ କନିଷ୍ଠ ଶିକ୍ଷକ ରାଜଧାନୀରେ ଆନ୍ଦୋଳନ କରିବେ ବୋଲି ଜିଲ୍ଲା ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ସଭାପତି ପ୍ରଫୁଲ୍ଲ ଠାକୁର, ଉପଦେଷ୍ଟା ମନୋଜ ପଣ୍ଡା, ମହମ୍ମଦ ଜାକିର, ଧନଞ୍ଜୟ ସାହୁ ପ୍ରମୁଖ ଚେତାବନୀ ଦେଇଛନ୍ତି।

ଦାବିପତ୍ର ପ୍ରଦାନ ସମୟରେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ମହାସଂଘ ଭବାନୀପାଟଣା ବ୍ଲକ ସମ୍ପାଦକ ପ୍ରଦ୍ୟୁମ୍ନ ହୋତା, ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘର ଭବାନୀପାଟଣା ବ୍ଲକ ସଭାପତି  ବିଶ୍ୱଜିତ ରାଏ, ସାଧାରଣ ସମ୍ପାଦକ ନାରାୟଣ ବଗର୍ତ୍ତି, ପଦ୍ମିନୀ ସାହୁ, ରାଜକୁମାରୀ ଶବର, ଝରଣା ପ୍ରଧାନ, ସୁପ୍ରଭା ପଟ୍ଟନାୟକ, ଜ୍ୟୋତିରାଣୀ ଦାସ, ପ୍ରତିଭା ବିଶ୍ୱାଳ, ପ୍ରଦୀପ ରଥ, ପ୍ରଭାତ ପଣ୍ଡା, ଅନିଲ ନାଏକ, ଚିନ୍ମୟ ମହାନ୍ତି, ପ୍ରଶାନ୍ତ ମୌଲାନା, ସୌମେନ୍ଦ୍ର ମହାନ୍ତି, ବିଜୟ ଦଳେଇ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe